ସକାଳୁ ଉଠିବା ମାତ୍ରେ କରନ୍ତୁ ଏହି 1 କାମ, ଧନର ଅଭାବ ରହିବ ନାହିଁ- Ajira Anuchinta

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରତ୍ୟେକ ମନୁଷ୍ୟ ଜୀବନ ରେ ଶାସ୍ତ୍ର ର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ଶାସ୍ତ୍ର ରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି ।

ସେହିପରି ଏକ ତଥ୍ୟ ହେଉଛି ସକାଳୁ ଉଠି କେଉଁ କାର୍ଯ୍ୟ କରିବା ଦ୍ୱାରା ଆପଣଙ୍କ ସମସ୍ତ ମନୋକାମନା ପୂର୍ଣ ହୋଇଥାଏ ଏବଂ ଆପଣଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ଭାବରେ ବଦଳି ଯାଇଥାଏ ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଶାସ୍ତ୍ର ଅନୁସାରେ ଏଭଳି କିଛି କାର୍ଯ୍ୟ ସମ୍ବନ୍ଧରେ କହିବୁ ଯାହା ପ୍ରତିଦିନ ସକାଳୁ ଉଠି କରିବା ଦ୍ୱାରା ଆପଣଙ୍କ ସମ୍ପୂର୍ଣ୍ଣ ଦିନ ଭଲ ରେ କଟିଥାଏ ଏବଂ ସମସ୍ତ ମନୋକମନା ପୂର୍ଣ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି କାର୍ଯ୍ୟ ସମ୍ବନ୍ଧରେ ଯାହା ପ୍ରତ୍ୟେକ ବ୍ୟକ୍ତି କୁ ସକାଳୁ ଉଠି ପ୍ରଥମେ କରିବା ଉଚିତ ।

୧. ବନ୍ଧୁଗଣ ପ୍ରଥମତଃ, ପ୍ରତ୍ୟେକ ବ୍ୟକ୍ତି ଙ୍କୁ ସକାଳୁ ଉଠି ସର୍ବ ପ୍ରଥମେ, ନିଜର ଦୁଇ ହାତର ପାପୁଲି କୁ ଦେଖିବା ଉଚିତ । ଏହାର ଆଗ୍ର ଭାଗରେ ମାତାଲକ୍ଷ୍ମୀ ବାସ କରନ୍ତି । ମଧ୍ୟ ଭାଗରେ ମାଆ ସରସ୍ୱତୀ ଏବଂ ମୂଳ ଭାଗରେ ଭଗବାନ ଶ୍ରୀକୃଷ୍ଣ ବାସ କରନ୍ତି । ଯେଉଁ ବ୍ୟକ୍ତି ନିକ ହାତ ପାପୁଲି ର ଦର୍ଶନ ସର୍ବ ପ୍ରଥମେ କରିଥାଏ ତା’ର ଭାଗ୍ୟ ର ଦ୍ୱାର ଖୋଲିଯାଏ ଏବଂ ସେ ଜୀବନରେ ଅଗ୍ରଗତି କରିଥାଏ । ସେମାନଙ୍କ ଜୀବନ ସୁଖ ଓ ସମୃଦ୍ଧି ରେ ପରିପୂର୍ଣ୍ଣ ହୋଇଯାଏ ।

ଏହା ସହିତ ସକାଳୁ ଉଠିବା ପରେ ପୃଥିବୀ ମାତା ଙ୍କୁ କ୍ଷମା ମାଗିବା ଉଚିତ ଏବଂ ଏହାପରେ ହିଁ ନିଜର ପାଦ ଚଟାଣ ରେ ରଖିବା ଉଚିତ । ଏହାଦ୍ବାରା ଆପଣଙ୍କ ଜୀବନରେ ଥିବା ସମସ୍ତ ପ୍ରକାର ନକାରାତ୍ମକତା ଦୂର ହେବ ଏବଂ ଏକ ସକାରାତ୍ମକ ଉର୍ଜା ର ସୃଷ୍ଟି ହେବ ।

୨. ବନ୍ଧୁଗଣ ଦ୍ବିତୀୟତଃ, ପ୍ରତ୍ୟେକ ବ୍ୟକ୍ତି କୁ ସକାଳୁ ଉଠି ଶୀଘ୍ର ସ୍ନାନ କରି ସାରିବା ପରେ ଏକ ତମ୍ବା ର ପାତ୍ର ତଥା ଲୋଟା ରେ ଜଳ ପୁର୍ଣ୍ଣ କରି ସୂର୍ଯ୍ୟଦେବ ଙ୍କୁ ଜଳ ଅର୍ପଣ କରିବା ଉଚିତ । ଏହାଦ୍ବାରା ବ୍ୟକ୍ତି କୁ ସୂର୍ଯ୍ୟ ଦେବ ଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ଏବଂ ଶୁଭମୟ ହୋଇଥାଏ ।

୩. ବନ୍ଧୁଗଣ ତୃତୀୟତଃ, ପ୍ରତ୍ୟେକ ଘରେ ପ୍ରତିଦିନ ସକାଳୁ ଝାଡ଼ୁ କରିବା ଉଚିତ । ଯେଉଁ ଘରେ ସକାଳ ସମୟରେ ଝାଡ଼ୁ ନହୋଇ ସନ୍ଧ୍ୟା ସମୟରେ ଝାଡ଼ୁ କରାଯାଇ ଥାଏ ସେହି ଘରେ କେବେବି ମାତାଲକ୍ଷ୍ମୀ ବାସ କରନ୍ତି ନାହିଁ । ତେଣୁ ସର୍ଵଦା ଚେଷ୍ଟା କରନ୍ତୁ ସକାଳ ସମୟରେ ଘରେ ଝାଡ଼ୁ କରିବେ ବୋଲି ।

୪. ବନ୍ଧୁଗଣ ଚତୁର୍ଥତଃ, ପ୍ରତ୍ୟେକ ଦିନ ସକାଳେ ପୂଜା କରିବା ପୂର୍ବରୁ ଶଙ୍ଖ ନିଶ୍ଚିତ ଭାବରେ ବଜାନ୍ତୁ । ଏହାଦ୍ବାରା ଆପଣଙ୍କ ଘରେ ଥିବା ସମସ୍ତ ପ୍ରକାର ନକରାତ୍ମକ ଶକ୍ତି ର ବିନାଶ ଘଟିବ ଏବଂ ଘରେ ସକାରାତ୍ମକ ଶକ୍ତି ର ପ୍ରବେଶ ହେବ । ଏହା ସହିତ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଠିକ ରହିବ ଓ ଆପଣ କୌଣସି ରୋଗ ବ୍ୟାଧି ର ଶିକାର ହେବେ ନାହିଁ । ତେଣୁ ପ୍ରତିଦିନ ପୂଜା କରିବା ସମୟରେ ପୂର୍ବରୁ ଶଙ୍ଖ ଅଵଶ୍ୟ ବଜାନ୍ତୁ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *