ଭଗବାନ ଶ୍ରୀ କୃଷ୍ଣ କୁହନ୍ତି ପ୍ରତିଦିନ ସକାଳୁ ଉଠିବା ମାତ୍ରେ ଦେଖନ୍ତୁ ଏହି 3 ଟି ଜିନିଷ, ଯାହା ବି ଇଚ୍ଛା ଥିବ ମାଗିବା ପୁର୍ବରୁ ହେବ ପୂରଣ- Vastu Shastra

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣ ନିଜ ଗୀତା ମାଧ୍ୟମରେ ଅନେକ ମହତ୍ତ୍ୱପୂର୍ଣ୍ଣ ଉପଦେଶ ସମ୍ବନ୍ଧରେ ବର୍ଣ୍ଣନା କରିଛନ୍ତି। ସେ ନିଜ ପତ୍ନୀ ରୁକ୍ମିଣୀ ଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଥିଲେ ଏବଂ ତାହା ମାଧ୍ୟମରେ ସେ ସମଗ୍ର ବିଶ୍ୱ କୁ ନିଜ ଗୀତା ରେ ଥିବା ମହତ୍ତ୍ୱପୂର୍ଣ୍ଣ ବାଣୀ ପ୍ରଦାନ କରିଛନ୍ତି। ତାଙ୍କ ବାଣୀ ରେ ଥିବା ଗୁରୁତ୍ୱପୂର୍ଣ୍ଣ ଉପଦେଶ ମଧ୍ୟରୁ ଏହା ମଧ୍ୟ ଉଲ୍ଲେଖନୀୟ ରହିଛି ଯେ, ସକାଳୁ ଉଠି କେଉଁ କାର୍ଯ୍ୟ କରିବା ଦ୍ୱାରା ଆପଣଙ୍କ ସମସ୍ତ ମନୋକାମନା ପୂର୍ଣ ହୋଇଥାଏ।ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି ୩ଟି କାର୍ଯ୍ୟ

ସମ୍ବନ୍ଧରେ କହିବୁ ଯାହା ପ୍ରତିଦିନ ସକାଳୁ ଉଠି କରିବା ଦ୍ୱାରା ଆପଣଙ୍କ ସମ୍ପୂର୍ଣ୍ଣ ଦିନ ଭଲ ରେ କଟିଥାଏ ଏବଂ ସମସ୍ତ ମନୋକମନା ପୂର୍ଣ ହୋଇଥାଏ। କିନ୍ତୁ ବନ୍ଧୁଗଣ ସର୍ବ ପ୍ରଥମେ ଜାଣିବା ସକାଳୁ ଉଠି କେଉଁ କାର୍ଯ୍ୟ କରିବା ଅନୁଚିତ ଅଟେ। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ କେବେବି ସକାଳୁ ଉଠିବା ପରେ କୌଣସି ଦୁଷ୍ଟ ବ୍ୟକ୍ତି ର ଚେହେରା ଦେଖିବା ଉଚିତ ନୁହେଁ। ଏହାଦ୍ବାରା ଆପଣ ସମ୍ପୂର୍ଣ୍ଣ ଦିନ କଳି ଝଗଡ଼ା ରେ ଲିପ୍ତ ରୁହନ୍ତି। ଏହା ସହିତ କୌଣସି ଚରିତ୍ର ହୀନା ମହିଳା ଙ୍କୁ ମଧ୍ୟ ଦେଖିବା ଉଚିତ ନୁହେଁ। ଏହାଦ୍ବାରା ଆପଣଙ୍କ ମନରେ କାମ ଓ ବାସନା ଜାଗ୍ରତ ହୋଇଥାଏ। ଯାହା ସମ୍ପୂର୍ଣ୍ଣ ଅନୁଚିତ ଅଟେ।

୨.ସକାଳୁ ଉଠିବା ପରେ କେବେବି କୌଣସି ବ୍ୟକ୍ତି ସହିତ ଅପବ୍ୟବହାର କରନ୍ତୁ ନାହିଁ ଅଥବା ଅଶୁଭ କଥା କୁହନ୍ତୁ ନାହିଁ। ଏହା ସହିତ କେବେବି ସ୍ନାନ ନ କରି ଠାକୁର ଘରେ ପ୍ରବେଶ କରନ୍ତୁ ନାହିଁ।

୩. କୌଣସି ବ୍ୟକ୍ତି ଙ୍କୁ ସକାଳୁ ଉଠିବା ପରେ କେବବି ଦର୍ପଣ ଦେଖିବା ଉଚିତ ନୁହେଁ ଏବଂ ନିଜ ଛାଇ କୁ ମଧ୍ୟ ଦେଖିବା ଆଦୋୖ ଉଚିତ ନୁହେଁ। ଏହା ଅଶୁଭ ହୋଇଥାଏ।

ବର୍ତ୍ତମାନ ଆସନ୍ତୁ ଜାଣିବା ସେହି ୩ଟି କାର୍ଯ୍ୟ ସମ୍ବନ୍ଧରେ ଯାହାଦ୍ୱାରା ଆପଣଙ୍କ ସମ୍ପୂର୍ଣ୍ଣ ଦିନ ଭଲରେ କଟିଥାଏ।

୧. ସମସ୍ତ ବ୍ୟକ୍ତି ଙ୍କୁ ସକାଳୁ ଉଠି ସର୍ବ ପ୍ରଥମେ, ନିଜର ଦୁଇ ହାତର ପାପୁଲି କୁ ଦେଖିବା ଉଚିତ। ଏହାର ଆଗ୍ର ଭାଗରେ ମାତାଲକ୍ଷ୍ମୀ ବାସ କରନ୍ତି।ମଧ୍ୟ ଭାଗରେ ମାଆ ସରସ୍ୱତୀ ଏବଂ ମୂଳ ଭାଗରେ ଭଗବାନ ଶ୍ରୀକୃଷ୍ଣ ବାସ କରନ୍ତି।ଯେଉଁ ବ୍ୟକ୍ତି ନିକ ହାତ ପାପୁଲି ର ଦର୍ଶନ ସର୍ବ ପ୍ରଥମେ କରିଥାଏ ତା’ର ଭାଗ୍ୟ ର ଦ୍ୱାର ଖୋଲିଯାଏ ଏବଂ ସେ ଜୀବନରେ ଅଗ୍ରଗତି କରିଥାଏ।ସେମାନଙ୍କ ଜୀବନ ସୁଖ ଓ ସମୃଦ୍ଧି ରେ ପରିପୂର୍ଣ୍ଣ ହୋଇଯାଏ।

୨. ଯେଉଁ ବ୍ୟକ୍ତି ସକାଳୁ ଉଠି ସର୍ବ ପ୍ରଥମେ ନିଜ ମାତାପିତା ଓ ଗୁରୁଜନ ଙ୍କ ଆଶୀର୍ବାଦ ଗ୍ରହଣ କରିଥାଏ ସେହି ବ୍ୟକ୍ତି ର ସମ୍ପୂର୍ଣ୍ଣ ଦିନ ଶୁଭ ଦାୟକ ହୋଇଥାଏ ଏବଂ ସେ ସଫଳତା ର ମାର୍ଗ ରେ ଅଗ୍ରସର ହୋଇଥାଏ।

୩. ଗରୁଡ଼ ପୁରାଣ ଅନୁସାରେ ଯେଉଁ ବ୍ୟକ୍ତି ସକାଳୁ ଉଠିବା ପରେ କ୍ଷେତ ଜମି ବା କ୍ଷେତରେ ହେଉଥିବା ଫସଲ ଦେଖିଥାଏ, ତାହା ଅତ୍ୟନ୍ତ ଶୁଭ ହୋଇଥାଏ। ଏହା ସହିତ ସକାଳେ ଗାଈ ର ଦର୍ଶନ କରିବା ମଧ୍ୟ ଅତ୍ୟନ୍ତ ଶୁଭ ଦାୟକ ହୋଇଥାଏ। ଏହାଦ୍ବାରା ବ୍ୟକ୍ତି ର ସମସ୍ତ ମନୋକମନା ପୂରଣ ହୋଇଥାଏ।

ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଆଗକୁ ଶାସ୍ତ୍ର ସମ୍ବନ୍ଧୀୟ ତଥ୍ୟ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *