ସକାଳୁ ଜଳଦି ଉଠିବା ପାଇଁ ଜାଣି ନିଅନ୍ତୁ 3 ଗୋଟି ଉପାୟ… 3 Secrets to Wake Up Early!

ନମସ୍କାର ବନ୍ଧୁଗଣ, ସକାଳର ସମୟ ବହୁତ ସ୍ଵାସ୍ଥ୍ୟକର ହୋଇଥାଏ ଏହା ସମସ୍ତଙ୍କୁ ଜଣା । କିନ୍ତୁ କିଛି ଲୋକ ସକାଳେ ଡେରି ପର୍ଯ୍ୟନ୍ତ ଶୋଇବାର ଅଭ୍ୟାସକୁ ଚାହିଁଲେ ବି ଛାଡିପାରନ୍ତି ନାହିଁ  । ନିଜର ଏହି ଅଭ୍ୟାସକୁ ବଦଳାଇବା ପାଇଁ ଅନେକ ପ୍ରୟାସ କରି ବିଫଳ ହୁଅନ୍ତି । ରାତିରେ ଭାବି ଶୋଇଥାନ୍ତି ସକାଳୁ ଶୀଘ୍ର ଉଠିବି । ହେଲେ ଯେତେବେଳେ ସକାଳେ ରାତିରେ ଲଗାଇଥିବା ଅଳାରାମ ବାଜିଥାଏ ତାହା ବହୁତ ଚିଡାଇ ଦେଇଥାଏ ଆପଣଙ୍କୁ । ଆଉ ଆପଣ ସେହି ଆଲାରାମକୁ ବନ୍ଦ କରି ପୁଣି ଶାନ୍ତିରେ ଶୁଅନ୍ତି ଆଉ ଡେରିରେ ଉଠନ୍ତି । ତେବେ ନିଜର ଏହି ଅଭ୍ୟାସକୁ ଭାଙ୍ଗିବାର 3 ତରିକା ଆସନ୍ତୁ ଜାଣିବେ ।

ଆପଣଙ୍କୁ ସକାଳେ ଶୀଘ୍ର ଉଠିବା ପାଇଁ ଆପଣଙ୍କୁ ରାତିରେ ପ୍ରଥମେ ଶୀଘ୍ର ଶୋଇବା ପାଇଁ ପଡିବ । 1-ଯଦି ଆପଣଙ୍କୁ ସକାଳେ ଶୀଘ୍ର ଉଠିବାର ଅଛି ତେବେ ଆପଣ ରାତି 9 ରୁ ହିଁ ଶୋଇବା ଉଚିତ । ଆପଣ ଅଧିକ ସମୟ ଧରି ଲ୍ୟାପଟପ, ଫୋନ, ଟିଭି ଇତ୍ୟାଦି ଦେଖିବା ଦ୍ଵାରା ଆପଣଙ୍କ ମସ୍ତିସ୍କରେ ଏକ ହରମୋନ ସିକ୍ରିଟ ହୋଇପାରେ ନାହିଁ । ଯାହାଦ୍ୱାରା ଆପଣଙ୍କୁ ନିଦ ଆସିନଥାଏ ।

ତେଣୁ ଆପଣ ନିଜ ଫୋନରେ ରାତି 9ଟାରେ ଆଲାରାମ ବାଜିବା ପାଇଁ ସେଟ କରନ୍ତୁ । ରାତି 9ରେ ଏହି ଆଲାରାମ ପ୍ରତ୍ୟକ ଦିନ ବାଜିବା ପରେ ଆପଣ ନିଜର କାମ ଛାଡି ଯାଇ ଶୋଇପଡନ୍ତୁ । ଆପଣ ବିଛଣା ଉପରେ ଯାଇ କିଛି ବହି ପଢନ୍ତୁ । କିମ୍ବା ଅଳ୍ପ ସାଉଣ୍ଡରେ କିଛି ଗୀତ ଶୁଣନ୍ତୁ । ଏହାପରେ ଆପଣଙ୍କୁ ନିଦ ଆସିବାକୁ ଲାଗିବ ।

2- ଯଦି ଆପଣଙ୍କ ପାଖରେ ସକାଳୁ ଉଠିବାର କାରଣ ନଥିବ ତେବେ ଆପଣ ଯେତେ ଚେଷ୍ଟା କଲେ ମଧ୍ୟ ଉଠିପାରିବେ ନାହିଁ । ଆପଣ ସକାଳ ସମୟରେ ମେଡିଟେସନ କରନ୍ତୁ । ଏହାପରେ ଆପଣ ଏକ୍ସର ସାଇଜ କରନ୍ତୁ । ଏକ୍ସରସାଇଜ କରିବା ପରେ ଆପଣ ନିଜର ଜ୍ଞାନ ବଢାଇବା ପାଇଁ କିଛି ବହି ବଢନ୍ତୁ । କାରଣ ସକାଳ ସମୟରେ ଆପଣଙ୍କ ମସ୍ତିସ୍କ ଶାନ୍ତ ଥାଏ ତେଣୁ ସହଜରେ ସବୁକିଛିକୁ ଗ୍ରହଣ କରିପାରେ । ଶୀଘ୍ର ଉଠିବା ପାଇଁ ଆପଣ ସର୍ବପ୍ରଥମେ ନିଜର ସକାଳର ରୋଟିନ ପ୍ରସ୍ତୁତ କରନ୍ତୁ ।

3-  ଆପଣ ରାତିରେ କିଛି ହାଲକା ଖାଦ୍ୟ ଖାଇବା ଆବଶ୍ୟକ । ଆପଣ ସାଲାଡ ମଧ୍ୟ ଖାଇପାରିବେ । ଯଦି ଆପଣଙ୍କ ପେଟ ଏଥିରେ ପୂରିବ ନାହିଁ ତେବେ ଆପଣ ଭାତ ସହ ପନିପରିବାରେ ପ୍ରସ୍ତୁତ ତରକାରୀ ଖାଇପାରିବେ । ଯଦି ଆପଣ ଭାରି ଖାଦ୍ୟ ଖାଇବେ ତେବେ ଆପଣଙ୍କ ହଜମ ଡେରିରେ ହେବ ନିଦ ମଧ୍ୟ ଡେରିରେ ହେବ ।

ଆଉ ସେହି ନିଦକୁ ପୁରା କରିବା ପାଇଁ ଆପଣ ସକାଳେ ଶୋଇଯିବେ ଆଉ ଉଠିବେ ଡେରିବେ । ତେଣୁ ରାତିରେ ହାଲକା ଖାଦ୍ୟ ଖାଆନ୍ତୁ ଆଉ ଶୀଘ୍ର ଉଠନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *