Health Tips; – ଅଁଳା ଖାଇବାର ଜାଣନ୍ତୁ ଏହି ସବୁ ଫାଇଦା… ଶରୀରରେ ଥିବା ଅନେକ ରୋଗକୁ ମୂଳରୁ ଶେଷ କରେ ଅଁଳା !

ନମସ୍କାର ବନ୍ଧୁଗଣ, ଆମେ ଖାଉଥିବା ଫଳ ମୂଳ ମଧ୍ୟରୁ କେଉଁ ଫଳ ସବୁଠାରୁ ଅଧିକା ଫାଇଦା ଆମ ଶରୀରକୁ ପହଞ୍ଚାଇ ଥାଏ ଏହା ଜାଣିବା ନିହାତି ଆବଶ୍ୟକ ହୋଇଥାଏ । କାରଣ ଶରୀରକୁ ସୁସ୍ଥ ରଖିବା ପାଇଁ ହହେଲେ ସମସ୍ତ ଜିନିଷର ଜ୍ଞାନ ଥିବା ଜରୁରୀ । ଶରୀରରକୁ ସୁସ୍ଥ ରଖିବାରେ ଅଁଳାର ପ୍ରମୁଖ ଭୂମିକା ରହିଛି । ଯାହାକୁ ଆପଣ ପ୍ରତ୍ୟକ ଦିନ ଗୋଟିଏ ଲେଖାଏଁ ଖାଇ 6ଟି ରୋଗରୁ ମୁକ୍ତି ପାଇପାରିବେ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଅଁଳା ଭିତରେ ରହିଥିବା ସମସ୍ତ ଫାଇଦା ସମ୍ପର୍କରେ ।

ଅଁଳା ଭିତରେ ଭିଟାମିନ-c ଭରପୁର ମାତ୍ରାରେ ରହିଛି । ଯାହାକି ସମ୍ପୂର୍ଣ ପ୍ରାକୃତିକ ଉପାୟରେ ମିଳିଥାଏ । ଆପଣଙ୍କୁ ଥଣ୍ଡା ଜର ଏବଂ କାଶ ହେଉଥିଲେ ଆପଣ ଏହି ଅଁଳାର ଖାଇବା ଦ୍ଵାରା ଆପଣଙ୍କୁ ଏହି ସମସ୍ତ ସମସ୍ୟାରୁ ବହୁତ ଶୀଘ୍ର ଆରାମ ମିଳିଥାଏ । ଅଁଳା ଆପଣଙ୍କ ଦୃଷ୍ଟି ଶକ୍ତିକୁ ମଧ୍ୟ ବଢାଇଥାଏ ।

ଅଁଳା ଖାଇବା ଦ୍ଵାରା ପ୍ରତ୍ୟକ ଦିନ ଆପଣ ଘଣ୍ଟା ଘଣ୍ଟା ଧରି ଯେଉଁ ଲ୍ୟାପଟପ ଏବଂ ମୋବାଇଲର ବ୍ୟବହାର କରୁଛନ୍ତି ତାହାର ପ୍ରଭାବ ଆପଣଙ୍କ ଆଖି ଉପରେ କମ ପଡିବ । ଅଁଳା ଭିତରେ ଭିଟାମିନ-A ମଧ୍ୟ ରହିଛି । ଯଦି ଆପଣଙ୍କୁ ଅନ୍ଧାରକଣାର ସମସ୍ଯା ରହିଛି ତେବେ ଏଥିରେ ମଧ୍ୟ ଆପଣଙ୍କୁ ଫାଇଦା ମିଳିବ । ମୋତିଆବିନ୍ଦୁ ହେବାର ଆଶଙ୍କା ମଧ୍ୟ ବହୁ ମାତ୍ରାରେ କମି ଯାଇଥାଏ ।

ଅଁଳା ଆପଣଙ୍କ ଶରୀରରେ ରହିଥିବା ଅଧିକ ଫ୍ୟାଟକୁ କମ କରିବାର କାର୍ଯ୍ୟ କରିଥାଏ । ଯାହା ଆପଣଙ୍କୁ ଜଣା ନାହିଁ ତାହା ହେଉଛି କି ଅଁଳା ଆପଣଙ୍କ ଓଜନ କମାଇବାର କାମ କରିଥାଏ । ଅଁଳା ଆପଣଙ୍କ ଚୁଟି ଏବଂ ସ୍କିନ ପାଇଁ ବହୁତ ବଢିଆ ହୋଇଥାଏ । ଅଁଳାକୁ ଖାଇବା ଦ୍ଵାରା ଆପଣଙ୍କ କିଡନି ସୁସ୍ଥ ରହିଥାଏ । ଆପଣଙ୍କ ହଜମ ଶକ୍ତିକୁ ମଧ୍ୟ ଅଁଳା ବଢାଇ ଦେଇଥାଏ । ଯଦି ଆପଣଙ୍କୁ ସତେଜ ଅଁଳା ମିଳୁଛି ତେବେ ଆପଣ ଅଁଳା ଚଟଣି ପ୍ରସ୍ତୁତ କରି ଖାଇପାରିବେ ।

ଅଁଳାର ଜୁସ ଆପଣ ବାହାର କରିବି ସେବନ କରିପାରିବେ । ଆପଣ ଅନ୍ୟ ଭେଜିଟେବଲ ଜୁସରେ ମଧ୍ୟ ଏହାର ବ୍ୟବହାର କରି ସେବନ କରିପାରିବେ । ଯଦି ଅଁଳା ମିଳିବାର ଋତୁ ନଥିବ ତେବେ ଆପଣ ଶୁଖିଲା ଅଁଳାର ବ୍ୟବହାର କରିପାରିବେ । ଆପଣ ଅଁଳାକୁ ଶୁଖାଇ ରଖିଦିଅନ୍ତୁ । ଆଉ ଯେତେବେଳ ଅଁଳା ମିଳିନଥାଏ ସେତେବେଳେ ଆପଣ ଶୁଖା ଅଁଳାର ପାଉଡର ପ୍ରସ୍ତୁତ କରି ତାହାର ବ୍ୟବହାର କରିପାରିବେ ।

ଯଦି ଥଣ୍ଡା କାଶରୁ ଆରାମ ପାଇବା ପାଇଁ ଚାହୁଁଥାନ୍ତି ତେବେ ଆପଣ ଦୁଇ ଚାମଚ ଅଁଳା ପାଉଡରରେ  ଦୁଇ ଚାମଚ ମହୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଆପଣଙ୍କୁ ଏହି ପେଷ୍ଟକୁ ହାଲକା ଉଷୁମ ପାଣିରେ ଦିନକୁ ତିନି ଥର ନେବାର ଅଛି । ଏହାଦ୍ୱାରା ଆପଣଙ୍କ ଥଣ୍ଡା କାଶ ସହଜରେ ଭଲ ହୋଇଯିବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର  କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *