ରୂପି (Dandruff Problems) ସମସ୍ୟାର କାରଣ ଓ ଚିକିତ୍ସା ! ଜାଣନ୍ତୁ Dr Manas Ranjan Puhan ଠାରୁ…

ନମସ୍କାର ବନ୍ଧୁଗଣ, ଚୁଟିରେ ଅନେକ ସମସ୍ୟା ଦେଖା ଯାଉଥିବା ବେଳେ ରୂପି ଜନିତ ସମସ୍ୟା ଏକ ବଡ ସମସ୍ୟା ଅଟେ । କାରଣ ଏହା ଆପଣଙ୍କ ଚୁଟି ଝଡିବାର ମୂଳ କାରଣ ହୋଇଥାଏ । ତେଣୁ ସର୍ବ ପ୍ରଥମେ ଆପଣଙ୍କୁ ଆପଣଙ୍କ ରୁପି ସମସ୍ୟାକୁ ଦୂର କରିବା ଉଚିତ ହୋଇଥାଏ । ତେବେ ଅନେକ ଚିକିତ୍ସା ପରେ ମଧ୍ୟ ଯଦି ଆପଣଙ୍କ ରୁପି ହେବା କମ ହେଉନାହିଁ ତେବେ ଆପଣମାନେ ଆମର ଏହି ପୋଷ୍ଟଟିକୁ ନିହାତି ଭାବରେ ଦେଖନ୍ତୁ ଏବଂ ନିଜର ରୁପି ସମସ୍ୟାର ଚିକିତ୍ସା କରାନ୍ତୁ । ଆଉ ଡେରି ନକରି ଆସନ୍ତୁ ଜାଣିବା ।

ରୁପି ସମସ୍ୟା ଛୋଟ ପିଲାଙ୍କର ହୋଇଥାଏ ଯୁବା ଅବସ୍ତାରେ ହେବା ସହ ବୃଦ୍ଧଙ୍କ ଠାରେ ମଧ୍ୟ ରୁପି ସମସ୍ୟା ଦେଖା ଦେଇଥାଏ । କିନ୍ତୁ ସବୁ ବୟସରେ ହେଉଥିବା ରୁପିର କାରଣ ଅଲଗା ଅଲଗା ହୋଇଥାଏ ଏବଂ ଏହାର ଚିକିତ୍ସା ମଧ୍ୟ ଭିନ୍ନ ଭିନ୍ନ ଉପାୟରେ କରାଯାଇଥାଏ । ଛୋଟ ପିଲାମାନଙ୍କର ମାଆ ପେଟରେ ରହି ବାହାରକୁ ଆସିବା ପରେ ତାଙ୍କ ଠାରେ ରୁପି ସମସ୍ୟା ଦେଖା ଯାଇଥାଏ ବା ଯାହାକୁ ଆପଣ ବଡା ବୋଲି କହିଥାନ୍ତି ତେଣୁ ଏହା ସାଧାରଣ କଥା ଅଟେ ।

ପ୍ରତ୍ୟକ 45 ଦିନରେ ଆମାର ନୂଆ ଚର୍ମ ସୃଷ୍ଟି ହୋଇଥାଏ । ଆଉ ସେହି ପୁରୁଣା ଚର୍ମଟି ରୁପି ଆକାରରେ ବାହାରିଯାଇଥାଏ । ଏହିଭଳି ମୁଣ୍ଡରେ ହେବାକୁ ରୁପି କୁହାଯାଏ । ଆଉ ଏହିଭଳି ରୁପି ଯୁବା ଅବସ୍ଥାରେ ଦେଖାଦିଏ । ଯଦି ଆପଣଙ୍କ ରୁପି ଛୋଟ ଛୋଟ ହୋଇ ଧୁଳି ଭଳିଆ ଝଡୁ ଥାଏ ତେବେ ଏହା ସାଧାରଣ ଅଟେ । ଆଉ ଆପଣ ନିୟମିତ ମୁଣ୍ଡ ସଫା କରିବା ଦ୍ଵାରା ଏହା କମିଯାଇଥାଏ ।

କିନ୍ତୁ ଯଦି ଆପଣଙ୍କ ଚୁଟି ରୁପି ଅଧିକ ମୋଟା ହେବା ସହ ଓଦା ଓଦା ଲାଗୁଥାଏ ତେବେ ଏହା ଏକ ସମସ୍ୟା ଅଟେ । ଏହିଭଳି ପରିସ୍ଥିତିରେ ଆପଣଙ୍କୁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଚିକିତ୍ସା କରାଇ ଔଷଧ ଖାଇବା ଆବଶ୍ୟକ । ରାତି ଅନିଦ୍ରା ହେବା ଦ୍ଵାରା ଅଧିକ ରୁପି ହେବାର ସମ୍ଭାବନା ରହିଥାଏ । ଭିଟାମିନ ଅଭାବ ଯଦି ରହେ ତେବେ ମଧ୍ୟ ରୁପି ହୋଇଥାଏ ।

ଭିଟାମିନ c, ଭିଟାମିନ b12 ଅଭାବରେ ବେଶୀ ହୋଇଥାଏ ଏହି ସମସ୍ୟା । ତେଣୁ ଆପଣଙ୍କୁ ଶାଗ, କ୍ଷୀର ଏବଂ ସବୁଜ ଜାତୀୟ ପରିବା ଖାଇବା ଉଚିତ ହୋଇଥାଏ । ଆପଣଙ୍କର ଅଧିକ ରୁପି ହେଉଥିଲେ ପ୍ରତ୍ୟକ ଦିନ ମୁଣ୍ଡ ସଫା କରନ୍ତୁ । ଯଦି ଆପଣଙ୍କ ଡ୍ରାଏ ରୁପି ହେଉଥାଏ ତେବେ ଆପଣ ମୁଣ୍ଡରେ ନିୟମିତ ତେଲ ଲଗାଇବା ଆବଶ୍ୟକ ।

ସବୁଠାରୁ ମୁଖ୍ୟ ହେଉଛି ଆପଣଙ୍କୁ ସବୁଦିନ ମୁଣ୍ଡ ସଫା କରିବା ଉଚିତ । ଆଉ ଯଦି ଆପଣ  ଭାବୁଥାନ୍ତି ସବୁଦିନ ମୁଣ୍ଡ ଧୋଇଲେ ଥଣ୍ଡା ହେବ ତେବେ ଏହା ଭୁଲ ଧାରଣା । ଯଦି ବି ଏପରି ଆପଣ ଭାବୁଥାନ୍ତି ତେବେ ଆପଣ ହାଲକା ଗରମ ପାଣିରେ ମଧ୍ୟ ମୁଣ୍ଡ ସଫା କରିପାରିବେ । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ରହିବ ।

Leave a Reply

Your email address will not be published. Required fields are marked *