Vastu Tips- ରୋଷେଇ ଘରୁ ଭୁଲ୍ ରେ ମଧ୍ୟ ସରିବାକୁ ଦିଅନ୍ତୁ ନାହିଁ ଏହି 4 ଟି ଜିନିଷ, ହେଇଯିବେ କାଙ୍ଗାଳ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆପଣଙ୍କ ଘରେ ଥିବା ରୋଷେଇ ଘର ଆପଣଙ୍କ ପୁରା ଘର ଉପରେ ପ୍ରଭାବ ପକାଇଥାଏ । ରୋଷେଇ ଘରେ ମା ଲକ୍ଷ୍ମୀ ବାସ କରିଥାନ୍ତି । ରୋଷେଇ ଘର ଯେତେ ପରିଷ୍କାର ଓ ପରିଚ୍ଛନ ରଖିବେ ସେତେ ଆପଣଙ୍କ ଘରେ ଉପରେ ଏହାର ଭଲ ପ୍ରଭାବ ପକାଇବ । ରୋଷେଇ ଘରେ କିଛି ଏପରି ଜିନିଷ ଅଛି ଯାହା ସରିଗଲେ, ଆପଣଙ୍କ ଘର ପରିବାରରେ ଦରିଦ୍ରତା ମାଡିଆସିଥାଏ । ଏହି ରୋଷେଇ ଘର ସମ୍ବଧିତ କିଛି ବିଶେଷ ତଥ୍ୟ ଆଜି ଆଲୋଚନା କରିବା ପାଇଁ ଯାଉଛୁ ।

ଆଗ ସମୟରେ ଘରେ ଘରେ ଚୁଲି ଦେଖିବାକୁ ମିଳୁଥିଲା କିନ୍ତୁ ବର୍ତ୍ତମାନର ସମୟରେ ସମସ୍ତଙ୍କ ରୋଷେଇ ଘରେ ହିଟର କିମ୍ବା ଇଣ୍ଡକସନ୍ ଚୂଲାରେ ରୋଷେଇ ହେଉଛି । ଯାହାଦ୍ୱାରା ସେହି ଘରେ ଅଗ୍ନୀ ଦେବତା ବାସ କରନ୍ତି ନାହିଁ । ଯାହା ଘରେ ଗ୍ଯାସରେ ରୋଷେଇ ହେଉଛି ସେମାନେ ଗ୍ଯାସ ସରିବା ପୂର୍ବରୁ ଆଉ ଏକ ନୂଆ ଗ୍ଯାସ ରୋଷେଇ ଘରେ ରଖିଦିଅନ୍ତୁ ।

କାରଣ ଘରେ କେବେ ଅଗ୍ନୀ ସରିବା ପାଇଁ ଦିଅନ୍ତୁ ନାହିଁ । ଘରେ କେବେ ମଧ୍ୟ ଚାଉଳ ଓ ଅଟା ସରିବା ପାଇଁ ଦିଅନ୍ତୁ ନାହିଁ । କାରଣ ଏହା ସରିବା ଦ୍ଵାରା ଘର ଉପରେ ରାହୁ ଓ କେତୁଙ୍କ ଦ୍ରୁଷ୍ଟି ପଡିଥାଏ । ଯାହାଦ୍ୱାରା ଘର ପରିବାରରେ ଦରିଦ୍ରତା ବୃଦ୍ଧି ପାଇଥାଏ । ଯାହାଘରେ ଏହି ଶସ୍ୟ ରହିଥାଏ । ତାଙ୍କ ଘର ଉପରେ  ମା ଲକ୍ଷ୍ମୀ ସବୁବେଳେ ପ୍ରସନ୍ନ ହୋଇ ରହିଥାନ୍ତି । ରୋଷେଇ ଘରେ କେବେ ମଧ୍ୟ ହଳଦୀ ସରିବା ପାଇଁ ଦିଅନ୍ତୁ ନାହିଁ ।

ହଳଦିକୁ ଭଗବାନ ନାରାୟଣଙ୍କର ପ୍ରତୀକ ମନାଯାଇଥାଏ । ଯେଉଁ ଘରେ ପ୍ରଭୁ ରହିଥାନ୍ତି ସେହି ଘରେ ମା ଲକ୍ଷ୍ମୀ ମଧ୍ୟ ରହିଥାନ୍ତି । ଆପଣଙ୍କ ଘରେ ହଳଦୀ ସରିବା ପୂର୍ବରୁ ହଳଦୀ କିଣି ରଖନ୍ତୁ, ନଚେତ ଘର ଉପରେ ଅନେକ ସଙ୍କଟ ମାଡିଆସିବ । ଘରେ  ଲୁଣ ଥିଲେ ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିପାରିନଥାଏ । ଯଦି ରୋଷେଇଘରେ ଲୁଣ ନଥାଏ, ତେବେ ଆପଣଙ୍କ ଜୀବନରେ ଧନ ବୃଦ୍ଧିର ଯୋଗ ମଧ୍ୟ ନଥାଏ ।

ଲୁଣ ସରିଯିବା ଦ୍ଵାରା ଘରେ ଆର୍ଥିକ ସମସ୍ଯା ଦେଖାଯିବା ସହ ଘର ପରିବାରରେ ମତାନ୍ତର ସୃଷ୍ଟି ହୋଇଥାଏ । ତେଣୁ ଲୁଣ ସରିବା ପୂର୍ବରୁ ହିଁ ଲୁଣ ଆଣି ଘରେ ରଖିଦେବା ଶୁଭ ଅଟେ । ରୋଷେଇ ଘରେ ସର୍ବଦା ଜଳ ରଖିବା ପାତ୍ରରେ ଜଳ ଭର୍ତ୍ତି କରି ରଖନ୍ତୁ । ଏହାଦ୍ବାରା ଘରେ ଆପଣ ଯେଉଁ କାର୍ଯ୍ୟ କରିବାକୁ ଚାହିଁବେ, ତାହା ସୂଚାରୁ ରୂପରେ ସମ୍ପର୍ଣ୍ଣ ହେବ ।

ଯଦି ରୋଷେଇ ଘରେ କିମ୍ବା ଘର କୌଣସି ପାତ୍ରରେ ପାଣି ନଥାଏ, ତେବେ ମା ଲକ୍ଷ୍ମୀ ସେହି ଘର ଉପରେ କ୍ରୋଧ କରିଥାନ୍ତି । ଫଳରେ ଆପଣ ଗରିବ ହୋଇଯାଇପାରନ୍ତି । ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *