Vastu Tips- ଯିଏ ଯେତେ ମାଗିଲେ ବି ରୋଷେଇ ଘରୁ ଭୁଲରେ ବି ଦିଅନ୍ତୁ ନାହିଁ ଏହି 3 ଟି ଜିନିଷ, ଘର ଛାଡି ଚାଲି ଯାଆନ୍ତି ମା’ ଲକ୍ଷ୍ମୀ !

ପିଲାଦିନୁ ସମସ୍ତଙ୍କୁ କୁହାଯାଏ କି ସବୁବେଳେ ଅନ୍ୟକୁ ସାହାର୍ଯ୍ୟ କରିବା ଉଚିତ । ଗରିବ ଲୋକମାନଙ୍କୁ ଖାଦ୍ୟ ସାମଗ୍ରୀ ଓ ଅନ୍ୟ ସାମଗ୍ରୀ ଦାନ କରିବା ଉଚିତ । କିନ୍ତୁ ଭଗବାନ ଶ୍ରୀକୃଷ୍ଣଙ୍କ ଅନୁସାରେ ଆମ ଘରର ଏମିତି କିଛି ଜିନିଷ ଅଛି ଯାହାକୁ କେବେ ବି କାହାକୁ ଦେବା ଉଚିତ ନୁହେଁ । କାରଣ ଏହି ଜିନିଷ ଯଦି ଆପଣ କାହାକୁ ଦେଉଛନ୍ତି ତେବେ ଏହାର ସିଧା ଅର୍ଥ ଆପଣ ନିଜର ଘରର ସୁଖ ଓ ସମୃଦ୍ଧି ଦାନ କରି ଦେଉଛନ୍ତି । କାରଣ ଏହି ଜିନିଷ ଗୁଡିକ ସହ ମାତା ଲକ୍ଷ୍ମୀଙ୍କ ଘରୁ ଚାଲି ଯାଆନ୍ତି ।

କାରଣ ସମସ୍ତେ ଜାଣିଛନ୍ତି କି ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିଲେ ହିଁ ଘରେ ସୁଖ ଓ ସମୃଦ୍ଧି ଓ ଧନର ଆଗମନ ହୋଇଥାଏ । ଯଦି ଆପଣ ଚାହୁଁଛନ୍ତି କି ମାତା ଲକ୍ଷ୍ମୀ ଆପଣଙ୍କ ଘରେ ସର୍ବଦା ରୁହନ୍ତୁ ତେବେ ଭୁଲରେ ବି କେବେ ବି ଏହି ସବୁ ଜିନିଷ କାହାକୁ ଦାନରେ ଦିଅନ୍ତୁ ନାହିଁ ।

ନିଜ ପତ୍ନୀଙ୍କ ଅଳଙ୍କାର- ହିନ୍ଦୁ ମାନ୍ୟତା ଅନୁସାରେ ଅଳଙ୍କାର କିଣିବା ପରେ ତାକୁ ମାତା ଲକ୍ଷ୍ମୀଙ୍କ ନିକଟରେ ପୂଜା କରିବା ପରେ ମହିଳାମାନେ ଧାରଣ କରିଥାନ୍ତି । କହିବାକୁ ଗଲେ ପତ୍ନୀର ଅଳଙ୍କାର ଘର ସମୃଦ୍ଧିକୁ ଦର୍ଶାଇ ଥାଏ ।

ସେଥିପାଇଁ ଭୁଲରେ ବି କାହାକୁ ଅଳଙ୍କାର ଋଣ କିମ୍ବା ଦାନରେ ଦିଅନ୍ତୁ ନାହିଁ । କାରଣ ଏହିଭଳି କରିବା ଦ୍ଵାରା ଘରର ଉନ୍ନତିରେ ବାଧା ଆସିଥାଏ । ସେଥିପାଇଁ ନିଜର ଅଳଙ୍କାର ଘରେ ହିଁ ରଖନ୍ତୁ ।

ଝାଡୁ- ଅଳଙ୍କାର ଭଳି ଘରର ଝାଡୁ ବି କାହାକୁ ଦବା ଉଚିତ ନୁହେଁ । କାରଣ ଝାଡୁ ମାତା ଲକ୍ଷ୍ମୀଙ୍କ ସଦୃଶ ହୋଇଥାଏ । ଝାଡୁ ଦ୍ଵାରା ଘରକୁ ପରିଷ୍କାର କରାଯାଏ । ପରିଷ୍କାର ଓ ପରିଚ୍ଛନ ରହିଲେ ହିଁ ମାତା ଲକ୍ଷ୍ମୀ ଘରକୁ ଆଗମନ କରିଥାନ୍ତି । ସେଥିପାଇଁ କାହାକୁ ଘରର ଝାଡୁ ଦିଅନ୍ତୁ ନାହିଁ । କାରଣ ଏହିଭଳି କରିବା ଦ୍ଵାରା ଘରର ସୁଖ ଓ ଶାନ୍ତି ଚାଲିଯାଏ ।

ସନ୍ଧ୍ୟା ସମୟରେ ଖାଦ୍ୟ ପଦାର୍ଥ- ସନ୍ଧ୍ୟା ସମୟରେ କେବେ ବି କ୍ଷୀର, ଦହି, ନଡିଆ, ଚାଉଳ ଓ ଅଟା ଭଳି ଧଳା ଜିନିଷ କାହାକୁ ବି ଦିଅନ୍ତୁ ନାହିଁ । ଶାସ୍ତ୍ର ଅନୁସାରେ ଧଳା ଜିନିଷ ଉପରେ ଖରାପ ଦ୍ରୁଷ୍ଟି ଜଲ୍ଦି ଲାଗିଥାଏ । ସେଥିପାଇଁ ସୂର୍ଯ୍ୟ ଅସ୍ତ ହେବା ପରେ କାହାକୁ ଏହି ଜିନିଷ ଦିଅନ୍ତୁ ନାହିଁ । ଦରକାର ପଡିଲେ ବାହାରୁ କିଣି ଆଣି ଦିଅନ୍ତୁ । କିନ୍ତୁ କେବେ ବି ଘରର ରୋଷେଇ ଘରୁ ଏହାକୁ ଦିଅନ୍ତୁ ନାହିଁ ।

ଟଙ୍କା- ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦରେ ହିଁ ଘରେ ଧନର ବୁଦ୍ଧି ହୋଇଥାଏ । ଘରେ ରଖାଯାଇ ଥିବା ଟଙ୍କା କେବେ ବି କାହାକୁ ଧାର ଦେବା ଉଚିତ ନୁହେଁ । କୌଣସି ପର୍ବ ପର୍ବାଣି ଦିନ ବି କାହାକୁ ଟଙ୍କା ଧାର ଦିଅନ୍ତୁ ନାହିଁ ।

ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

 

Leave a Reply

Your email address will not be published. Required fields are marked *