ରୋଷେଇ ଘରେ ଏହାକୁ ରହନ୍ତୁ ନାହିଁ, ନଚେତ ଦରିଦ୍ରତା ପିଛା ଛାଡିବ ନାହିଁ… Vastu tips

ଘରର ପ୍ରତ୍ଯେକ ସ୍ଥାନ ହେଉଛି ଘରର ମହତ୍ଵପୂର୍ଣ୍ଣ ସ୍ଥାନ । ଯେପରି ସେହି ସବୁ ସ୍ଥାନ ମଧ୍ୟରୁ ରୋଷେଇ ଘରଟି ମଧ୍ୟ ବହୁତ ମହତ୍ଵପୂର୍ଣ୍ଣ ହୋଇଥାଏ । କାରଣ ଏହି ରୋଷେଇ ଘରେ ସଂପୂର୍ଣ୍ଣ ପରିବାର ପାଇଁ ରୋଷେଇ କରାଯାଇଥାଏ । ଏହି ରୋଷେଇ ଘର ସହ ପରିବାର ସଦସ୍ୟଙ୍କ ଖୁସି ଓ ସ୍ଵାସ୍ଥ ଜଡିତ ହୋଇ ରହିଥାଏ । ଘର କରିବା ସମୟରେ ରୋଷେଇ ଘର କେଉଁ ସ୍ଥାନରେ ହେବ ଉଚିତ ? ରୋଷେଇ ଘର କେଉଁ କେଉଁ ଜିନିଷ ରଖାଯିବା ଉଚିତ ? ଏହି ସବୁ କଥା ଉପରେ ବିଶେଷ ରୂପେ ଧ୍ୟାନ ଦେବା ଅବଶ୍ୟ ଦରକାର ପଡିଥାଏ ।

1- ଘରର ଦକ୍ଷିଣ ପୂର୍ବ ଦିଗ ଘରେ ରୋଷେଇ ଘର କରିବ ଏପାଇଁ ସବୁଠାରୁ ବେଷ୍ଟ ସ୍ଥାନ ହୋଇଥାଏ । କାରଣ ଏହି ଦିଗର ସ୍ଵାମୀ ଅଗ୍ନୀ ଦେବତା ଅଟନ୍ତି । ଯଦି ଏହି ସ୍ଥାନରେ ରୋଷେଇ ଘର କରିବା ସମ୍ଭବ ହେଉନଥାଏ । ତେବେ ଉତ୍ତର ପଶ୍ଚିମ ଦିଗରେ ମଧ୍ୟ ରୋଷେଇ ଘର କରିପାରିବେ । 2- ରୋଷେଇ କରୁଥିବା ଗ୍ଯାସକୁ ରୋଷେଇ ଘରର ଦକ୍ଷିଣ ପୂର୍ବ ଦିଗରେ ରଖନ୍ତୁ ।

3- ପାଣି ଟ୍ୟାପକୁ ଉତ୍ତର ପୂର୍ବ ଦିଗରେ ଗ୍ଯାସ ଠାରୁ ଦୂର କରି ରଖନ୍ତୁ । କାରଣ ନିଆଁ ଓ ପାଣି ବିପରୀତ ତତ୍ଵ ଅଟନ୍ତି । 4- ରୋଷେଇ ଘରେ ଫ୍ରିଜ ରଖୁଥିଲେ । ତେବେ ଫ୍ରିଜକୁ ଦକ୍ଷିଣ ପଶ୍ଚିମ ଦିଗରେ ରଖନ୍ତୁ । ହେଲେ ଉତ୍ତର ପୂର୍ବ ଦିଗରେ ଫ୍ରିଜକୁ ରଖନ୍ତୁ ନାହିଁ । 5- ରୋଷେଇ ଘରେ ଗୋଟେ ଝରକା ବାୟୁ ଚଳାଚଳ ପାଇଁ ନିହାତି ରହିବା ଉଚିତ । ଏହାକୁ କିଚେନର ପୂର୍ବ ଦିଗରେ ରଖନ୍ତୁ ।

6- ଦକ୍ଷିଣ କି ପଶ୍ଚିମ ଦିଗରେ ବାସନ କୁସନ ଓ ରୋଷେଇ ପ୍ରସ୍ତୁତି ପାଇଁ ସମସ୍ତ ସରଞ୍ଜାମ ରଖିପାରିବେ। 7- ଭାଙ୍ଗିଯାଇଥିବା ବାସନକୁସନ, ଭାଙ୍ଗିଯାଇଥିବା କବାଟ ଆଦିରୁ ରୋଷେଇ ଘରେ ବାସ୍ତୁ ସମସ୍ଯା ଉତ୍ପନ କରିଥାଏ । ଯାହା ରୋଷେଇ ଘରୁ ବାହାରି ସମସ୍ତ ଘର ଉପରେ କୁ-ପ୍ରଭାବ ପକାଇଥାଏ । ତେଣୁ ଘର ହେଉ ଅବା ରୋଷେଇ ଘରେ କୌଣସି ପ୍ରକାର ଭାଙ୍ଗିରୁଜି ଯାଇଥିବା ଜିନିଷକୁ ରଖନ୍ତୁ ନାହିଁ । ଯଦି ଏପରି ଜିନିଷ ଘରେ ରହିଥାଏ । ତେବେ ତୁରନ୍ତ ତାହାକୁ ଘରୁ ବାହାର କରି ଦିଅନ୍ତୁ ।

ତେବେ ରୋଷେଇ ଘର କରିବା ସମୟରେ ଏହିସବୁ ବାସ୍ତୁ ଜ୍ଞାନକୁ ଆଧାର କରି ରୋଷେଇ ଘର ପ୍ରସ୍ତୁତ କରନ୍ତୁ । ଯାହା ଦ୍ଵାରା ପରିବାରରେ ସୁଖ, ଶାନ୍ତିର ବାତାବରଣ ବଜାୟ ରହିବା ସହ ଘରର ବିକାଶ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି କିପରି ଲାଗିଲା ? ଆପଣଙ୍କର ମତାମତ ଆମକୁ କମେଣ୍ଟ କରିକି ଜଣାନ୍ତୁ । ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଅନ୍ୟ ମାନଙ୍କ ସହ ଶେୟାର ନିହାତି ଭାବେ କରନ୍ତୁ ।

Leave a Reply

Your email address will not be published. Required fields are marked *