ରାତିରେ ଶୋଇବା ପୂର୍ବରୁ ୩ ଥର ଜପନ୍ତୁ ଏହି ମନ୍ତ୍ର, ସବୁ ଦୁଃଖ କଷ୍ଟ ଗାୟବ ହେଇଯିବ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ହିନ୍ଦୁ ଧର୍ମ ର ଗ୍ରନ୍ଥ ଓ ଶାସ୍ତ୍ର ରେ ଅନେକ ବିବରଣୀ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି । ଯାହା ମନୁଷ୍ୟ ପାଇଁ ଅତ୍ୟନ୍ତ ଉପଯୋଗୀ ଅଟେ । ଏହାଦ୍ବାରା ମନୁଷ୍ୟ କୁ ବିଭିନ୍ନ ସମସ୍ୟା ରୁ ମୁକ୍ତି ପାଇବା ନିମନ୍ତେ ଉପାୟ ମିଳିଥାଏ ।

ଏହି ଗ୍ରନ୍ଥ ଓ ଶାସ୍ତ୍ର ମନୁଷ୍ୟ ର ଅନେକ ଉପକାର କରିଥାଏ । ଏଥିରେ କୌଣସି ସନ୍ଦେହ ନାହିଁ । ମାତ୍ର ମନୁଷ୍ୟ କୁ ଏହାର ସଠିକ ଉପଯୋଗ କରିବା ଆବଶ୍ୟକ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ପ୍ରଭୁ ହନୁମାନ ଙ୍କ ହନୁମାନ ଚାଳିଶା ମାଧ୍ୟମରେ କିଛି ଉପାୟ ସମ୍ବନ୍ଧରେ କହିବୁ ଯାହା ଆପଣଙ୍କ ଜୀବନ କୁ ସୁଖ ଓ ସମୃଦ୍ଧି ରେ ଭରି ଦେବ ଏବଂ ଏହା ସହିତ ଆପଣଙ୍କ ଜୀବନ ଶାନ୍ତିପୂର୍ଣ୍ଣ ଭାବରେ କଟିବ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଆପଣ ମାନେ ପ୍ରଭୁ ବଜରଙ୍ଗବଲୀ ଙ୍କ ହନୁମାନ ଚାଳିଶା ନିଶ୍ଚିତ ଭାବରେ ପଢ଼ିଥିବେ । ଏହି ହନୁମାନ ଚାଳିଶା ର ଅନେକ ଚମତ୍କାରୀ ଗୁଣ ରହିଛି । ଯାହା ଆମେ ଆପଣଙ୍କୁ ଏହି କାହାଣୀ ମାଧ୍ୟମରେ କହିବୁ । ହୁଏତ ଆପଣ ମାନେ ମଧ୍ୟ ଏହି କାହାଣୀ ଟି ଆଗରୁ ଶୁଣିଥିବେ ।

ଯେତେବେଳେ ଥରେ ପ୍ରଭୁ ବଜରଙ୍ଗବଲୀ ଛୋଟ ଥିଲେ ସେତେବେଳେ ତାଙ୍କୁ ଅତ୍ୟଧିକ ଭୋକ କରିଥିଲା ଏବଂ ସେ ଆକାଶ ରେ ଚମକୁଥିବା ସୂର୍ଯ୍ୟ ଙ୍କୁ ଭୋଜନ କରିବା ନିମନ୍ତେ ଉଡ଼ି-ଉଡ଼ି ଆକାଶକୁ ଯାଇଥିଲେ । ସେଠାରେ ପ୍ରଭୁ ହନୁମାନ ଙ୍କୁ ଇନ୍ଦ୍ରଦେଵ ରୋକିଥିଲେ ଏବଂ ସେ ନ ମାନିବାରୁ ତାଙ୍କୁ ପ୍ରହାର କରିଥିଲେ । ଯାହାଫଳରେ ସେ ମୂର୍ଛିତ ହୋଇ ଯାଇଥିଲେ । ଏହା ଜାଣି ବାୟୁ ଦେବତା ଅତ୍ୟନ୍ତ କ୍ରୋଧିତ ହୋଇଥିଲେ ।

ପରେ ଯେତେବେଳେ ସମସ୍ତ ଦେବୀ ଦେବତା ଜାଣିଲେ ପ୍ରଭୁ ହନୁମାନ ମହାଦେବ ଙ୍କ ଅଂଶ ଅଟନ୍ତି ସେତେବେଳେ ସମସ୍ତ ଦେବାଦେବୀ ଗଣ ପ୍ରଭୁ ହନୁମାନ ଙ୍କୁ ଶକ୍ତି ପ୍ରଦାନ କରିଥିଲେ । ତେଣୁ ପ୍ରଭୁ ବଜରଙ୍ଗବଲୀ ଙ୍କ ହନୁମାନ ଚାଳିଶା ସେହି ଶକ୍ତି ର ବିଶେଷ ଅଂଶ ଅଟେ । ହନୁମାନ ଚାଳିଶା ରେ ଏଭଳି ୨ଟି ଚୌପାଇ ରହିଛି ଯାହାକୁ ଜପ କରିବା ଦ୍ୱାରା ମନୁଷ୍ୟ ଜୀବନ ରେ ସମସ୍ତ ସମସ୍ୟା ଦୂର ହେବ ଏବଂ ସୁଖ ସମୃଦ୍ଧି ପ୍ରତିଷ୍ଠା ହେବ ।

୧. ପ୍ରଥମ ଚୌପାଇ ଟି ହେଉଛି,

ଭୁତ ପିଶାଚ ନିକଟ ନହିଁ ଆବୈ ।

ମହାବୀର ଜବ ନାମ ସୁନାବେ । । ୨୪ । ।

ଏହି ମନ୍ତ୍ର କୁ ନିରନ୍ତର ଜପ କରିବା ଦ୍ବାରା ଯଦି ଆପଣଙ୍କ ମନରେ କୌଣସି ଭୟ ରହିଛି ତେବେ ତାହା ଦୂର ହୋଇଯିବ ଏବଂ ଆପଣ ସର୍ବଦା ନିର୍ଭୟ ରହିବେ ।

୨. ଦ୍ଵିତୀୟ ଚୌପାଇ ଟି ହେଉଛି,

ନାସୈ ରୋଗ ହରୈ ସବ ପିରା ।

ଜପତ ନିରନ୍ତର ହନୁମତ ବିରା । । ୨୫ । ।

ଯଦି ଆପଣଙ୍କୁ କୌଣସି ରୋଗ ହୋଇଛି ଏବଂ ଅନେକ ଚିକିତ୍ସା ପରେ ମଧ୍ୟ ସେହି ରୋଗ ଭଲ ହେଉନାହିଁ । ତେବେ ହନୁମାନ ଚାଳିଶା ରେ ଥିବା ଏହି ଚୌପାଇ ର ଜପ ନିରନ୍ତର କରନ୍ତୁ । ଏହାଦ୍ବାରା ଆପଣଙ୍କ ରୋଗ ସମ୍ପୂର୍ଣ୍ଣ ରୂପରେ ଭଲ ହୋଇଯିବ । ତେବେ ବନ୍ଧୁଗଣ ଏହି ୨ ଟି ଚୌପାଇ କୁ ଅତିକମ୍ ରେ ୩ ଥର ନିଶ୍ଚିତ ଭାବରେ ଜପ କରନ୍ତୁ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *