ରାତିରେ ନିଦ ହେଉନି କି ? ନିଦ ହେବା ପାଇଁ କଣ କରିବେ ? ଦେଖନ୍ତୁ Dr. Bimal Chhajer ଙ୍କ କିଛି ଖାସ୍ ଟିପ୍ସ

ନମସ୍କାର ବନ୍ଧୁଗଣ , ଆଜି କାଲି ଦୁନିଆରେ ନିଦ ନ  ହେବା ଏକ ସାଧାରଣ ବିଷୟ ଅଟେ । ମାତ୍ର ନିଦ ଭାଲ ଭାବରେ ନ ହେବା ଦ୍ଵାରା ଆପଣମାନଙ୍କୁ ଅନେକ ଗୁଡାଏ  ଅସୁବିଧାର ସମୁଖବର୍ତ୍ତୀ ହେବାକୁ ପଡିଥାଏ । ତେଣୁ ଆଜି ଆମେ ଆପଣଙ୍କୁ ନିଦ କଣ ପାଇଁ ହୋଇନଥାଏ ଓ ଏହା ଭଲ ରୂପରେ ହେବାର ସରଳ ଉପାୟମାନ ଗୁଡିକ ଡାକ୍ତର . ବିମାଲ ଛାଯରଙ୍କ ମାଧ୍ୟମରେ କିଛି ବିଷୟକୁ କହିବୁ ।

ମଣିଷ ଜୀବନରେ ନିଦ ର ପ୍ରମୁଖ ଭୂମିକା ରହିଥାଏ । ଯଦି ମଣିଷ ଗୋଟାଏ ଦିନ ଶୋଇନଥାଏ ତେବେ ସେ ପର ଦିନ କାମ କରିବା ପାଇଁ ମାନସିକ ସ୍ତର ରେ ପ୍ରସ୍ତୁତ ରହିନଥାଏ । ବିଜ୍ଞାନ ଅନୁସାରେ ଶୋଇଥିବା ସମୟରେ ଆମ ଶରୀର ତାହାର କ୍ଷତ ସ୍ଥାନକୁ ଭରଣ କରିଥାଏ । ଯାହା ଫଳରେ କି ଆମେ ଆର ଦିନ ଆମେ କାମ କରିବା ପାଇଁ ଶକ୍ତି ପାଇଥାଉ । ଆପଣଙ୍କୁ ନିହାତି ଛଅ ଘଣ୍ଟା ନିଦ ଗ୍ରହଣ କରିବା ଉଚିତ୍ ହୋଇଥାଏ ।

କିଛି ଲୋକମାନଙ୍କର ରାତି ସମୟରେ ନିଦ ହୋଇନଥାଏ ସେମାନେ କୋଣସି ବିଷୟ କୁ ନେଇ ଅଧିକ ଚିନ୍ତା କରନ୍ତୁ ଯାହା ଫଳରେ ସେମାନଙ୍କୁ ରାତିରେ ନିଦ ହୁଏ ନାହିଁ । ଏହା ଛଡା ବାରମ୍ବାର କିଛି ଦିନ ଯଦି  ଆପଣଙ୍କୁ ନିଦ ହୋଇନଥାଏ ତେବେ ଆପଣ ଏହାକୁ ହାଲୁକା ରେ ନ ନେଇ ଏହା ପ୍ରତି ଧ୍ୟାନ ହେବା ଉଚିତ୍ ହୋଇଥାଏ । ଆଜି ଆମେ ଆପଣଙ୍କୁ ଏହି ସବୁ ସମସ୍ୟାର ସମାଧାନ ବିଷୟରେ କହିବା ।

ପ୍ରଥମତ ଆପଣଙ୍କୁ ଖରାବେଳ ସମୟରେ ଶୋଇବା ଉଚିତ୍ ନୁହେଁ । ଆପଣଙ୍କୁ ସର୍ବଦା ଶୋଇବାର ସଠିକ ସମୟ  ରଖିବେ ଓ ଏହି ସମୟରେ ସବୁ ଦିନ ଶୋଇବା ଦରକାର । ଶୋଇବା ପୂର୍ବରୁ ଆପଣଙ୍କୁ ଚା ‘ କଫି ଆଦି ର ସେବନ ଦ୍ଵାରା ଆପଣଙ୍କ  ନିଦ ପୁରା ହୋଇନଥାଏ । ଶୋଇବା କଠୋରୀକୁ ଅନ୍ଧାର କରି ଶୋଇବା ଦ୍ଵାରା ଆପଣଙ୍କୁ ଭଲ ନିଦ ହୋଇଥାଏ ।   ଖାଲି ପେଟ ରେ କେବେ ଶୋଇବେ ନାହିଁ କାରଣ ଆପଣଙ୍କୁ ନିଦ ଆସିନଥାଏ ।

ଅନେକ ଲୋକମାନେ ଶୋଇଲା ପୂର୍ବରୁ ବ୍ୟାୟାମ କରି ଶୋଇଥାନ୍ତି , ମାତ୍ର ଏହା କରିବା ଅନୁଚିତ୍ ହୋଇଥାଏ । କାରଣ ବ୍ୟାୟାମ ଆଦି ପରେ ନିଦ ହୁଏ ନାହିଁ ।  ବାମ ପାଶ୍ଵ କୁ ମୁହଁ କରିକି ଶୋଇବା ଦ୍ଵାରା ଭଲ ନିଦ ହୋଇଥାଏ । ଆପଣଙ୍କୁ  ନିଦ ଆସୁନଥିବା ସମୟରେ ଆପଣଙ୍କୁ ପସନ୍ଦ ନ ଥିବା ମନ୍ତ୍ର ର ଜପ କରନ୍ତୁ ଦେଖିବେ ଆପଣଙ୍କୁ ନିଦ ତୁରନ୍ତ ଆସିଥାଏ ।

କ୍ଷୀର ଗ୍ଳାସ ଏ ପିଇକି ଶୋଇବା ଦ୍ଵାରା ଭଲ ନିଦ ହୁଏ । ମ୍ୟାଗ୍ନେସିୟମ , ଭିଟାମିନ – ସି ଥିବା ପନିପରିବା ଖାଇବା ଦ୍ଵାରା ଭଲ ନିଦ ହୁଏ । କିନ୍ତୁ ଆପଣ ନିଦ ଆସିବା ପାଇଁ ଆଜି କାଲି ମିଳୁଥିବା ଔଷଧ ର ସେବନ କରନ୍ତୁ ନାହିଁ । ଆମ ପୋଷ୍ଟ କୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ପେଜ୍ କୁ ଲାଇକ , କମେଣ୍ଟ କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *