( ରଜ ପର୍ବ) କାହିଁକି ପାଳନ କରାଯାଏ ? ରଜପର୍ବ ପାଳନର ଗୁପ୍ତ କଥା ଜାଣନ୍ତୁ । Raja festival 2024

ଓଡିଆ ମାନଙ୍କର ଅନେକ ପର୍ବପର୍ବାଣୀ ମଧ୍ୟରୁ ରଜ ହେଉଛି ଏକ ମୁଖ୍ୟ ପର୍ବ । ଓଡିଶାର ଲୋକମାନେ ଏହି ରଜପର୍ବକୁ ଖୁବ ଧୂମଧାମରେ ପାଳନ କରିଥାନ୍ତି । ରଜ ପର୍ବ ମୁଖ୍ୟତଃ 3 ଦିନ ହୋଇଥିବା ସେଗୁଡିକ ସବୁ ହେଉଛି । ପ୍ରଥମ ଦିନ ପହିଲି ରଜ, ଦିତୀୟ ଦିନ ରଜ ସଙ୍କ୍ରାନ୍ତି ବା ମିଥୁନ ସଙ୍କ୍ରାନ୍ତି ଏବଂ ତୃତୀୟ ଅର୍ଥାତ ଶେଷ ଦିନକୁ ବଡ ରଜ ବା ଭୂ ଦାହ ବୋଲି କୁହାଯାଇଥାଏ । ପହିଲି ରଜର ପୂର୍ବ ଦିନକୁ ସଜବାଜ କୁହାଯିବା ସହ ଶେଷ ରଜ ଦିନକୁ ବସୁମତୀ ସ୍ନାନ ଭାବେ ପାଳନ କରାଯାଇଥାଏ ।

ତେବେ ଏହି ରଜ ପର୍ବ ଝିଅ ମାନଙ୍କ ପାଇଁ ବହୁତ ହିଁ ଖାସ୍ ହୋଇଥାଏ । ତେବେ ବନ୍ଧୁଗଣ ଏହି ରଜପର୍ବକୁ କାହିଁକି ପାଳନ କରାଯାଇଥାଏ ? ଏହି ସମ୍ପର୍କରେ ଆଜି ଏଠାରେ ଭଲ ଭାବେ ଜାଣିବା । ତେବେ 3 ଦିନ ପାଇଁ ବସୁଧା ମାତା ନିଜର ମାସିକ ଧର୍ମ ପାଳନ କରୁଥିବା କାରଣରୁ ଏହି ଦିନ ଗୁଡିକ ରଜ ପର୍ବ ଭାବେ ପାଳିତ ହୋଇଥାଏ । ରଜର ଚତୁର୍ଥ ଦିନକୁ ବସୁମତୀ ସ୍ନାନ ବୋଲି କୁହାଯାଇଥାଏ । ଯେଉଁ ଦିନ ବସୁଧା ମାତା ଅର୍ଥାତ ଭୂଦେବୀଙ୍କୁ ସ୍ନାନ କରାଯାଇଥାଏ ।

ରଜ ଶବ୍ଦଟି ରଜସ୍ଵାଳା ଶବ୍ଦରୁ ଆସିଅଛି । ଯାହାର ଅର୍ଥ ହେଉଛି ମାସିକ ଧର୍ମ ଦେଇ ଗତି କରୁଥିବା ମହିଳାଙ୍କୁ ବୁଝାଇଥାଏ । ମଧ୍ୟଯୁଗରେ ଏହି ରଜପର୍ବଟି ଏକ କୃଷିଭିତ୍ତିକ ଛୁଟିର ପର୍ବ ରୂପେ ବିଖ୍ୟାତ ହୋଇଯାଇଥିଲା । ଯେଉଁଥିରେ ମାତା ମାତା ବସୁଧାଙ୍କୁ ପୂଜା କରାଯାଉଥିଲା । ଯାହାଙ୍କୁ ଭଗବାନ ଜଗନ୍ନାଥଙ୍କ ପତ୍ନୀ ବୋଲି ମଧ୍ୟ ମାନାଯାଇଥାଏ ।

କାରଣ ମାତା ଭୂଦେବୀଙ୍କ ରୂପରେ ଏକ ମୂର୍ତ୍ତି ଭଗବାନ ଜଗନ୍ନାଥଙ୍କ ପାର୍ଶ୍ଵରେ ଏବେ ମଧ୍ୟ ଦେଖିବାକୁ ମିଳିଥାଏ । ରଜପର୍ବର ପାଳନ ସମୟରେ ଝିଅ ମାନଙ୍କୁ ଘରର ସବୁ କାମରୁ ନିବୃତ୍ତ ରଖାଯାଇଥାଏ । ଝିଅ ମାନଙ୍କୁ ଏହି ସମୟରେ ସଜବାଜ ହୋଇ ନୂତନ ପୋଷାକ ପିନ୍ଧି ଆନନ୍ଦ ଉଲ୍ଲାସରେ ରଜପର୍ବ ପାଳନ କରିବାକୁ କୁହାଯାଇଥାଏ ।

ଝିଅ ମାନେ ଏହି ରଜ ତିନି ଦିନ ନୂଆ ଡ୍ରେସ ପିନ୍ଧି ସଜବାଜ ହୋଇ ବିଭିନ୍ନ ପ୍ରକାର ପିଠାମିଠା ଖାଇବା ସହ ବିଭିନ୍ନ ପ୍ରକାର ଖେଳ ଖେଳିବାରେ ମାତି ରହିଥାନ୍ତି । ରଜରେ ପିଠା ମଧ୍ୟରୁ ମୁଖ୍ୟ ପିଠା ପୋଡପିଠା ହୋଇଥିବା ବେଳେ ଖେଳ ମଧ୍ୟରୁ ମୁଖ୍ୟ ଖେଳ ଭାବେ ରଜରେ ଦୋଳି ଖେଳିବାକୁ ମାନା ଯାଇଥାଏ । ଏହି ରଜପର୍ବରେ ଝିଅ ମାନେ ମାଟିରେ ଖାଲି ପାଦରେ ନଚାଲି କଦଳୀ ପାଟୁକା ପିନ୍ଧିକି ଚାଲିଥାନ୍ତି ।

ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଗୋଟେ ଲାଇକ୍ କରିଦେବା ସହ ଏହାକୁ ଅନ୍ୟ ମାନଙ୍କ ସହ ଶେୟାର ମଧ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *