Vastu Shastra- ପୁରୁଣା ଝାଡୁ କେଉଁ ଦିନ ଫୋପାଡିବେ ଓ କେଉଁଠି ଫୋପାଡିବେ ? ଝାଡୁର ସଠିକ ବ୍ୟବହାର ଆପଣଙ୍କୁ କରିପାରେ ମାଲାମାଲ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଝାଡୁ ମା ଲକ୍ଷ୍ମୀଙ୍କର ସ୍ୱରୂପ ହୋଇଥାଏ । ଝାଡୁକୁ ଆମେ ସାଧରଣତଃ ଘର ସଫା କାର୍ଯ୍ୟରେ ବ୍ୟବହାର କରିଥାଉ । ଝାଡୁ ଓ ମା ଲକ୍ଷ୍ମୀଙ୍କର ସମ୍ବଦ୍ଧ ରହିଥିବା କାରଣରୁ ଝାଡୁକୁ କେବେ ମଧ୍ୟ ହତାଦର କରିବା ଉଚିତ ହୋଇନଥାଏ । ଝାଡୁ ସମ୍ପର୍କିତ ବିଶେଷ ତଥ୍ୟ ଆଜି ଆମ ପୋଷ୍ଟ ମାଧ୍ୟମରେ ଜାଣିବାକୁ ପାଇବେ । ଘର ଝାଡୁ କରିବାର କେତେକ ନିର୍ଦ୍ଧିଷ୍ଟ ସମୟ ଅବଧି ରହିଥାଏ । ଯେପରି ସକାଳେ ଉଠି ଆପଣ ବାସି ଘରକୁ ଝାଡୁ ମାରି ସଫା କରିପାରିବେ ।

ଅପରାହ୍ନରେ ମଧ୍ୟ ଝାଡୁ କରିପାରିବେ ଓ ଏହା ସହିତ ସନ୍ଧ୍ଯା ହେବା ପୂର୍ବକୁ ଘରକୁ ଝାଡୁ କରିଦେବା ଉଚିତ । କାରଣ ସନ୍ଧ୍ୟା ହେବା ପରେ ବା ରାତିରେ ଝାଡୁ କରିବା ଅନୁଚିତ । ଯଦି ଆପଣ ରାତି ସମୟରେ ଘର ଝାଡୁ କରିଥାନ୍ତି । ତେବେ ସେହି ଆବର୍ଜନାକୁ ଘରୁ ନଫୋପଡି ଡଷ୍ଟବିନ ରେ ରଖୀ ସକାଳେ ତାହାକୁ ଫୋପାଡି ଦେବା ଉଚିତ । ମା ଲକ୍ଷ୍ମୀ ସର୍ବଦା ପରିଷ୍କାର ସ୍ଥାନରେ ବାସ କରିବାକୁ ପସନ୍ଦ କରିଥାନ୍ତି ।

ସେଥିପାଇଁ ଘରକୁ ସବୁବେଳେ ସଫା କରି ରଖିବା ଉଚିତ । ଘରେ କୌଣସି ପ୍ରକାର ଅଦରକାରୀ ବସ୍ତୁ ରଖିବା ଅନୁଚିତ । ଯେତେବେଳେ ଝାଡୁ ପୁରୁଣା ହୋଇଯାଇଥାଏ । ସେତେବେଳେ ଝାଡୁ ମଧ୍ୟ ଆବର୍ଜନା ସହିତ ସମାନ ହୋଇଯାଇଥାଏ । ତେଣୁ ସେହି ଝାଡୁକୁ ଘରେ ନରଖି ଶନିବାର କିମ୍ବା କୌଣସି ଅମାବାସ୍ୟା, ଦିନ ଘରୁ କାଢି କରି ବାହାରେ ଫୋପାଡି ଦେବା ଉଚିତ ।

ନହେଲେ ପୁରୁଣା ଝାଡୁକୁ ଗ୍ରହଣ ପରେ , ଦୀପାବଳୀ ପର ଦିନ କିମ୍ବା ହୋଲିର ପର ଦିନ ମଧ୍ୟ ଝାଡୁକୁ ଘରୁ କାଢି ଫୋପାଡି ଦେବା ଉଚିତ । ଧ୍ୟାନ ଦେବା ଉଚିତ କୌଣସି ଗୁରୁବାର,ଶୁକ୍ରବାର ଏକାଦଶୀ ଏହି ସବୁ ଲକ୍ଷ୍ମୀ ପୂଜନ ବାରରେ ଘରୁ ଝାଡୁକୁ କାଢି ବାହାରେ ଫୋପାଡିବା ଅନୁଚିତ । ଏପରି କରିବା ଦ୍ଵାରା ଝାଡୁ ସହିତ ମା ଲକ୍ଷ୍ମୀ ମଧ୍ୟ ଘରୁ ବାହାରି ପଳାଇଥାନ୍ତି ।

କୃଷ୍ଣ ପକ୍ଷ ସମୟ ଅବଧି ମଧ୍ୟରେ ଝାଡୁକୁ କିଣି ଘରକୁ ଆଣିବା ଶୁଭ ହୋଇଥାଏ । ଶୁକ୍ଳ ପକ୍ଷରେ କିଣିଥିବା ଝାଡୁ ଦୁର୍ଭାଗ୍ଯର ସୂଚକ ହୋଇଥାଏ । ମଙ୍ଗଳ ବାର, ଶନିବାର ଓ ରବିବାର କିମ୍ବା ଅମାବାସ୍ୟା ଦିନ ଝାଡୁ କିଣିବାର ଶୁଭ ବାର ହୋଇଥାଏ । ଯେଉଁ ମାନଙ୍କ ଉପରେ ଶନିଦଶା ରହୁଥାଏ । ସେମାନେ ଶନିବାର ଦିନ ଝାଡୁ କିଣିବା ଅନୁଚିତ । ଯେତେବେଳେ ମଧ୍ୟ ଝାଡୁ କିଣିକି ଘରକୁ ଆଣିବେ ତାହାର ଧରିବା ସ୍ଥାନରେ ଏକ ଧଳା ସୂତା ବାନ୍ଧିଦେବା ଉଚିତ ।

ଘରୁ ବ୍ୟକ୍ତି କୌଣସି କାମରେ ବାହାରି ଯିବା ସମୟରେ ଘରେ ଝାଡୁ ପୋଛା କରିବାର ବାରଣ ରହିଥାଏ । ଝାଡୁକୁ ଘରର ଏପରି ସ୍ଥାନରେ ରଖିବା ଉଚିତ ଯେଉଁ ଠାରେ କାହାର ନଜର ନପଡିବା ଉଚିତ । ଯଦି ଆପଣ ଝାଡୁ ବିଷୟରେ ଏହି ସବୁ ନିୟମର ପାଳନ କରିବେ । ତେବେ ମା ଲକ୍ଷ୍ମୀ ସର୍ବଦା ଆପଣଙ୍କର ଘରେ ଉପରେ ପ୍ରସନ୍ନ ହୋଇ ରହିବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *