Vastu Tips – କାହାକୁ କିଛି ନ କହି ପର୍ସ ରେ ରଖି ଦିଅନ୍ତୁ ଏହି ଜିନିଷ, ହେବ ଧନର ବର୍ଷା

ଧନ ଓ ସମ୍ପତ୍ତି ପାଇବାର ଇଚ୍ଛା ତ ପ୍ରାୟ ସମସ୍ତଙ୍କର ରହିଥାଏ । ପ୍ରାୟ ସମସ୍ତେ ଚାହାଁନ୍ତି ଯେ ତାଙ୍କର ସମସ୍ତ ଇଚ୍ଛା ପୂର୍ଣ୍ଣ ହେଉ । ଯଦି ଆପଣ ଧନ ଜନିତ ସମସ୍ୟାରେ ଚିନ୍ତିତ ଅଛନ୍ତି କି ଆପଣଙ୍କ ପର୍ସ ରେ ଟଙ୍କା ରହୁ ନାହିଁ ତେବେ ଆପଣ ଏହି ସବୁ ଜିନିଷ ମଧ୍ୟରୁ କୌଣସି ଏକ ଜିନିଷ ଆପଣଙ୍କ ପର୍ସ ରେ ରଖନ୍ତୁ ।

ତେବେ ଆପଣଙ୍କୁ ଧନ ଜନିତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ତେବେ ଆସନ୍ତୁ ଆଜି ଆମେ ଜାଣିବା କଣ ସେହି ଜିନିଷ ଯାହାକୁ ଯଦି ଆପଣ ସୋମବାର ଦିନ ଆପଣ ନିଜ ପର୍ସ ରେ ରଖନ୍ତି ତେବେ ଆପଣଙ୍କ ଜୀବନରେ ଧନର ଅଭାବ ରହିବ ନାହିଁ ।

ଯଦି ଆପଣଙ୍କ ପର୍ସ ରେ ୧ ଟଙ୍କା ମଧ୍ୟ ରହୁନାହିଁ ତେବେ ଆପଣ ସୋମବାର ଦିନ ନିଜ ପର୍ସ ରେ ଏହି ଜିନିଷ କୁ ଅବଶ୍ୟ ରଖନ୍ତୁ । ଏହାଦ୍ଵାରା ଆପଣଙ୍କୁ ଧନ ଜନିତ ସମସ୍ୟା ର ସମୁଖୀନ ହେବାକୁ ପଡିବ ନାହିଁ ।

୧- ରକ୍ଷା ସୂତା;- ଏହି ସୂତା ରେ ୭ ଟି ଗଣ୍ଠି ପକାଇ ସୋମବାର ଦିନ ଭଗବାନ ଶିବ ଙ୍କର ସମୁଖରେ ରଖନ୍ତୁ । ଏବଂ ପୂଜା କରନ୍ତୁ । ଏହାପରେ ସନ୍ଧ୍ୟା ସମୟରେ ତାହାକୁ ଆଣି ଆପଣ ନିଜ ପର୍ସ ରେ ରଖନ୍ତୁ । ଏହି ଉପାୟ କରିବା ଦ୍ଵାରା ଆବଶ୍ୟକତା ଅନୁଯାୟୀ ଆପଣଙ୍କ ନିକଟକୁ ଧନ ଆସିଥାଏ ।

୨- ନାଲି ରଙ୍ଗର କାଗଜ;- ସୋମବାର ଦିନ ଏକ ନାଲି ରଙ୍ଗର କାଗଜରେ ଓମ ଲେଖି ତାକୁ ଆପଣ ଆପଣଙ୍କ ପର୍ସ ରେ ରଖନ୍ତୁ । ଏହା ଆପଣଙ୍କ ଜୀବନରେ ଧନ ଜନିତ ସମସ୍ୟା କୁ ଦୂର କରିଥାଏ ।

୩- ଅରୁଆ ଚାଉଳ;- ଆପଣ ୭ ଟି ଅରୁଆ ଚାଉଳ ନେଇ ତାକୁ ଧୂପ ତଥା ଦୀପ ଦେଇ ନିଜ ପର୍ସ ରେ ରଖନ୍ତୁ । ଏହାକୁ ଆପଣ କୌଣସି କାଗଜ ଅଥବା କୌଣସି କପଡା ରେ ବାନ୍ଧି ମଧ୍ୟ ନିଜ ପର୍ସ ରେ ରଖି ପାରିବେ ।

୪- ଭଗବାନ ଶିବ ଙ୍କ ଫଟୋ;- ସୋମବାର ଦିନ ଭଗବାନ ଶିବ ଙ୍କର ଫଟୋଚିତ୍ର ଆପଣଙ୍କ ପର୍ସ ରେ ରଖନ୍ତୁ । ଏହା ଫଳରେ ଧନ ବୃଦ୍ଧି ହେବା ସହିତ ଅତ୍ୟନ୍ତ ଶୁଭ ଫଳଦାୟକ ମଧ୍ୟ ହୋଇଥାଏ ।

୫- ରୁଦ୍ରାକ୍ଷ;- ସୋମବାର ଦିନ ଯଦି ଆପଣ ଏକ ରୁଦ୍ରାକ୍ଷ କୁ ନିଜ ପର୍ସ ରେ ରଖନ୍ତି ତେବେ ଏହା ଆପଣଙ୍କ ନିମନ୍ତେ ଅତ୍ୟନ୍ତ ଶୁଭ ହୋଇଥାଏ । ଏହା ସହିତ ଏହା ସମସ୍ତ ପ୍ରକାରର ସମସ୍ୟା କୁ ଦୂର କରିଥାଏ । ଏହି ସବୁ ଉପାୟ କରି ଦେଖନ୍ତୁ ନିଶ୍ଚିନ୍ତ ଫଳପ୍ରାପ୍ତ ହେବ । ବନ୍ଧୁଗଣ ଆପଣଙ୍କୁ ଏହି ବିଶେଷ ଟିପ୍ପଣୀ ଟି କିଭଳି ଲାଗିଲା ଆମ୍ଭକୁ କମେଣ୍ଟ କରି ଜଣାନ୍ତୁ । ଆପଣଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *