ନମସ୍କାର ବନ୍ଧୁଗଣ , ପୂଜା କରୁଥିବା ସମୟରେ ଯଦି ଦୀପ ଲିଭିଯାଏ ତାହାଲେ ଅଶୁଭ ହୁଏ କି , ଲିଭି ଯାଇଥିବା ଦୀପକୁ ଆଉଥରେ ଲଗାଇ ପୂଜା କରିଦେବ କି । ଆଜି ଆମେ ଜାଣିବା କି ଦୀପ ଲିଭିବା ଶୁଭ ନା ଅଶୁଭ । ଆମ ଶାସ୍ତ୍ର ଅନୁସାରେ ଦୀପ କୁ ଜଳାଇବା ସାକ୍ଷ ରୂପରେ ଗଣାଯାଇଥାଏ । ଆମେ ଯେକୋଣସି ଅନୁଷ୍ଠାନ କରିଥାଉ ସେଥିରେ ଦୀପ କୁ ସାକ୍ଷ ସ୍ୱରୂପ ରଖି କରିଥାଉ ଏବଂ ଦୀପ ହେଉଛନ୍ତି ସାକ୍ଷୀ ସ୍ୱରୂପ ।
ଦୀପ ପ୍ରଜଳନ କରିବାର କେତେ ଗୁଡାଏ ବିଧି ରହିଅଛି । ଭୂମି ଉପରେ ଯେଉଁମାନେ ଜ୍ଵଳନ୍ତା ଦୀପ କୁ ସ୍ଥାପନ କରନ୍ତି । ସେମାନେ ସାତ ଜନ୍ମ ଯାଏ ନରକକୁ ପ୍ରାପ୍ତ କରିଥାନ୍ତି । ତେଣୁ ଆମକୁ କେବେ ବି ଦୀପ କୁ ଭୂମିରେ ରଖିବା ନାହିଁ । ଦୀପ କୁ ସର୍ବଦା ଆସନ ଦେଇ ତା ଉପରେ ରଖିବା ଉଚିତ୍ ହୋଇଥାଏ । ଯଦି ଆମେ ଅକାରଣରେ ବସୁଧା କୁ ପାଦ ରେ ଆଘାତ କରିବା ତାହା ମା ‘ ବସୁଧା ସହ କରିପାରନ୍ତି ନାହିଁ ।
ଏହା ସହିତ ଭୂମି ଉପରେ ପ୍ରଜଳନ କରୁଥିବା ଦୀପ ମଧ୍ୟ ସେ ସହ କରନ୍ତି ନାହିଁ । ରାଶି ତେଲ ଏବଂ ଘିଅ ରେ ଆମେ ଦୀପ କି ଜଳେଇ ପାରିବା । ଶାସ୍ତ୍ର ନିୟମ ଅନୁସାରେ ଦୀପ ଜଳେଇବା ସମୟରେ ଆମକୁ ଦୁଇଟା ବଇତା ଦେବା ଉଚିତ୍ । ଶାସ୍ତ୍ର ନିୟମ ଅନୁଯାୟୀ ପୂଜା କରିବା ସମୟରେ ଦୁଇଟା ଦୀପ ଜାଳିବା ଉଚିତ୍ , ଯଦି ଏହା ସମ୍ଭବ ହୋଇନଥାଏ ତେବେ ଗୋଟିଏ ଦୀପ ରେ ଦୁଇ ଟି ବଇତା ଦେଇପାରିବେ ।
ପୂଜା କରିବା ସମୟରେ ପୂଜାତ ଦୀପ କୁ ଅଧିକ ଶ୍ରେଷ୍ଟ ମାନା ଯାଇ ଅଛି , ତେଣୁ ଘିଅ କୁ ବ୍ୟବହାର କରି ଦୀପ ଦେବା ଉଚିତ୍ । ପୂଜା କରିଥିବା ସମୟରେ ଆପଣ ଯେଉଁ ଦେବତାଙ୍କୁ ଶ୍ରଦ୍ଧା ର ପୂଜା କରିବା ବେଳେ ଯଦି ଦୀପ ଲିଭି ଯାଇଥାଏ , ତେବେ ଏହା କୋଣସି ଅଶୁଭ ସଂକେତ ହୋଇନଥାଏ । କାରଣ ଦୀପ ଲିଭି ବାର ଅନେକ କାରଣମାନ ରହିଥାଏ ଯଥା ପବନ ଦ୍ଵାରା ମଧ୍ୟ ଦୀପ ଲିଭି ଯାଇଥାଏ ।
ଆପଣ ଯଦି ଜନ୍ମାଷ୍ଟମୀ ରେ ଅଖଣ୍ଡ ଦୀପ ଜାଲିଥିବେ ଏହା ଲିଭି ଯାଇଥାଏ । ମନରେ କୋଣସି ଦୁଃଖ ନ କରି ଆପଣ ଯେଉଁ ଭଗବାନଙ୍କ ପାଇ ଏହା କରିଥିବେ ତାଙ୍କୁ କ୍ଷମା ମାଗିବେ । ଅଖଣ୍ଡ ଦୀପ କୁ ଆପଣ ଆଉ ଥରେ ଜଳେଇ ପାରିବେ । କିନ୍ତୁ ଆପଣଙ୍କୁ ଏହାର ପ୍ରାୟଶ୍ଚିତ କରିବାକୁ ପଡିଥାଏ ଯଥା ବ୍ରାହ୍ମଣ କୁ ଡାକି ପୂଜା କରି ଶହେ ଆଠ ଆହୁତି ଦେବାକୁ ପଡିଥାଏ ।
କିନ୍ତୁ ଯଦି ଆପଣ ଘଣ୍ଟାଏ ବା ଦୁଇ ଘଣ୍ଟା ପାଇଁ ଦୀପ ଜାଲିଥିବେ ଆପଣ ଦୀପ ଲିଭି ଯାଇଥାଏ ତେବେ ଦୀପ ରେ ଥିବା ଘିଅ ଏବଂ ବଇତା କୁ ବଦଳାଇ ଦୀପ କୁ ଆଉ ଥରେ ଜାଳି ପାରିବେ । ଆପଣଙ୍କୁ ଯଦି ଏହି ପୋଷ୍ଟ ଭଲ ଲାଗିଥାଏ ତେବେ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।