ପୁଜା, ପାଠ, ଜପ, ତପ କରୁଥିବା ଲୋକ ସବୁଠୁ ଅଧିକ ଦୁଃଖ କଷ୍ଟ କାହିଁକି ଭୋଗନ୍ତି ? କଣ ପାଇଁ ଭଗବାନ ନିଅନ୍ତି ପରୀକ୍ଷା- Geeta Vani

ନମସ୍କାର ବନ୍ଧୁଗଣ ଆପଣ ମାନେ ଲକ୍ଷ କରୁଥିବେ ସବୁବେଳେ ପୁଜାପାଠ କରୁଥିବା ବ୍ୟକ୍ତି ଦୁଃଖ ରେ ରୁହନ୍ତି । ଏବଂ ଆମ ମନରେ ପ୍ରଶ୍ନ ଆସିଥାଏ କି ସବୁବେଳେ ଆମେ ପୂଜା ପାଠ କରୁଛୁ ।

ଭକ୍ତି ରେ ଲୀନ ହୋଇ ଯାଇଥାଉ । କିନ୍ତୁ ତଥାପି ଆମ ଅସୁବିଧା ଦୁଃଖ କଷ୍ଟ ଦୁର ହେଉ ନାହିଁ କଣ ପାଇଁ । ଏବଂ ଏହାର ବିପରୀତ ରେ ଯଦି ଆମେ ଦେଖିବା ଆମ ଠାରୁ ଅଧିକ ସୁଖୀ ସେହିମାନେ ହୋଇଥାନ୍ତି ଯେଉଁମାନେ ପୂଜା ପାଠ କରନ୍ତି ନାହିଁ । ଏବଂ ଧର୍ମ କର୍ମ କରନ୍ତି ନାହିଁ । ଏବଂ ଆମେ ସର୍ଵଦା ଧର୍ମ କର୍ମ ଏବଂ ପୂଜା ପାଠ କରି ମଧ୍ୟ ଦୁଃଖରେ ରହିଛୁ କଷ୍ଟ ରେ ରହୁଛୁ । ଏହି ଭଳି ପ୍ରଶ୍ନ ସବୁବେଳେ ଧାର୍ମିକ ଲୋକମାନେ ମନରେ ଆସିଥାଏ ।

ତେବେ ଚାଲନ୍ତୁ ଆଜି ଆମେ ସେହି ବିଷୟରେ ଆଲୋଚନା କରିବା ଏବଂ ଜାଣିନେବା କି କଣ ପାଇଁ ଏହି ଭଳି ହୋଇଥାଏ କିମ୍ବା କଣ ପାଇଁ ଆମ ମନରେ ଏହି ଭଳି ପ୍ରଶ୍ନ ଆସିଥାଏ । ତେବେ ଚାଲନ୍ତୁ ଜାଣିନେବା ସେହି ବିଷୟରେ । ଭଗବତ ଗୀତରେ ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି କି ହେ ମନୁଷ୍ୟ ତୁମେ କର୍ମ କରି ଚାଲ ଏବଂ ଫଳ ର ଚିନ୍ତା ମୋ ଉପରେ ଛାଡି ଦିଅ । ଏବଂ ମୁଁ ଠିକ ସମୟରେ ତୁମେ କରିଥିବା କର୍ମ ର ଉଚିତ ଫଳ ପ୍ରଦାନ କରିବି ।

ଆମେ ଦେଖିବାକୁ ପାଇଥାଉ କି ଭଲ ଲୋକ ଯେଉଁମାନେ ଭଗବାନ ଙ୍କୁ ସ୍ମରଣ କରନ୍ତି କିମ୍ବା ପୂଜା ଅର୍ଚ୍ଚନା ରେ ମନ ଲଗାନ୍ତି ସେମାନେ ଦୁଃଖ କଷ୍ଟ ପାଇଁ ଥାଆନ୍ତି । ଯେବେ କି ପା-ପି ବ୍ୟକ୍ତି ସୁଖରେ ରହିଥାଏ । ବେଳେବେଳେ ଏହା ବୁଝି ହୋଇ ନଥାଏ କି ଏଭଳି କଣ ପାଇଁ ହେଉଛି । କଣ ଈଶ୍ୱର ବିଚାର କରିବାରେ ଭୁଲ କରି ଦେଉଛନ୍ତି । ଏଭଳି କଣ ପାଇଁ ହେଉଛି ।
ଏହା ପଛରେ ଥିବା କାରଣ ହେଉଛି ଜଣେ ଗୁରୁଜୀ ଙ୍କର ଦୁଇଟି ସନ୍ତାନ ଥିଲେ । ଦୁଇ ଜଣ ସନ୍ତାନ ଉଚ୍ଚ ଶିକ୍ଷା ଗ୍ରହଣ କରିଥିଲେ । ବୁଦ୍ଧିମାନ ଥିଲେ ।

ଦୁଇ ଜଣଙ୍କ ମଧ୍ୟ ରୁ ଜଣ ଙ୍କର ଅଭ୍ୟାସ ଖରାପ ହୋଇ ଯାଇଥିଲା । ପ୍ରଥମ ସନ୍ତାନ ଟି ପ୍ରତିଦିନ ସତସଙ୍ଗ କରୁଥିଲା । ପୁଜାପାଠ ରେ ମନ ଲଗାଉଥିଲେ । ଯେଉଁଠି ଭି ନାମ କୀର୍ତ୍ତନ ହେଉ ଥାଏ ସେ ସେଠାରେ ଚାଲି ଯାଆନ୍ତି । ଏବଂ ଅନ୍ୟ ସନ୍ତାନ ଟି ଖରାପ ଅଭ୍ୟାସ ରଖିଥିବା ଯୋଗୁଁ ସେ ସବୁବେଳେ ବେ-ଶ୍ୟା ର ଘରକୁ ଯାଇଥାଏ । ଏବଂ ତାର ମୁଜୁରା ତାକୁ ଭଲ ଲାଗୁଥାଏ । ଯେତେବେଳେ ସେ ନାଚୁ ଥାଏ । ତାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଲାଗି ରହିଥାଏ ।

ପ୍ରଥମ ସନ୍ତାନ ଯାଇଥାଏ ପୂଜା ଅର୍ଚ୍ଚନା କରିବାକୁ । ଏବଂ ଅନ୍ୟ ସନ୍ତାନ ଟି ନାଚ ଦେଖିବାକୁ ଯାଇଥାଏ । ଦିନେ ଦ୍ୱିତୀୟ ସନ୍ତାନ ଟି ବେ-ଶ୍ୟା ର ଘରୁ ଫେରିବା ସମୟରେ ତାକୁ ରାସ୍ତା ରେ ଏକ ଛୋଟ ମୁଣି ରେ ସୁନା ଭରି ରହିଥିବା ର ମିଳିଲା । ଏହି ମୁଣି ମିଳିବା ପରେ ସେ ଭାରି ଖୁସି ମନରେ ଘରକୁ ଫେରୁଥିଲା । ଏବଂ ପ୍ରଥମ ସନ୍ତାନ ଟି ସତସଙ୍ଗ କରି ଘରକୁ ଫେରିବା ସମୟରେ ରାସ୍ତା ରେ ଗୋଟିଏ ଲୁହା ର କଣ୍ଟା ତାଙ୍କ ପାଦରେ ପସିଗଲା । ଲୁହା କଣ୍ଟା ଟି ପାଦରେ ପସି ଆର ପାର ହୋଇଗଲା ।

ସେ ଛୋଟେଇ ଛୋଟେଇ ଗୁରୁଜୀଙ୍କ ପାଖକୁ ଗଲା । ଏବଂ ପ୍ରଶ୍ନ କଲେ କି ଭଗବାନ ଙ୍କ ନ୍ୟାୟ କିଭଳି । ମୁଁ ସତସଙ୍ଗ କରିବାକୁ ଯାଇଥିଲି ଲୁହା କଣ୍ଟା ପାଦରେ ଫୋଡି ହୋଇଗଲା । ଏବଂ ସେ ବେଶ୍ୟା ର ମୁଜୁରା ଦେଖିବାକୁ ଯାଇଥିଲା ତାକୁ ସୁନା ଭର୍ତ୍ତି ମୁଣି ମିଳିଗଲା । ଏହା ଭଗବାନ ଙ୍କର କିଭଳି ନ୍ୟାୟ । ସେ ଭୁଲ କାମ କରୁଥିଲା କିନ୍ତୁ ତା ପାଦରେ କଣ୍ଟା ନ ପସି ମୋ ପାଦରେ ପସିଗଲା ଯେବେକି ମୁଁ ପୁଜାପାଠ କରୁଥିଲି । ଏହି ସବୁ କଥା ଶୁଣି ସାରିବା ପରେ ଗୁରୁଜୀ କହିଲେ ତୁମେ କେବଳ ବର୍ତ୍ତମାନ ଦେଖୁଛ ।

କେବଳ ବର୍ତ୍ତମାନ ଭାବୁଛ । କିନ୍ତୁ ଈଶ୍ୱର ଭୁତ ଭବିଷ୍ୟତ ଏବଂ ବର୍ତ୍ତମାନ କୁ ନେଇ ନିର୍ଣ୍ଣୟ ନେଇଥାନ୍ତି । ଆମକୁ କାଲି କଣ ହେବାର ଅଛି ଜଣା ନ ଥାଏ । କିନ୍ତୁ ଭଗବାନ ଙ୍କୁ ଜଣା ଥାଏ । ଆଜି ଯାହାକୁ ସୁନା ର ମୁଣି ମିଳିଲା ତାକୁ ସୁନାର ସିନ୍ଧୁକ ମିଲି ଥାନ୍ତା ଏବଂ ରାଜା ହୋଇ ଥାନ୍ତା କିନ୍ତୁ ସମୟ ର ସଦୁପଯୋଗ ନ କରି ଥିବାରୁ ତାର ପୁଣ୍ୟ ସବୁ କ୍ଷୟ ହୋଇଗଲା । କାରଣ ତାର ପୂର୍ବ ଜନ୍ମର ପୁଣ୍ୟ ଅଧିକ ଥିଲା । କିନ୍ତୁ ସେ କୁକର୍ମ କରି ସବୁ ପୁଣ୍ୟ କୁ ନଷ୍ଟ କରିଦେଲା । ସେଥିପାଇଁ ଛୋଟ ମୁଣି ତାକୁ ମିଳିଲା ।

ତୁମ୍ଭର ପା-ପ ଯୋଗୁଁ ଆଜି ତୁମ୍ଭର ମୃ-ତ୍ୟୁ ହୋଇ ଥାନ୍ତା ଏବଂ ଜୀଵନ ର ଶେଷ ଦିନ ହୋଇଥାନ୍ତା କିନ୍ତୁ ତୁମେ ସର୍ଵଦା ଭଗବାନ ଙ୍କ ସହ ଯୋଡି ହୋଇ ରହୁଥିଲ ବୋଲି ତୁମ ମୃ-ତ୍ୟୁ ଏକ ଲୁହା କଣ୍ଟା ରେ ପରିବର୍ତ୍ତନ ହୋଇଗଲା । ଏହା ପରମାତ୍ମା ଙ୍କ ନିର୍ଣ୍ଣୟ ଏହାକୁ ଅନେକ ଲୋକ ବୁଝି ପାରନ୍ତି ନାହିଁ । ତେବେ ବନ୍ଧୁଗଣ ଆମ ସହ ଘଟୁଥିବା ସମସ୍ତ ଘଟଣା ଆମ ପୂର୍ବ ଜନ୍ମର କର୍ମ ଯୋଗୁଁ ହୋଇଥାଏ । ତେଣୁ ସେହି ଅନୁସାରେ ଆମକୁ ଏହି ଜନ୍ମ ରେ ଫଳ ମିଳି ଥାଏ ଏବଂ ଏହି ଜନ୍ମ ର କର୍ମ ର ଫଳ ଆର ଜନ୍ମ ରେ ମିଳିବ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *