Vastu Tips- ପୂଜା ଘରେ ଭୁଲରେ ବି ଏକା ସହିତ ରଖନ୍ତୁ ନା ହିଁ ଏହି 2 ଟି ମୂର୍ତ୍ତି, ମିଳିଥାଏ ଅଶୁଭ ଫଳ

ବନ୍ଧୁଗଣ, ଆପଣ ମାନେ ନିଜ ଠାକୁର ଘରେ ଠାକୁରଙ୍କ ମୂର୍ତ୍ତି କିମ୍ବା ଫୋଟୋ ରଖି ପୂଜା କରୁଥିବେ । ତେବେ ଏହି ମୂର୍ତ୍ତିର ମହତ୍ତ୍ଵ କଣ ଆସନ୍ତୁ ଆମେ ଜାଣିବା । ଯେଉଁ ଘରେ ଏକାସଙ୍ଗେ ଏହି ୨ ମୂର୍ତ୍ତି ରହି ପୂଜା ପାଇଥାନ୍ତି ସେଠି ହୋଇଥାଏ ରାଜଯୋଗ । ସାରା ଦୁନିଆ ଆପଣଙ୍କ ପାଦ ତଳକୁ ଆସି ଯାଇଥାଏ । ଆପଣଙ୍କୁ ସର୍ବସୁଖ ପ୍ରାପ୍ତ ହୁଏ । ଆପଣ ଠାକୁର ଘରେ ଠାକୁର ରଖି ପୂଜା କରିଥାନ୍ତି । ଯଦି ଆପଣ ଶ୍ରୀକୃଷ୍ଣଙ୍କ ଫୋଟୋ ରଖି ପୂଜା କରୁଛନ୍ତି, ତେବେ ଶ୍ରୀକୃଷ୍ଣ ଙ୍କ ସହ ମାତାରାଣୀ ରାଧା ଙ୍କ ଫୋଟୋ ରଖି ପୂଜା କରନ୍ତୁ ।

ଯଦି ଆପଣଙ୍କ ଘରେ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି କି ଫୋଟୋ ଅଛି ତେବେ ତାଙ୍କ ସହ ରାଧାଙ୍କର ବି ଫୋଟୋ ସଂଯୁକ୍ତ ଭାବେ ଯୋଡି ହୋଇ ରହିଥାଏ । ଆପଣଙ୍କୁ ଏହି ଫୋଟୋ ଆଣିବା ଉଚିତ । ଏହା ପ୍ରେମର ଓ ଏକତାର ପ୍ରତୀକ ହୋଇଥାଏ । ଯେଉଁମାନଙ୍କ ଘରେ ଏହିପରି ଫୋଟୋ ଅଛି ରାଧାକୃଷ୍ଣଙ୍କ ର ତାଙ୍କ ଘରେ କେବେ ବି ଅଶାନ୍ତି ହୋଇନଥାଏ । ପତି ପତ୍ନୀ ଓ ପରିବାର ରେ ସବୁବେଳେ ପ୍ରେମ ଥାଏ ଓ ଧନର ଅଭାବ ହୁଏ ନାହିଁ ।

ତେଣୁ ଏହାକୁ ବହୁତ ଜରୁରୀ ବୋଲି ମାନାଯାଇଛି । ଏହି ମୂର୍ତ୍ତି ରଖିବା ଦ୍ଵାରା ଆପଣଙ୍କୁ ବହୁତ ଫାଇଦା ମିଳିଥାଏ । କେତେ ଲୋକ ନିଜ ଘରେ ଲକ୍ଷ୍ମୀ ମା’ଙ୍କ ପୂଜା କରିଥାନ୍ତି ଓ ସେମାନେ ବିଷ୍ଣୁ ଭଗବାନ ଙ୍କ ପୂଜା କରିବେ କି ନାହିଁ ଚିନ୍ତା କରିଥାନ୍ତି ଓ ତାଙ୍କ ମୂର୍ତ୍ତି ଏକା ସଙ୍ଗେ ରଖି ପୂଜା କରିବେ କି ନାହିଁ ଭାବିଥାନ୍ତି । ବାସ୍ତବରେ ଆପଣଙ୍କୁ ମାତା ଲକ୍ଷ୍ମୀ ଓ ବିଷ୍ଣୁଙ୍କ ପୂଜା ଏକ ସାଙ୍ଗେ କରିବା ଉଚିତ ।

ଭଗବାନ ବ୍ରହ୍ମା ଓ ବିଷ୍ଣୁଙ୍କୁ ପରମ ଦେବତା ବୋଲି ମନାଯାଏ, ତ୍ରିଦେବ ରେ ଭଗବାନ ବିଷ୍ଣଙ୍କର ପୂଜା କରାଯାଏ । ଯଦି ଆପଣ ଘରେ ଲକ୍ଷ୍ମୀ ନାରାୟଣଙ୍କ ର ପୂଜା ଏକ ସଙ୍ଗେ କରନ୍ତି, ତେବେ ଆପଣଙ୍କ ଘରେ ଦିନ ଦୁଇଗୁଣ ଓ ରାତି ଚାରିଗୁଣ ର ଫାଇଦା ମିଳିଥାଏ । ଯଦି ଆପଣଙ୍କ ଘରେ କେବଳ ଲକ୍ଷ୍ମୀଙ୍କ ଫୋଟୋ ଅଛି, ତେବେ ଆପଣ ଲକ୍ଷ୍ମୀଙ୍କ ପାଖରେ ଗଣେଶ ଓ କୁବେର ଙ୍କ ଫୋଟୋ ରଖି ପୂଜା କରିପାରିବେ ।

ଗଣେଶ ଓ ଲକ୍ଷ୍ମୀଙ୍କୁ ଏକାଠି ପୂଜା କରିବା ଦ୍ୱାରା ଆପଣଙ୍କୁ କେବେ ବି ଧନର ଅଭାବ ହୋଇନଥାଏ । କେହି କେହି ଚିନ୍ତା କରିଥାନ୍ତି ହନୁମାନ ଭଗବାନଙ୍କ ପୂଜା କରିବେ କି ନାହିଁ, ତେବେ ଆପଣ ଚିନ୍ତା କରନ୍ତୁ ନାହିଁ ଆପଣ ନିଶ୍ଚିତ ଭାବେ ହନୁମାନଙ୍କୁ ପୂଜା କରିପାରିବେ ଓ ତାଙ୍କ ସହିତ ଆପଣ ରାମ ଭଗବାନ ଙ୍କ ପୂଜା ମଧ୍ୟ କରିପାରିବେ ।

ରାମଙ୍କୁ ପୂଜା କଲେ ଆପଣଙ୍କୁ ସବୁ ଦେବୀ ଦେବତାଙ୍କ କୃପା ମିଳିଯାଇ ଥାଏ । ଘରେ ଶାନ୍ତି ଓ ଧନ ପାଇ ଆପଣ ତିନିଦେବ ଙ୍କ ମୂର୍ତ୍ତି ଅଥବା ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ଙ୍କ ଫୋଟୋ ଏକାଠି ରଖି ପୂଜା କରିପାରିବେ । ଏହାଦ୍ଵାରା ଆପଣଙ୍କ ସବୁ ବିଘ୍ନ କଟି ଯାଇଥାଏ । ଏବେ ଆସନ୍ତୁ ଜାଣିବା କେଉଁ ମୂର୍ତ୍ତିକୁ ନିଜ ଘରେ ସ୍ଥାନ ଦେବା କଥା ନୁହେଁ । ଆପଣ ଭଗବାନ ଗଣେଶଙ୍କର ବହୁତ ମୂର୍ତ୍ତି ଅଥବା ଏକ, ତିନି ଓ ପାଞ୍ଚ ଟି ମୂର୍ତ୍ତି ରଖିବା ଅଶୁଭ ମାନାଯାଇଥାଏ । ଦୁଇଟି ମୂର୍ତ୍ତିକୁ ଏକ ସଙ୍ଗେ ରଖିବା ଶୁଭ ହୋଇଥାଏ ।

ଗଣେଶ ଙ୍କୁ ସ୍ଥାପନ କରିବା ସମୟରେ ଧ୍ୟାନ ରଖନ୍ତୁ ଯେମିତି ଗଣେଶଙ୍କ ମୁହଁ ଘରର ମୁଖ୍ୟଦ୍ଵାର ପଟେ ହେବା ଦରକାର । ଏହା କରିବା ଦ୍ୱାରା ଆପଣଙ୍କୁ ଭଲ ଓ ଶୁଭ ଫଳ ମିଳିଥାଏ ଓ ଏହି କଥା ଧ୍ୟାନ ରଖନ୍ତୁ କି ଆପଣ ଘରେ ବଡ଼ ଶିବଲିଙ୍ଗ ଅର୍ଥାତ୍ ଆଙ୍ଗୁଳିରୁ ବଡ଼ ଲିଙ୍ଗ ରଖନ୍ତୁ ନାହିଁ, ସର୍ବଦା ଛୋଟ ଶିବଲିଙ୍ଗ ଆଣି ପୂଜା କରନ୍ତୁ । ଏବଂ ଗୋଟେ ଶିବ ଲିଙ୍ଗ ହିଁ ପୂଜା କରନ୍ତୁ ଗୋଟେ ରୁ ଅଧିକ ରଖିବା ଅଶୁଭ ମନାଯାଇଥାଏ ।

ବନ୍ଧୁଗଣ ଆପଣ ହନୁମାନ ଙ୍କ ଫୋଟୋ ନିଜ ଶୋଇବାଘରେ କେବେ ବି ରଖନ୍ତୁ ନାହିଁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *