ଯାଦୁ, କାଛୁ, କୁଣ୍ଡିଆ ସବୁଦିନ ପାଇଁ ଭଲ କରିବାର ସହ ଘରୋଇ ଉପାୟ, ଥରେ ନିଶ୍ଚୟ Try କରି ଦେଖନ୍ତୁ (Health Tips)

ବନ୍ଧୁଗଣ, ଆଜି ଆମେ ଆପଣଙ୍କୁ କହିବୁ ବହୁ ବର୍ଷର ରୋଗ ଯାଦୁ, କାଛୁ, କୁଣ୍ଡିଆ ରୁ ଆପଣ କିଭଳି ରକ୍ଷା ପାଇପାରିବେ ? ଚର୍ମରୋଗ ଯଦି ବଢ଼ି ବଢ଼ି ଚାଲେ ତା’ହେଲେ ତାକୁ କଣ୍ଟ୍ରୋଲ କରିବା ବହୁତ କଠିନ ହୋଇଥାଏ । ସମୟ ପୂର୍ବରୁ ଆପଣ ତାହାକୁ କଣ୍ଟ୍ରୋଲ କରନ୍ତୁ ନହେଲେ ଏହା ଜଟିଳ ରୂପ ଧାରଣ କରିଥାଏ । ଯାଦୁ, କାଛୁ, କୁଣ୍ଡିଆ କୁ ଭଲ କରିବା ପାଇଁ ଆପଣ ଅନେକ ଟଙ୍କା ଖର୍ଚ୍ଚ କରିଥିବେ, ଅଳ୍ପ ଦିନ ପାଇଁ ଏହା ଭଲ ହୋଇଯାଇଥାଏ ।

କିଛି ଦିନପରେ ପୁଣି ଏହା ହୋଇଥାଏ । ତେଣୁ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଯେଉଁ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ତା’ପାଇଁ ଆପଣଙ୍କୁ କିଛି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବନି । ତେବେ ଆସନ୍ତୁ ଜାଣିବା ସେହି ଘରୋଇ ଉପଚାର ବିଷୟରେ ଯାହା ଆପଣଙ୍କ ଯାଦୁ, କାଛୁ, କୁଣ୍ଡିଆ ରୁ ସମ୍ପୂର୍ଣ୍ଣ ଭଲ କରିଦେବ । ପ୍ରଥମେ ଆପଣଙ୍କୁ ୩ ରୁ ୪ ପାଖୁଡ଼ା ରସୁଣ ର ଆବଶ୍ୟକତା ପଡିବ । ରସୁଣ ରେ ଆଣ୍ଟି ବ୍ୟାକେଟ୍ରିଆଲ ଗୁଣ ଭରପୁର ମାତ୍ରା ରେ ଥାଏ ।

ଏହା ର ବ୍ୟବହାର କେବଳ ଖାଦ୍ୟରେ ନ ଥାଏ ଏହା ଆପଣଙ୍କ ଶରୀରର ଅନେକ ରୋଗ ଭଲ କରିଥାଏ । ଯାଦୁ, କାଛୁ, କୁଣ୍ଡିଆ ସେହି ଜାଗାରେ ହୋଇଥାଏ, ଯେଉଁ ଜାଗାରେ ଝାଳ ହେଇଥାଏ ଓ ଯେଉଁ ଯାଗା ଓଦା ହୋଇ ରହିଥାଏ ଓ ପବନ କମ୍ ଲାଗିଥାଏ । ଏଥିପାଇଁ ସଫା ସୁତୁରା ପ୍ରତି ଧ୍ୟାନ ରଖନ୍ତୁ । ଦ୍ଵିତୀୟ ସାମଗ୍ରୀ ହେଉଛି ଗାଈ ଘିଅ । ଚେଷ୍ଟା କରନ୍ତୁ ଦେଶୀ ଗାଈ ଘିଅ ଏଥିରେ ପ୍ରୟୋଗ କରିବା ପାଇଁ । ଗାଈ ଘିଅ ନା କେବଳ ଖାଦ୍ୟର ସ୍ଵାଦ ବଢାଇଥାଏ ।

ଏହା ଶରୀରର ଅନେକ ରୋଗ କୁ ଦୂର କରିଥାଏ । ଯଦି ଆପଣ ପ୍ରତିଦିନ ଅଧ ଚାମଚ ଗାଈ ଘିଅ ସେବନ କରିବେ, ତେବେ ଆପଣଙ୍କୁ ଜୀବନ ସାରା ଆଣ୍ଠୁ ଗଣ୍ଠି ବିନ୍ଧା ହେବ ନାହିଁ । ଚର୍ମ ରୋଗ କୁ ଦୂର କରିବା ପାଇଁ ଏହି ଘରୋଇ ଉପଚାର ବନେଇବା ପାଇଁ ଆପଣ ୪ ପାଖୁଡ଼ା ରସୁଣକୁ ଛୋଟ ଛୋଟ କରି କାଟି ଦିଅନ୍ତୁ । ଏହି ରସୁଣ ପାଖୁଡ଼ା କୁ ଏକ ଚାମଚ ଗାଈ ଘିଅ ରେ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ । ଆପଣ ଯାଦୁ, କାଛୁ, କୁଣ୍ଡିଆକୁ ଭଲ କରିବା ପାଇଁ ବଜାର ରୁ ବହୁତ ପ୍ରକାର କ୍ରିମ କିଣିଥାନ୍ତି । କିନ୍ତୁ ଆପଣ ବିନା ଖର୍ଚ୍ଚରେ ଏହି ଘରୋଇ ଉପଚାର କୁ ପ୍ରୟୋଗ କରନ୍ତୁ ଦେଖିବେ ଆପଣଙ୍କୁ ବହୁତ ଭଲ ପରିଣାମ ମିଳିବ । ରସୁଣ ଓ ଘିଅ କୁ ମିଶେଇ ଆପଣ ଏହି ମିଶ୍ରଣକୁ ୩୦ ମିନିଟ ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ ।

ଅଧ ଘଣ୍ଟା ପରେ ଆପଣ ଏହାକୁ ଭଲ ଭାବେ ଗରମ କରିଦେବେ ତାପରେ ଏହାକୁ ଥଣ୍ଡା ହେବାକୁ ଦେବେ, ଥଣ୍ଡା ହୋଇଗଲେ ଯାଦୁ, କାଛୁ ଜାଗାରେ ଏହାକୁ ଲଗାଇବେ । ଆପଣ ଏହାକୁ ରାତି ସମୟରେ ବି ଲଗେ଼ଇ ପାରିବେ । ଲଗେଇବା ପୂର୍ବରୁ ଆପଣଙ୍କୁ ଆଉ ଏକ ଜିନିଷ ଦରକାର ତାହା ହେଉଛି ଚୂନ । ଯେଉଁ ଚୂନ କୁ ଆପଣ ପାନରେ ବ୍ୟବହାର କରନ୍ତି ସେହି ଚୂନ କୁ ପ୍ରୟୋଗ କରନ୍ତୁ । ଏହି ମିଶ୍ରଣ କୁ ଆପଣ ଦୁଇ ରୁ ତିନି ଦିନ ପର୍ଯ୍ୟନ୍ତ ପ୍ରୟୋଗ କରିପାରିବେ । ଯାଦୁ, କାଛୁ, କୁଣ୍ଡିଆ ଯେଉଁ ଜାଗାରେ ହେଇଛି ସେହି ଯାଗା କୁ ଭଲ ଭାବେ ପରିଷ୍କାର କରି ଦିଅନ୍ତୁ ଓ ରସୁଣ ଓ ଘିଅ ମିଶ୍ରଣ କୁ ସେହି ଜାଗାରେ ଲଗାନ୍ତୁ ଓ ତା ଉପରେ ଚୂନ ର ପ୍ରୟୋଗ କରନ୍ତୁ ଅଳ୍ପ ଚୂନ ନେଇ ସେହି ମିଶ୍ରଣ ଉପରେ ହାଲୁକା ମାଲିସ୍ କରନ୍ତୁ ।

ଧ୍ୟାନ ରଖି ଅଳ୍ପ ଚୂନ ଲଗାନ୍ତୁ ଏହାକୁ ଆପଣ ଏକ ରୁ ଦୁଇ ଘଣ୍ଟା ରଖନ୍ତୁ ଏବଂ ଆପଣ ଚାହିଁଲେ ଏହାକୁ ରାତିସାରା ମଧ୍ୟ ରଖି ପାରିବେ । ସକାଳେ ଉଷୁମ ପାଣି ରେ ପୋଛି ଦିଅନ୍ତୁ । ଏହି ଉପଚାର କରନ୍ତୁ ଦେଖିବେ ନିଶ୍ଚିତ ଭଲ ଫଳ ମିଳିବ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *