ବନ୍ଧୁଗଣ, ସାଧାରଣତ ଆମ୍ଭ ଭାରତୀୟ ସଙ୍କୃତିରେ କୌଣସି ବଡ ତଥା ଛୋଟ ପୂଜା କରିବା ନିମନ୍ତେ କିଛି ବିଶେଷ ନିୟମ ମାନ ଗ୍ରହଣ କରାଯାଇଅଛି । ଏହି ନିୟମ କୁ ପାଳନ କରି ଆମ୍ଭକୁ ପୂଜା କରିବା ଉଚିତ । କାରଣ ସେତେବେଳେ ଆମ୍ଭ ପୂଜାର କିଛି ଅର୍ଥ ରହିଥାଏ । ଏବଂ ଆମ୍ଭକୁ ଆମ୍ଭ ଆରାଧନା ର ଫଳ ମିଳିଥାଏ । ସାଧାରଣତ ଆମ୍ଭେ ଅନେକ ସମୟରେ ଭକ୍ତି ର ସହିତ ପୂଜା କରିଥାଉ । ମାତ୍ର ତାହା ପରେ ମଧ୍ୟ ଆମ୍ଭ ମନୋସ୍କାମନା ପୂର୍ଣ୍ଣ ହୋଇପାରି ନଥାଏ ।
ଶାସ୍ତ୍ର ଅନୁଯାୟୀ ଆମ୍ଭ ପୂଜା ସାମଗ୍ରୀ ର ଯେତେ ସବୁ ମହତ୍ଵ କୁହାଯାଇଅଛି ସେମାନଙ୍କର ଗୋଟିଏ ବିଶେଷ ବିଶେଷତ୍ଵ ରହିଅଛି । ଭଗବାନ ଶ୍ରୀ କୃଷ୍ଣ ଙ୍କ ଅନୁଯାୟୀ ଏଭଳି କେଉଁ ଜିନିଷ ଅଛି ଯାହାକୁ ପୂଜା ଘରେ ରଖିବା ଦ୍ଵାରା ଘରେ ସୁଖ ସମୃଦ୍ଧି ତଥା ଐସ୍ଵର୍ଜ୍ୟ ପ୍ରାପ୍ତ ହୋଇଥାଏ ଆସନ୍ତୁ ଜାଣିବା । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରର ମନ୍ଦିର ଇଶାନ କୋଣ ଅଥବା ଉତ୍ତର-ପୂର୍ବ ଦିଗରେ ରହିବା ଆବଶ୍ୟକ ।
ପ୍ରତିଦିନ ପ୍ରଭାତରୁ ଉଠି ନିଜ ନିତ୍ୟ କର୍ମ ସାରି ସ୍ଵଛ କପଡା ପୂର୍ବକ ଭଗବାନ ଙ୍କ ପୂଜା କରିବା ଉଚିତ । ଏବଂ ସକାଳ ଏବଂ ସନ୍ଧ୍ୟାରେ ଭଗବାନ ଙ୍କ ସାମ୍ନା ରେ ଏକ ଦୀପ ଜଳାଇବା ଉଚିତ । ମନ୍ଦିର ତଥା ତାହାର ଆଖପାଖ ଜାଗାକୁ ସଫାସୁତରା ରଖିବା ଆବଶ୍ୟକ । ଏହାପରେ ଭଗବାନ ଙ୍କୁ ସ୍ନାନ କରାଇ ତାଙ୍କୁ ସିନ୍ଦୁରର ତିଳକ ଲଗାଇବା ଆବଶ୍ୟକ । ଏହିଭଳି ପ୍ରତୁକ ଘରେ ପୂଜାର ନିୟମ ରହିଥାଏ ।
ଆପଣ ଏହାକୁ ଧ୍ୟାନରେ ରଖି ଏକ କ୍ରମ ପଦ୍ଧତି ରେ ପୂଜା କରନ୍ତୁ । ଧ୍ୟାନ ରଖନ୍ତୁ କେବେ ମଧ୍ୟ ଭଗବାନ ଙ୍କ ନୈବେଦ୍ୟ କୁ ଚାଖି ଅଇଁଠା କରିବେ ନାହିଁ । ଏହା ସହିତ ଭଗବାନ ଙ୍କୁ ଚଢା ଯାଇଥିବା ଫୁଲ, ଦୀପ, ଅଗରବତୀ କିମ୍ବା ଯେ କୌଣସି ମଧ୍ୟ ସାମଗ୍ରୀ ହେଉ କେବେ ମଧ୍ୟ ତାହାକୁ ଶୁଙ୍ଗି କରି ଦେଖନ୍ତୁ ନାହିଁ । ଏହା ଶାସ୍ତ୍ର ଦୃଷ୍ଟିରେ ଆଦୌ ଠିକ ନୁହେଁ । ଘଣ୍ଟି ତଥା ଶଙ୍ଖ କୁ ଲୋକ ମାନେ କେଉଁ ସମୟରେ ମଧ୍ୟ ବଜାଇ ଦେଇଥାନ୍ତି ।
ମାତ୍ର ପୂଜା କରିବା ସମୟରେ ଏହାକୁ ବଜାଇବାର କିଛି ନିୟମ ରହିଅଛି । କେବଳ ଆଳତି ସମୟରେ ହିଁ ଏହାକୁ ବଜାଇବା ଉଚିତ । ଏହା ଫଳରେ ବାତାବରଣ ରେ ଥିବା ନକାରତ୍ମକ ଶକ୍ତି ସକାରତ୍ମକ ଶକ୍ତି ରେ ବଦଳିଯାଇଥାଏ । ଆମ୍ଭର ସମସ୍ତ ପୂଜା ରେ କଳସ ର ମହତ୍ଵ ରହିଅଛି । ଶାସ୍ତ୍ର ରେ କଳସ କୁ ପୂର୍ଣ୍ଣତାର ପ୍ରତୀକ ମାନାଯାଇଅଛି । କୌଣସି ମାଙ୍ଗଳିକ କାର୍ଯ୍ୟ ରେ କଳସ ର ସ୍ଥାପନ ନ କରିବାରୁ ସମସ୍ତ କାର୍ଯ୍ୟ ଅଧୁରା ରହିଥାଏ ।
ସବୁଦିନ ପୂଜା କରିବା ସମୟରେ ତମ୍ବା ର ଜଳ ପାତ୍ର ରେ ଜଳ ପୂର୍ଣ୍ଣ କରି ରଖିବା ତେବେ ତାହା ଆମ୍ଭ ନିମନ୍ତେ ବହୁତ ଶୁଭଫଳ ଆଣିଥାଏ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।