ବନ୍ଧୁଗଣ, ବାସ୍ତୁ ଶାସ୍ତ୍ର ଆମ ଘରେ ଥିବା ବାସ୍ତୁ ଦୋଷକୁ ଦୂର କରିବାରେ ସାହାଯ୍ୟ କରିଥାଏ । ପୁରା ଦୁନିଆ ବାସ୍ତୁ ଶାସ୍ତ୍ରକୁ ଆପଣେଇ ନେଇଛନ୍ତି । ବାସ୍ତୁଶାସ୍ତ୍ର ସାହାଯ୍ୟରେ ଆପଣ ନିଜ ଘରୁ ନକରାତ୍ମକ ଶକ୍ତିକୁ ବାହାର କରିପାରିବେ । ଘରେ ଯେତେ ଅଧିକ ସକରାତ୍ମକ ଶକ୍ତି ରହିବ ସେତେ ଅଧିକ ଆପଣ ଫାଇଦା ପାଇବେ । ଘରର ସବୁଠୁ ମହତ୍ତ୍ଵପୂର୍ଣ୍ଣ ସ୍ଥାନ ହୋଇଥାଏ ପୂଜା ଘର । ଯେଉଁଠାରେ ଆମେ ଭଗବାନଙ୍କୁ ରଖି ପୂଜା କରିଥାଉ ତଥା ତାଙ୍କ ସେବା କରିଥାଉ ।
କଣ ଆପଣ ଜାଣିଛନ୍ତି କି ଆପଣଙ୍କ ପୂଜାଘରେ ମଧ୍ୟ ବାସ୍ତୁ ଦୋଷ ଥାଇପାରେ ? କେତେଥର ପୂଜା ଘରେ ଆମେ ଏମିତି ମୂର୍ତ୍ତି ସ୍ଥାପିତ କରିଥାନ୍ତି ଯେଉଁଥିରେ ଆପଣଙ୍କ ଘରର ବାତାବରଣ ବଦଳି ଯାଇଥାଏ । ବାସ୍ତୁଶାସ୍ତ୍ରରେ କିଛି ଏମିତି ମୂର୍ତ୍ତି ରଖିବାକୁ ନିଷେଧ କରାଯାଇଛି, ଯାହାର ପ୍ରଭାବ ଘରର ସଦସ୍ୟଙ୍କ ଉପରେ ପଡ଼ିଥାଏ ଓ ଘରେ କ୍ଳେଶ, ନକରାତ୍ମକ ପ୍ରଭାବ ବଢ଼ିଥାଏ । ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ପୂଜା ଘରେ କେଉଁ ସବୁ ମୂର୍ତ୍ତି ରଖିବା ଉଚିତ ହୋଇନଥାଏ ।
୧:- ଭୈରବ ଦେବଙ୍କ ମୂର୍ତ୍ତି, ଭୈରବ ଦେବ ମହାକାଳ ଙ୍କ ଗୋଟେ ରୂପ । ତାଙ୍କୁ ତନ୍ତ୍ର ମନ୍ତ୍ର ଓ ଆରାଧ୍ୟରେ ପୂଜା କରାଯାଇଥାଏ । ତାଙ୍କୁ ଘରେ ସ୍ଥାନ ଦେଲେ ପରିବାରରେ ଚିନ୍ତା ଲଗିଥାଏ । ଆପଣଙ୍କ ଘରେ କିଛି ଶକ୍ତି ପ୍ରବେଶ କରିପାରେ ଓ ଏହା ଆପଣଙ୍କ ପାଇଁ ଭଲ ହୋଇନଥାଏ । ଭୈରବ ଦେବଙ୍କ ମୂର୍ତ୍ତି ଭୁଲରେ ବି ଘରେ ରଖନ୍ତୁ ନାହିଁ ନଚେତ ସ୍ଵାମୀ ଓ ସ୍ତ୍ରୀଙ୍କ ଜୀବନରେ କ୍ଳେଶ ନିର୍ମାଣ ହୋଇପାରେ ।
୨:- ନଟରାଜ ମୂର୍ତ୍ତି, ନଟରାଜ ଶିବଙ୍କ ପ୍ରତିକ ରୁଦ୍ର ରୂପ । ଯେତେବେଳେ ଭଗବାନ ଶିବ ରୁଦ୍ର ରୂପରେ ଆସି ତାଣ୍ଡବ କରିଥିଲେ ସେତେବେଳେ ନଟରାଜ କୁହାଯାଇଥିଲା । ଆମେ ମଣିଷ ଶିବଙ୍କ ରୁଦ୍ର ରୂପକୁ ବା ତାଙ୍କ ଶକ୍ତିକୁ କିଣିନେବାର ସାହସ ନାହିଁ । ତଥାପି କେତେ ଲୋକ ନଟରାଜ ମୂର୍ତ୍ତିକୁ ମନ୍ଦିର ରେ ସ୍ଥାପନ କରିଥାନ୍ତି । ଯାହାଦ୍ଵାରା ଘରେ କ୍ରୋଧର ବାତାବରଣ ବନିଥାଏ । ତେଣୁ ଆପଣ ଏହି ମୂର୍ତ୍ତିକୁ ଘରେ ସ୍ଥାପନ କରନ୍ତୁ ନାହିଁ । କାରଣ ଏହାର ଅସୀମ ଶକ୍ତିକୁ ଆମେ ସହ୍ୟ କରିପାରିବା ନାହିଁ ।
୩:- ରାହୁ କେତୁଙ୍କ ମୂର୍ତ୍ତି, କେତେକ ଲୋକ ରାହୁ ଓ କେତୁଙ୍କ ପ୍ରଭାବରୁ ବଞ୍ଚିତ ହେବାପାଇଁ ଘରେ ରାହୁ ଓ କେତୁଙ୍କ ପୂଜା କରିଥାନ୍ତି । ଯଦି ଆପଣ ଏହି ଭୁଲ କରିଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ । ରାହୁ ଓ କେତୁ ପାପ ଏବଂ ଛଳର ଗ୍ରହ ମନାଯାଏ । ଘରେ ଏମାନଙ୍କୁ ସ୍ଥାନ ଦେଲେ ଆପଣଙ୍କ ଘରେ ନକରାତ୍ମକ ଶକ୍ତି ଆସିଥାଏ । ଏବଂ ପରିବାରରେ ମତଭେଦ ମଧ୍ୟ ବଢ଼ିଥାଏ । ଆପଣ କର୍ମର ଦେବତା ଶନି ମହାଦେବଙ୍କୁ ପୂଜା କରିପାରିବେ । କିନ୍ତୁ ଶନିଙ୍କ ମୂର୍ତ୍ତି ଘରେ ଆଣି ପୂଜା କରନ୍ତୁ ନାହିଁ । ତାଙ୍କୁ କେବଳ ମନ୍ଦିରରେ ପୂଜା କରିପାରିବେ ।
୪:- ଖୋଲା ପ୍ରାଣୀ ଉପରେ ବସିଥିବା ଦେବତାଙ୍କ ମୂର୍ତ୍ତି, ବାସ୍ତୁଶାସ୍ତ୍ର ଅନୁସାରେ ହିଂସ୍ର ଜନ୍ତୁ ମାନଙ୍କ ଉପରେ ବସିଥିବା ଦେବୀ କିମ୍ବା ଦେବତାଙ୍କ ମୂର୍ତ୍ତି ଘରେ ସ୍ଥାନ ଦିଆଯାଏ ନାହିଁ । ଯଦି ଆପଣ କେବେ ଏହିଭଳି ଖୋଲାପ୍ରାଣୀ ଥିବା ବାଘ ଉପରେ ବସିଥିବା ମୂର୍ତ୍ତିକୁ ଆଣୁଛନ୍ତି ତେବେ ଆପଣଙ୍କ ଜୀବନ ଉପରେ ଖରାପ ପ୍ରଭାବ ପଡିପାରେ । ତେଣୁ ଆପଣ ଏଭଳି ମୂର୍ତ୍ତି ଆଣିବେ ଯେଉଁ ପ୍ରାଣୀର ମୁହଁ ଖୋଲା ନ ହୋଇ ଶାନ୍ତ ପ୍ରକୃତିର ଥିବ । ଏହାଦ୍ୱାରା ଆପଣଙ୍କ ଉପରେ ସକାରତ୍ମକ ପ୍ରଭାବ ପଡିଥାଏ ।
ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ