ବନ୍ଧୁଗଣ, ଭଗବାନ ଶ୍ରୀ କୃଷ୍ଣ ଭୋଜନ କରିବା ସମୟରେ ମନୁଷ୍ୟ କୁ କେଉଁ ଦିଗରେ ବସି ଭୋଜନ କରିବା ଉଚିତ ଏହି ବିଷୟରେ ମହତ୍ଵପୂର୍ଣ୍ଣ ଜ୍ଞାନ ପ୍ରଦାନ କରିଛନ୍ତି । କେଉଁ ପ୍ରକାରର ଭୋଜନ ମନୁଷ୍ୟ ଜୀବନକୁ କଷ୍ଟ ଦେଇଥାଏ ? କେଉଁ ଦିଗରେ ବସି ଭୋଜନ କରିଲେ ମନୁଷ୍ୟ ର ଆୟୁ କମ ହୋଇଥାଏ ? କେଉଁ ପ୍ରକାର ଭୋଜନ ସୁଖ ସମୃଦ୍ଧି ତଥା ଐଶ୍ଵର୍ଯ୍ୟ ପ୍ରଦାନ କରାଇଥାଏ ? ଏହା ସହିତ ବାସ୍ତୁ ଶାସ୍ତ୍ର ରେ ମଧ୍ୟ ଭୋଜନ କରିବା ନିୟମ ସମ୍ବନ୍ଧରେ ବିଶେଷ କଥା କୁହାଯାଇଛି । ଆସନ୍ତୁ ଜାଣିବା ତାହା କଣ ଅଟେ ?
ବାସ୍ତୁ ଶାସ୍ତ୍ର ରେ କୁହାଯାଇଅଛି ଯେ ମନୁଷ୍ୟକୁ ଭୋଜନ କରିବା ସମୟରେ ନିଜର ମୁହଁ ଉଚିତ ଦିଗରେ କରିବା ଆବଶ୍ୟକ । ଭୁଲ ଦିଗରେ ମୁହଁ କରି ଭୋଜନ କରିଲେ ମନୁଷ୍ୟ ଶରୀରରେ ଖରାପ ପ୍ରଭାବ ପଡିଥାଏ । ଏହା ସହିତ ଭୋଜନ କରିବା ଆଗରୁ ମନୁଷ୍ୟ କୁ କିଛି ମନ୍ତ୍ର ଉଚ୍ଚାରଣ କରିବା ଆବଶ୍ୟକ । ଏହା ଫଳରେ ଭୋଜନ କରିବା ସମସ୍ୟାରେ ସକାରତ୍ମକ ଊର୍ଜା ର ପ୍ରଭାବ ଅଧିକ ହେବ ।
ଏହା ଆମ୍ଭ ଶରୀର ଉପରେ ସକାରତ୍ମକ ଊର୍ଜାର ପ୍ରଭାବ ପକାଇଥାଏ । ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ଯେ, ମନୁଷ୍ୟ କୁ କେବେ ମଧ୍ୟ ଅନ୍ୟକୁ ଭୋକିଲା ରଖି ନିଜେ ଭୋଜନ ଗ୍ରହଣ କରିବା ଅନୁଚିତ । ଆପଣଙ୍କ ନିକଟକୁ ଆସିଥିବା ପଶୁପକ୍ଷୀ ଏବଂ ମନୁଷ୍ୟ କୁ ମଧ୍ୟ ଭୋଜନ କରାଇବା ସହିତ ନିଜେ ଭୋଜନ କରିବା ଉଚିତ ।
ନିଜେ ଖାଇବା ସହିତ ଯଦି ଆପଣ ଅନ୍ୟ ମାନଙ୍କୁ ମଧ୍ୟ ଭୋଜନ କରାନ୍ତି ତେବେ ବ୍ୟକ୍ତି ଙ୍କୁ ବହୁତ ପୂଣ୍ୟ ମିଳିଥାଏ । ଏଥିରେ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ବାସ୍ତୁ ଶାସ୍ତ୍ର ଅନୁସାରେ ଭଙ୍ଗାରୁଜା ବାସନରେ ଭୋଜନ କରିବା ଅଶୁଭ ମାନାଯାଇଥାଏ । ଏହା ଆପଣଙ୍କ ନିମନ୍ତେ ଦୁର୍ଭାଗ୍ୟକୁ ନିୟନ୍ତ୍ରଣ କରିଥାଏ । ଭୋଜନ ସର୍ବଦା ସ୍ଵଛ ବାସନରେ କରିବା ଆବଶ୍ୟକ । ଏକାଦଶୀ ଦିନ ତାମସିକ ଭୋଜନ କରନ୍ତୁ ନାହିଁ ।
ଶାସ୍ତ୍ର ଅନୁଯାୟୀ ମନୁଷ୍ୟ କୁ ଏକାଦଶୀ ଦିନ ମଦ ମାଂସ ର ସେବନ କରିବା ଉଚିତ ନୁହେଁ । ଏହିଦିନ ସାତ୍ଵିକ ଭୋଜନ କରିବା ଆବଶ୍ୟକ । ଆପଣ ନିଜ ଥାଳିରେ ଭୋଜନ ଯେତିକି ପରିମାଣରେ ଖାଇବେ, ସେତିକି ପରିମାଣରେ ଆଣିବା ଉଚିତ । ଭୋଜନର ଅପବ୍ୟବହାର କରିବା ଉଚିତ ନୁହେଁ । ଏହାକୁ ଶାସ୍ତ୍ରରେ ଅନୁଚିତ ବୋଲି ମାନାଯାଇଅଛି । ଭୋଜନ ଖାଇଲା ସମୟରେ ଭଗବାନ ଙ୍କୁ ପ୍ରାର୍ଥନା କରି ଭୋଜନ ଗ୍ରହଣ କରନ୍ତୁ ।
ବାସ୍ତୁଶାସ୍ତ୍ର ଅନୁଯାୟୀ ପୂର୍ବ ମୁଖ କରି ଭୋଜନ କରିବା ଆବଶ୍ୟକ । ଏହାଦ୍ଵାରା ଆପଣଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିଥାଏ । କାରଣ ପୂର୍ବ ଦିଗକୁ ସୂର୍ଯ୍ୟ ଙ୍କ ଦିଗ ମାନାଯାଇଥାଏ । ଯଦି ଆପଣ ନିଜ ବ୍ୟବସାୟ ରେ ଉନ୍ନତି ଚାହୁଞ୍ଚନ୍ତି ଅଥବା ଚାକିରି କ୍ଷେତ୍ରରେ ଆପଣଙ୍କ ଉନ୍ନତି ହେବା ଆବଶ୍ୟକ ତେବେ ଆପଣଙ୍କୁ ଉତ୍ତର ଦିଗ କୁ ମୁହଁ କରି ଖାଇବା ଆବଶ୍ୟକ ।
ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ