ପ୍ରତ୍ଯେକ ଗୁରୁବାରରେ ଏହିଭଳି କରନ୍ତୁ ମା’ ଲକ୍ଷ୍ମୀଙ୍କର ଆରାଧ୍ୟନା ! ଘର ଭରି ହୋଇଯିବ ସୁଖ, ଶାନ୍ତି ଓ ସମୃଦ୍ଧିରେ… Laxmi Puja Tips

ନମସ୍କାର ବନ୍ଧୁଗଣ , ଘର ର ଲକ୍ଷ୍ମୀ ହେଉଛନ୍ତି ନାରୀ । ଯଦି ନାରୀ କୋଣସି ଭୁଲ କରିବେ ତେବେ ଘର ନଷ୍ଟ ହୋଇଥାଏ । କାରଣ ଘରେ ଗୂହ ଲକ୍ଷ୍ମୀଙ୍କ ଆଗମନ ନାରୀଙ୍କ ଦ୍ଵାରା ହୋଇଥାଏ , ତେଣୁ ଗୃହିଣୀଙ୍କ ଭୁଲ କରିବା ଦ୍ଵାରା ଘର ଉପରେ ଏହାର ପ୍ରଭାବ ପଡିଥାଏ । ତେଣୁ ଆପଣ ଏହାର ପ୍ରାୟଶ୍ଚିତ ଭାବରେ ପ୍ରତି ଗୁରୁବାର ଏହି ପୂଜା କୁ କରିପାରିବେ । ଏହି ପୂଜା କରିବା ପାଇଁ କାହାକୁ ପଚାରିବାର ଆବଶ୍ୟକ ନଥାଏ ।

ଏହାକୁ ଆମେ ନିଶ୍ଚିତ ରୂପରେ କରିପାରିବା । ଗୁଟୁବର ଦିନ ନାରୀ ମାନେ ହଳଦୀ ଦେଇକି ସ୍ଥାନ କରିବେ ଏବଂ ଧଳା ରଙ୍ଗ ର ବସ୍ତ୍ର ପିନ୍ଧିବେ । ଘର କୁ ପୋଛା କରିକି ଚିତା ପକେଇବେ । ଗୁରୁବାର ଦିନ ଅରୁଆ ଚାଉଳ କୁ ବାଟିକି ଚିତା ପକେଇବେ । ତା  ପରେ ତୁଲସୀ ପୂଜା , ସୂର୍ଯ୍ୟ ଙ୍କ ପୂଜା ନିଶ୍ଚିତ କରନ୍ତୁ । କାରଣ ତୁଲସୀ ପୂଜା ନ କଲେ ଦୋଷ ଲାଗିଥାଏ ଏବଂ ସୂର୍ଯ୍ୟଙ୍କ ପୂଜା ବିନା କୋଣସି ପୂଜା କରାଯାଏ ନାହି ।

ମା ‘ ଲକ୍ଷ୍ମୀଙ୍କ ଛୋଟ ମୂର୍ତ୍ତି ଘରେ ସ୍ଥାପନ କରି କ୍ଷୀର ଅଭିଷେକ କରିବା ଉଚିତ୍ । ମା ‘ ଙ୍କୁ ଗୁରୁବାର ଦିନ ସାନ୍ନ କରାଇବେ ଏବଂ ମା ‘ ଙ୍କର ସାନ୍ନ ପରେ ତାଙ୍କୁ ହଳଦିଆ ରଙ୍ଗ ର ବସ୍ତ୍ର ପିନ୍ଧାଇ । ତା ପରେ ମା’ ଙ୍କ ପୂଜା କରିବେ । ପୂଜା ସରିଲା ପରେ ମା ‘ ଙ୍କୁ ଭୋଗ ଛଡାଇବେ । ଭୋଗ ରେ ମା ‘ ଙ୍କୁ ପଣା ଭୋଗ , ଫଳ ମୂଳ ଆଦି ଭୋଗ ସକାଳ ସମୟରେ ଲଗେଇବେ । ତା ପରେ ଆଳତି କରିନେବେ ଏବଂ ଦ୍ଵିତୀୟ ପ୍ରହର ରେ ଯେମିତି ହେଲେ ମା ‘ ଙ୍କୁ ଅନ୍ନ ର ଭୋଗ କରିବେ ।

କାରଣ ମା ‘ ଙ୍କୁ ଅନ୍ନ ବହୁତ ପ୍ରିୟ ହୋଇଥାଏ । ମା ‘ ଙ୍କ ଠାରୁ ବେଳ ପତ୍ର ର ସୃଷ୍ଟି ହେଇଥିବାରୁ ମା ‘ ଙ୍କୁ ଏହା ର ମାଳା କରି ପିନ୍ଧେଇବେ ଏବଂ ଭୋଜନ ରେ ମଧ୍ୟ ଏହାର ପ୍ରୋୟଗ ନିହାତି କରନ୍ତୁ । ମା ‘ ଙ୍କ ଭୋଗ ରେ ଘିଅ ର ବ୍ୟବହାର ନିଶ୍ଚିତ ରୂପରେ କରନ୍ତୁ । ଆପଣ ଯେତେ ବେଳେ ବି ମା ‘ ଙ୍କୁ ଭୋଗ ଲଗେଇବେ ତେବେ ଆଳତି ଧୂପ ଦେଇ ଭୋଗ ଲଗେଇବା ଉଚିତ୍ । ଯେକୋଣସି ଦେବତାଙ୍କୁ ଭୋଗ ଦେବା ପୂର୍ବରୁ ଏହାକୁ କରିବା ଉଚିତ୍ ଏହା ନିୟମ ଅଟେ ।

ଦକ୍ଷିଣ ଦିଗା କୁ ଦୀପ ଲଗେଇ ପ୍ରଣାମ କରିବେ ଏବଂ ଭୋଗ ଦେଲା ପରେ ମା ‘ ଙ୍କୁ ପାଣି ଦେବେ । ଗୁରୁବାର ଦିନ ଯେଉଁ ପୂଜା କରି ମା ‘ ଙ୍କୁ ଭୋଗ ହେବେ ସ୍ଥିରୁ ଅଳ୍ପ ବାଢି ପଛରେ ପିତୃପୁରୁଷ ମାନଙ୍କୁ ଏକ ପତ୍ର ରେ ରଖି ଦେବେ । ଯିଏ ପୂଜା  କରନ୍ତି ସେ ସମସ୍ତ କୁ ଖାଦ୍ୟ ଦେବା ପରେ ସେ ଶେଷ ରେ ଖାଇବା ଉଚିତ୍ । ଏହି ପୂଜା କୁ ପ୍ରତି ଗୁରୁବାର କରିବେ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *