Vastu Tips- ପ୍ରତି ଦିନ ପୂଜାରେ ଦୀପ ଜଳାଇବା ସମୟରେ କହି ଦିଅନ୍ତୁ ଏହି 3 ଶବ୍ଦ, ତା ପରେ ଦେଖିବେ ଚମତ୍କାର, ସାରା ଦୁନିଆ ଆପଣଙ୍କ ପାଦ ତଳେ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ପ୍ରତ୍ୟେକ ଦିନ ସକାଳୁ ଉଠି ପୂଜା କରିବା ସମୟରେ ଦୀପ ତ ନିଶ୍ଚିତ ଭାବରେ ଜଳାଉ ଥିବେ । ଦୀପ ଜଳାଇବା ସମୟରେ ମଧ୍ୟ ଏକ ସ୍ୱତନ୍ତ୍ର ବିଧି ବିଧାନ ରହିଛି ।

ଆମେ ଯେ କୌଣସି ଶୁଭ କାର୍ଯ୍ୟ କରିବା ସମୟରେ ଦୀପ ଟିଏ ନିଶ୍ଚିତ ଜାଳିଥାଉ । କାରଣ ଏହି ଦୀପ ଈଶ୍ୱର ଙ୍କ ସହ ଯୋଡି ହୋଇ ରହିବା ପାଇଁ ଏକ ମାଧ୍ୟମ ହୋଇଥାଏ । ଆମ ହିନ୍ଦୁ ଧର୍ମ ରେ ଆମେ କୌଣସି ବି ଶୁଭ କାର୍ଯ୍ୟ କିମ୍ବା ପୂଜା ପାଠ କଲା ସମୟରେ ଦୀପ ନିଶ୍ଚିତ ଜାଳିଥାଉ । ଦେବୀ ଦେଵତା ଙ୍କ ସମ୍ମୁଖରେ ଯେଉଁ ଭଳି ମନୋକାମନା ଥାଏ ସେହି ଅନୁସାରେ ଦୀପ ରେ ଘିଅ କିମ୍ବା ତେଲ ଢାଳି ଜଳାଇ ଥାଉ ।

ଏହା ଦ୍ୱାରା ଆମ ଇଷ୍ଟ ଦେଵତା ଆମ ଉପରେ ପ୍ରସନ୍ନ ରହିଥାନ୍ତି । ଏହା ଛଡା ଦୀପ ଜଳାଇବା ସମୟରେ ଅନେକ ମନ୍ତ୍ର ମଧ୍ୟ ରହିଛି । ଆଜି ଆମେ ଆପଣ ମାନଙ୍କୁ କହିବୁ ଦୀପ ଜଳାଇବା ସମୟ ରେ କେଉଁ ସବୁ ବିଧି ବିଧାନ ର ପାଳନ କରିବା ଉଚିତ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମତଃ, ପୁରୁଷ ହୁଅନ୍ତୁ ଅଥବା ମହିଳା ଯେତେବେଳେ ବି ଦୀପ ଜଳାଇବେ ନିଜ ମୁଣ୍ଡ କୁ ଘୋଡାଇ ଅର୍ଥାତ ମୁଣ୍ଡ ରେ ଗାମୁଛା କିମ୍ବା ଲୁଗା ଦେଇ ଜଳାନ୍ତୁ । ମୁଣ୍ଡ କୁ ଖୋଲା ରଖି କରି ଦୀପ ଜାଳିବା ଉଚିତ ନୁହେଁ । ଅନେକ ଲୋକ ଏହି ଭୁଲ କରିଥାନ୍ତି କି ଦୀପ ଜଳାଇବା ସମୟରେ ମୁଣ୍ଡ କୁ ଖୋଲା ରଖି ଥାଆନ୍ତି । ଏହା ଅନୁଚିତ ଅଟେ ।

୨. ବନ୍ଧୁଗଣ ଦ୍ବିତୀୟତଃ, ଦୀପ ଜଳାଇବା ସମୟରେ ଦୀପ ତଳେ ଗୋଟା ଚାଉଳ କିମ୍ବା ପତ୍ର ନଚେତ କିଛି ଫୁଲ ଦେଇ ତା ଉପରେ ଦୀପ ଜଳାଇବା ଉଚିତ । ନଚେତ ଏହି ପୂଜା କୁ ଭଗବାନ ସ୍ୱୀକାର କରନ୍ତି ନାହିଁ । କାରଣ ଦୀପ ଜଳାଇବା ଦ୍ୱାରା ଈଶ୍ୱର ଖୁସି ହୋଇ ଥାନ୍ତି ଏବଂ ଆମ ଉପରେ ତାଙ୍କ କୃପା ମଧ୍ୟ ରଖିଥାନ୍ତି ।

୩. ବନ୍ଧୁଗଣ ତୃତୀୟତଃ, ଯଦି ଆପଣ ଚାହାନ୍ତି କି ମାଆ ଭଗବତୀ ତଥା ମାଆ ଦୁର୍ଗା ପ୍ରସନ୍ନ ହୁଅନ୍ତୁ ତେବେ ଆପଣ ରାଶି ତେଲର ଦୀପ ଜଳାନ୍ତୁ । ଏଥିରେ ସଳିତା ତୁଳା ରେ କରନ୍ତୁ ନାହିଁ ସୁତା ରେ ବଳିତା ପ୍ରସ୍ତୁତ କରି ଜଳାନ୍ତୁ ।

୪. ବନ୍ଧୁଗଣ ଚତୁର୍ଥତଃ, ଯଦି ଆପଣଙ୍କ ଶତ୍ରୁ କିମ୍ବା ବିରୋଧୀ ଆପଣଙ୍କୁ ହଇରାଣ କରନ୍ତି କିମ୍ବା ଆପଣଙ୍କ ଉପରେ ଆକ୍ରମଣ କରନ୍ତି ତେବେ ଆପଣ ତାଙ୍କ ଠାରୁ ମୁକ୍ତି ଚାହିଁ ଥାଆନ୍ତି ଏବଂ ସେ ଆପଣ ଙ୍କୁ ଆକ୍ରମଣ ନ କରନ୍ତୁ ବୋଲି ଚାହାନ୍ତି । ତେବେ ଆପଣ ପୂଜା କରିବା ସମୟରେ ସୋରିଷ ତେଲ ରେ ଦୀପ ଜଳାନ୍ତୁ ଏହା ଦ୍ୱାରା ଶତ୍ରୁ ଆପଣଙ୍କ ନିକଟକୁ ଆସେ ନାହିଁ । ସୋରିଷ ତେଲ ରେ ଦୀପ କରିବା ସହିତ ସେଥିରେ ଦୁଇଟି ଲବଙ୍ଗ ମଧ୍ୟ ରଖନ୍ତୁ ।

୫. ବନ୍ଧୁଗଣ ପଞ୍ଚମତଃ, ଦୀପ ଜଳାଇବା ସମୟରେ ଏହି ମନ୍ତ୍ର କହିବା ଦ୍ୱାରା ଆପଣ ଙ୍କ ଜୀବନରେ ସମସ୍ତ ଅସୁବିଧା କଷ୍ଟ ଦୁର ହୋଇ ଯିବ । ସେହି ମନ୍ତ୍ର ଟି ହେଉଛି- “ଶୁଭମ କରୋତି କଲ୍ୟାଣମ , ଆରୋଗ୍ୟଙ୍ଗ ଧନ ସଂପଦାମ, ଶତ୍ରୁ ବୁଦ୍ଧି ବିନାଶୟ, ଦୀପଙ୍ଗ ଜ୍ୟୋତି ନମୋସ୍ତୁତେ । ” ଏହାଛଡା କେବେବି ଭଙ୍ଗା ଦୀପ ଜଳାନ୍ତୁ ନାହିଁ । ମାଟି ର ଦୀପ ସବୁଠାରୁ ଶୁଭ ହୋଇଥାଏ । ଏହି ସମସ୍ତ ବିଧି ବିଧାନ ଅନୁସାରେ ପୂଜା ରେ ଦୀପ ଜଳାଇବା ଦ୍ୱାରା ଭଗବାନ ପ୍ରସନ୍ନ ହୋଇଥାନ୍ତି ଏବଂ ଆପଣଙ୍କ ଜୀବନର ସମସ୍ତ ସମସ୍ୟା ଦୂର ହୋଇଥାଏ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *