ବନ୍ଧୁଗଣ, ଯଦି ଆପଣ ପିତୃ ପକ୍ଷ ରେ ଦେଖୁଛନ୍ତି ଏହି ସଂକେତ ତେବେ ଆପଣ ତୁରନ୍ତ ବୁଝି ଜାଆନ୍ତୁ ଯେ ଆପଣଙ୍କ ପୂର୍ବଜ ଙ୍କର ଆଶୀର୍ବାଦ ଅଥବା ଆପଣଙ୍କୁ ଅଚଳ ସମ୍ପତ୍ତି ଅଥବା ଧନପ୍ରାପ୍ତି ହେବାକୁ ଯାଉଅଛି । ଏହି ସଂକେତ କିଛି ଖାସ ଲୋକଙ୍କୁ ହିଁ ଦେଖା ଦେଇଥାଏ । ହିନ୍ଦୁ ଧର୍ମର ପିତୃ ପକ୍ଷ କୁ ବିଶେଷ ମାନାଯାଇଅଛି । ଭାଦ୍ରବ ମାସର ପୂର୍ଣ୍ଣିମା ଠାରୁ ଆରମ୍ଭ କରି ଆଶ୍ଵିନ ମାସର ଅମାବାସ୍ୟା ରେ ଏହି ପକ୍ଷ ସମାପ୍ତ ହୋଇଥାଏ ।
ଏହି ସମୟରେ ଆମ୍ଭ ପୂର୍ବଜ ପିତୃ ଲୋକ ରୁ ପୃଥିବୀ ଲୋକ କୁ ଆସିଥାନ୍ତି । ଯଦି ଏହି ସବୁ ଲକ୍ଷଣ ଆପଣ ନିଜ ଘରେ ଦେଖୁଛନ୍ତି ତେବେ ବୁଝି ଜାଆନ୍ତୁ ଯେ ଆପଣଙ୍କ ଦୁଖ ଦିନ ଦିନ ଦୂର ହେବାକୁ ଯାଉଅଛି ।
୧- ଆପଣଙ୍କ ଘରେ ଏହି ପିତୃ ପକ୍ଷ ସମୟରେ କାଉ ମାନଙ୍କର ବାରମ୍ବାର ଆପଣଙ୍କ ଛାତ ଉପରକୁ ଆସିବା । ଯଦି ଆଚନକ ଆପଣଙ୍କ ଛାତ ଉପରକୁ କୌଣସି କାଉ ଆସି ବସିଯାଏ ଏବଂ ଅଚାନକ କା କା ରାବ ଲଗାଇଥାଏ, ତେବେ ଆପଣ ବୁଝି ନିଅନ୍ତୁ ଯେ ଆପଣଙ୍କ ପିତୃ ଆପଣଙ୍କ ଉପରେ ବହୁତ ପ୍ରସନ୍ନ ଅଟନ୍ତି ।
୨- ପିତୃ ପକ୍ଷ ସମୟରେ ଯଦି କଳା ଜନ୍ଦା ଗୋଲାକାର ବନାଇ ଘୁରିଥାନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ମାନାଯାଇଥାଏ । ଏଥିରୁ ଜଣାଯାଇଥାଏ ଯେ ଆପଣଙ୍କ ପିତୃ ଆପଣଙ୍କ ଉପରେ ବହୁତ ସନ୍ତୁଷ୍ଟ ଅଛନ୍ତି । ଆପଣ ଏମାନଙ୍କୁ ମିଠା ଦ୍ରବ୍ୟ ଅଥବା ଅଟା ନିଶ୍ଚିତ ଖୁଆନ୍ତୁ । ଏହା ସହିତ ଆପଣଙ୍କ ଘରେ ମାତା ଲକ୍ଷ୍ମୀ ଙ୍କ ଆଗମନ ମଧ୍ୟ ହେବାକୁ ଯାଉଅଛି ।
୩- ସ୍ଵପ୍ନ ଶାସ୍ତ୍ର ଅନୁଯାୟୀ ଏଭଳି ମାନାଯାଇଥାଏ ଯେ, ଯଦି ଆପଣଙ୍କ ସ୍ଵପ୍ନ ରେ ବାରମ୍ବାର ପିତୃ ଦେଖା ଯାଇଥାନ୍ତି ତ ଏହା ଅତ୍ୟନ୍ତ ମଙ୍ଗଳ ମାନାଯାଇଥାଏ । ଯଦି ଏମାନେ ସ୍ଵପ୍ନ ରେ ଆପଣଙ୍କୁ କିଛି ଦେଇଥାନ୍ତି ତେବେ ଆପଣଙ୍କୁ ଅଚଳ ସମ୍ପତ୍ତି ତଥା ଧନ ପ୍ରାପ୍ତ ହୋଇଥାଏ ।
୪- ସ୍ଵପ୍ନ ରେ ମାତା ପିତା ଙ୍କୁ ଦେଖିବା ପିତୃ ଦୋଷ ର ସମାପ୍ତି ର ସଂକେତ ମାନାଯାଇଥାଏ । ଏହିଭଳି ସ୍ଵପ୍ନ ଦେଖୁଛନ୍ତି ତ ଆପଣ ଜୀବ ଜନ୍ତୁ ମାନଙ୍କୁ ଭୋଜନ ଖୁଆଇବା ଭୁଲନ୍ତୁ ନାହିଁ ।
୫- ପିତୃ ପକ୍ଷ ରେ ଯଦି କେତେକ ଝିଟିପିଟି ଏକା ସହିତ ଦେଖା ଦେଇଥାନ୍ତି ତେବେ ଏହାକୁ ମଧ୍ୟ ଶୁଭ ସଂକେତ ମାନାଯାଇଥାଏ । ଏଥିରୁ ଏହା ଜଣାଯାଇଥାଏ ଯେ ଆପଣଙ୍କ ପୂର୍ବଜ ଆପଣଙ୍କ ଉପରେ ବହୁତ ପ୍ରସନ୍ନ ଅଛନ୍ତି । କାରଣ ଝିଟିପିଟି ଜୀବନରେ ଘଟୁଥିବା ସଂକେତ କୁ ଦର୍ଶାଇ ଥାଏ । ଏହାକୁ ବହୁତ କମ ଲୋକ ଜାଣିଥାନ୍ତି । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।