ବନ୍ଧୁଗଣ, ଭାଦ୍ରବ ମାସର ପୂର୍ଣ୍ଣିମାରେ ଶ୍ରାଦ୍ଦ ପକ୍ଷ ଆରମ୍ଭ ହୋଇ ଅଶ୍ଵିନ ଅମାବାସ୍ୟା ପର୍ଯ୍ୟନ୍ତ ସମାପ୍ତ ହେବାକୁ ଯାଉଅଛି । ଏହି ବର୍ଷ ଶ୍ରାଦ୍ଧ ପକ୍ଷ ୨୦ ସେପ୍ଟେମ୍ବର ରୁ ୬ ଅକ୍ଟୋବର ପର୍ଯ୍ୟନ୍ତ ରହିବାକୁ ଯାଉଅଛି । ଏହିଦିନ ପିତୃ ଙ୍କୁ ସମର୍ପିତ ହେବାକୁ ଯାଉଅଛି । ପିତୃ ପକ୍ଷ ଅର୍ଥାତ ପିତୃ ଙ୍କର ପକ୍ଷ ଅଟେ । ଏହି ଦିନରେ ପିତୃ ଙ୍କର ଆତ୍ମା ର ସନ୍ତୁଷ୍ଟ ନିମନ୍ତେ ଶ୍ରାଦ୍ଧ ତଥା ପିଣ୍ଡଦାନ କରାଯାଇଥାଏ । ଧାର୍ମିକ ପୁରାଣ ଅନୁଯାୟୀ ଶ୍ରାଦ୍ଧ ନକରିବା ଦ୍ଵାରା ପିତୃ ଦୋଷ ଲାଗିଥାଏ ।
ମାନାଯାଇଅଛି ପିତୃ ପକ୍ଷରେ ନିଜ ପିତୃ ଙ୍କୁ କିଛି ଅର୍ପଣ କରିଲେ, ପିତୃ ଏହା ଦ୍ଵାରା ଅଧିକ ପ୍ରସନ୍ନ ହୋଇଯାଇଥାନ୍ତି ଏବଂ ଏହା ସହିତ ଆପଣଙ୍କ ଉପରେ କୃପା ବର୍ଷାଇଥାନ୍ତି । ଶାସ୍ତ୍ର ଅନୁଯାୟୀ ଯେଉଁ ମାନଙ୍କ ଉପରେ ପିତୃ ଙ୍କର କୃପା ରହିଥାଏ ସେମାନଙ୍କୁ ସମସ୍ତ ଦେବୀ ଦେବତା ଙ୍କର ଆଶୀର୍ବାଦ ମିଳିଥାଏ । ଏହି ଉପାୟ ପିତୃପକ୍ଷରେ ସବୁଦିନ କରିବା ଆବଶ୍ୟକ କିନ୍ତୁ ଆପଣ ଏହାକୁ ପିତୃ ପକ୍ଷର ପୂର୍ଣ୍ଣିମା, ପିତୃ ପକ୍ଷର ଅମାବାସ୍ୟା ରେ ଆପଣ ଏହି ଉପାୟ ଟିକୁ କରି ପାରିବେ । ଏହି ଉପାୟ କରିବା ନିମନ୍ତେ ସର୍ବପ୍ରଥମେ ଆପଣ ସ୍ଵଛ ହୋଇ ନିର୍ମଳ ବସ୍ତ୍ର ଧାରଣ କରନ୍ତୁ ।
ଏହାପରେ ଆପଣ ଏକ ସୋରିଷ ତେଲରେ ପ୍ରସ୍ତୁତ ଦୀପ ପ୍ରସ୍ତୁତ କରନ୍ତୁ । ଏହାପରେ ଏଥିରେ ଅଳ୍ପ କଳାଜୀରା ପକାଇ ଦିଅନ୍ତୁ । ଏହାପରେ ଆପଣ ନିଜ ଘରର ଦକ୍ଷିଣ କୋଣ କୁ ସଫା କରନ୍ତୁ । ଏହାପରେ ଏହି ଦୀପ କୁ ନେଇ ସେଠାରେ ରଖନ୍ତୁ । ଯଦି ଆପଣଙ୍କ ଘରେ ସଫା ଜାଗା ନାହିଁ ତେବେ ଆପଣ ନିଜ ଘରର ମନ୍ଦିର ଅଥବା ଠାକୁର ଘରେ ଏକ ସଫା ଘରେ ଏହି ଦୀପ କୁ ଜଳାଇ ରଖନ୍ତୁ । ଧ୍ୟାନ ରଖନ୍ତୁ ଦୀପ ଜଳାଇଲା ବେଳେ ଦୀପ ର ସଳିତା ଯେପରି ଦକ୍ଷିଣ ଦିଗକୁ ମୁହଁ କରିଥିବ ।
ଦୀପ ତଳେ ଆପଣ କିଛି କପଡା ବିଛାଇ ଦିଅନ୍ତୁ । ମାତ୍ର ସିଧା ସଳଖ ଭୂମି ଉପରେ ଦୀପ ରଖନ୍ତୁ ନାହିଁ ଏହାକୁ ଅପୂର୍ଣ୍ଣ ମାନାଯାଇଥାଏ । ଦୀପ ଜଳାଇବା ପରେ ଆପଣ ଭଗବାନ ଗଣେଶ ଙ୍କୁ ପ୍ରଣାମ କରନ୍ତୁ । ଏହାପରେ ଭଗବାନ ବିଷ୍ଣୁ ତଥା ମାତା ଲକ୍ଷ୍ମୀ ଙ୍କୁ ପ୍ରଣାମ କରନ୍ତୁ । ଏହାପରେ ପିତୃଦେବ ଙ୍କୁ ପ୍ରଣାମ କରନ୍ତୁ । ଏହାପରେ ଆପଣ ନିଜ ପିତୃ ଙ୍କର ଆତ୍ମା ର ଶାନ୍ତି ର ପ୍ରାର୍ଥନା କରନ୍ତୁ । ଏହାପରେ ପିତୃଙ୍କୁ ପିତୃଦୋଷ ର ପ୍ରାର୍ଥନା କରନ୍ତୁ । ଏହାପରେ ଆପଣ ଭଗବାନ ବିଷ୍ଣୁ ଙ୍କ ମହାମନ୍ତ୍ର “ଓମ ନମ ଭଗବତେ ବାସୁଦେବାୟ” ର ୧୧ ଥର ଜପ କରନ୍ତୁ ।
ଏହାପରେ ଆପଣ ପିତୃଦେବଙ୍କ ଏହି ମନ୍ତ୍ର ର ୧୦୮ ଥର ଜପ କରନ୍ତୁ । ମନ୍ତ୍ରଟି ହେଉଛି “ଓମ ପିତୃ ଦେବତାୟ ନମଃ” । ଏହାପରେ ଆପଣ ନିଜ ପିତୃ ଙ୍କୁ ପ୍ରଣାମ କରି ସମସ୍ତ ଦୁଖ ଦରଦ ନିବାରଣ କରିବାର ପ୍ରାର୍ଥନା କରନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।