କଣ ଆପଣଙ୍କ ପିଲା ଦୁଷ୍ଟ ହେଉଛି ? ପାଠ ପଢାରେ ମନ ଦେଉନି ? ପଢିଲେ ମନେ ରହୁ ନାହିଁ ? ଜାଣନ୍ତୁ ସମରଣ ଶାକ୍ତ ବଢେଇବାର ଉପାୟ (Improve Brain Power)

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବିଦ୍ୟା ହେଉଛି ପ୍ରତ୍ଯେକ ବ୍ୟକ୍ତି ପାଇଁ ଅମୂଲ୍ୟ ଧନ । ଯେଉଁ ବ୍ୟକ୍ତି ପାଖରେ ବୁଦ୍ଧି ବିଦ୍ୟା ରହିଥାଏ । ସେହି ପିଲା ନିଜ ବୁଦ୍ଧି ଓ ବିଦ୍ୟା ପ୍ରୟୋଗ କରି କୌଣସି ଅସାଧ୍ୟ କାର୍ଯ୍ୟକୁ ମଧ୍ୟ ସାଧିତ କରିଦେଇପାରିବ । ତେଣୁ ବହୁତ ବାପାମାଆଙ୍କର ଚିନ୍ତା ରହିଥାଏ । ଯେ ତାଙ୍କ ସନ୍ତାନ ମାନଙ୍କର କିପରି ଭାବେ ସ୍ମରଣ ଶକ୍ତି ବୃଦ୍ଧି ପାଇବ ଓ ପିଲା ମାନେ କିପରି ପାଠ ପଢା ପ୍ରତି ମନ ଧ୍ୟାନ ଦେଇ ଉଚିତ ଢଙ୍ଗରେ ବିଦ୍ୟା ଅଧୟନ କରିପାରିବେ ।

ତେଣୁ ପିଲାଙ୍କୁ ଉଚିତ ଦିଗ ଦେଖାଇବା ପାଇଁ ଘରେ ବାପାଓ ମାଆ ସନ୍ତାନର ପ୍ରଥମ ଗୁରୁ ରୂପେ କାର୍ଯ୍ୟ କରିଥାନ୍ତି । ତେଣୁ ପ୍ରତ୍ଯେକଟି ବାପା ଓ ମାଆଙ୍କର କର୍ତ୍ତବ୍ୟ ରହୁଛି । ଏହା କି ଯେ ପିଲା ଛୋଟ ବେଳୁ କିଭଳି ଭାବରେ ଉଚିତ ସଂସ୍କାର  ଓ ନୀତି ନିୟମରେ ପରିଚାଳିତ ହେବ ତାକୁ ସେହିପରି ଶିକ୍ଷା ଦେବା । ଏହାପରେ ଯେତେବେଳେ ପିଲାଟି ବଡ ହୋଇ ବିଦ୍ୟାଳୟକୁ ଯାଇଥାଏ ।

ସେଠାକାର ପଢାଉଥିବା ପାଠର ଶିକ୍ଷକ ହେଉଛନ୍ତି ପ୍ରତ୍ଯେକଟି ପିଲା ଜୀବନର ଦିତୀୟ ଗୁରୁ । ତେଣୁ ଯେଉଁ ପିଲା ନିଜ ଗୁରୁଙ୍କୁ ସମ୍ମାନ କରିଥାଏ । ଗୁରୁଙ୍କର ଆଦର୍ଶ ନୀତି ଶିକ୍ଷାରେ ପରିଚାଳିତ ହେଉଥାଏ । ସେହି ପିଲା ଜୀବନରେ କେବି କୌଣସି ପରିସ୍ଥିତିରେ ହାରି ଯାଇନଥାଏ । ଏହା ଛଡା ଯଦି ପିଲାଙ୍କର ସ୍ମରଣ ଶକ୍ତି ବଢାଇବାର ଉପାୟ ବିଷୟରେ ଆଲୋଚନା କରିବା ।

ତେବେ ପିଲାଙ୍କୁ ୪ ଗୋଟି କଥା ଉପରେ ଧ୍ୟାନ ଦେବା ପାଇଁ ପଡିବ । ସେହି ୪ ଗୋଟି ମହତ୍ଵପୂର୍ଣ୍ଣ କଥା ହେଉଛି । ଦର୍ଶନ, ଶ୍ରବଣ, ମନନ, ଚିନ୍ତନ । ପ୍ରତ୍ଯେକଟି ବିଦ୍ୟାର୍ଥୀ ଏହି ୪ ଗୋଟି ନିୟମକୁ ମାନି ବିଦ୍ୟା ଅଧୟନ କରିବା ଉଚିତ । ବିଦ୍ୟାଳୟରେ ଥିବା ସମୟରେ ଶିକ୍ଷକ ଯାହା ପଢାଉଥିବେ । ତାହାକୁ ପ୍ରଥମେ ଭଲ ଭାବରେ ନିରୀକ୍ଷଣ କରି ତାହାକୁ ଭଲ ଭାବରେ ଦେଖିକି ପ୍ରଥମେ ବୁଝିବାର ଅଛି ।

ତାପରେ ଯାହା ଦେଖୁଛନ୍ତି । ସେହି ସମୟରେ ଯାହା କିଛି ଶିକ୍ଷକ ପାଠ ସମ୍ବଦ୍ଧିତ କଥା କହୁଛନ୍ତି । ତାହାକୁ ଭଲ ଭାବରେ ଶ୍ରବଣ ବା ଶୁଣିବାର ଅଛି । ତାପରେ ଘରକୁ ଆସିଲା ପରେ ବାକି ରହିଯାଇଥିବା ଆଉ ୨ ଟି କଥାକୁ ପାଳନ କରିବେ । ମନନ ଓ ଚିନ୍ତନ । ଘରେ ଯେତେବେଳେ ପାଠ ପଢିବାକୁ ବସୁଛନ୍ତି ।

ସେତେବେଳେ ସକାଳେ ବିଦ୍ୟାଳୟରେ ପଢାଯାଇଥିବା ପାଠକୁ ମନେ ପକାଇବେ । ଅନ୍ୟ କଥା ସବୁକୁ ମୁଣ୍ଡରୁ କାଢି କେବଳ ପାଠ ଉପରେ ଧ୍ୟାନ କେନ୍ଦ୍ରିକ କରି ବିଦ୍ୟା କଥା ହିଁ ଚିନ୍ତନ କରିବେ । ତେବେ ଯାଇ ପାଠ ପଢାରେ ପିଲା ଜଣଙ୍କ ଭଲ ଫଳରେ କୃତକାର୍ଯ୍ୟ ହୋଇପାରିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍,କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *