ପାଠ ମନେ ରଖିବା ପାଇଁ ସହଜ ଉପାୟ ! ଯାହା ପଢି ଥିବେ ସବୁ ମନେ ରହିଯିବ (Study Tips)

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରତ୍ଯେକଟି ମନୁଷ୍ୟ ପାଇଁ ପାଠ ନିତାନ୍ତ ଆବଶ୍ୟକ । ପାଠ ପଢିବା ଦ୍ଵାରା ଆମେ ବୁଦ୍ଧି ବିଦ୍ୟାର ଅଧିକାରୀ ହୋଇଥାଉ । ବହୁତ ପିଲା ମାନେ ଏପରି ଥାଆନ୍ତି । ଯେଉଁ ମାନଙ୍କର ବହୁତ ସମୟ ଧରି ପାଠ ପଢିବା ସତ୍ବେ ମଧ୍ୟ ପାଠ ମନେ ରହିନଥାଏ । ପାଠ ପଢିବା ସମୟରେ ମନକୁ ଏଣେତେଣେ କଥା ଆସିଯାଇଥାଏ । ତେଣୁ ପ୍ରତ୍ଯେକ ପିଲା କିପରି ପାଠକୁ ଭଲ ଭାବରେ ବୁଝି ଅତି ସହଜରେ ବହୁତ ସମୟ ପର୍ଯ୍ୟନ୍ତ ମନେ ରଖିବେ ।

ସେହି ବିଷୟରେ ଆଜି ଆଲୋଚନା କରିବା । ପାଠ ପଢିବା ବେଳେ ଯେଉଁ ଜାଗାରେ ପାଠ ପଢୁଛନ୍ତି । ଏକ ଶାନ୍ତ ଓ କୋଳାହଳ ନଥିବା ଜାଗାରେ ବସି ପଢିବା ଉଚିତ । ପାଠ ପଢିବା ପୂର୍ବରୁ ଯେଉଁ କାମ ଅନ୍ୟାନ୍ୟ ବାକି ରହିଥିବ । ସେହି କାର୍ଯ୍ୟକୁ ପୂରଣ କରିଦେଇ ତାପରେ ଆସି ପାଠ ପଢିବା ପାଇଁ ବସିବା ଉଚିତ । ପାଠ ପଢିବା ସମୟରେ ମନରେ ଏକାଗ୍ରତା ଆଣିବା ଉଚିତ ।

ଯେତେ ପ୍ରକାର ଚିନ୍ତା, ଦୁଶ୍ଚିନ୍ତା ମନରେ ଥାଉ । ସେ ସବୁକୁ ମନରୁ କାଢି ଦେବା ଉଚିତ । ନିଜ ମନ ଓ ମସ୍ତିସ୍କକୁ ଏକ କରିବା ସହିତ ତାହାକୁ ନିଜ ଆୟତ୍ତରେ ରଖି ପାଠ ପଢିବା ଉଚିତ । ଯେଉଁ ପାଠକୁ ପଢୁଛନ୍ତି । ସେହି ପାଠକୁ ଭଲ ଭାବରେ ପ୍ରଥମେ ବୁଝିବା ଆବଶ୍ୟକ । କାରଣ କେବଳ ପାଠକୁ ଘୋଷି ଦେବା ଦ୍ଵାରା ପାଠ ହୋଇଯାଇନଥାଏ ।

ନବୁଝି କେବଳ ପାଠ ଘୋସୁଥିବା ପିଲାଙ୍କର ପାଠ ବହୁତ ସମୟ ପର୍ଯ୍ୟନ୍ତ ମନେ ରହିନଥାଏ । ତେଣୁ  ଯେଉଁ ବିଷୟ ପଢନ୍ତୁ । ପ୍ରଥମେ ସେହି ବିଷୟର ପଢୁଥିବା ଚାପଟର ଟିକୁ ଆଗେ ବୁଝିବାକୁ ଚେଷ୍ଟା କରନ୍ତୁ । ତାପରେ ସେହି ପାଠକୁ ପଢନ୍ତୁ । ଯେଉଁ ବିଷୟକୁ ପଢୁଥିବେ, ପ୍ରଥମେ ପଢିସାରିଲା ପରେ ତାପରେ ସେହି ପାଠକୁ ନଦେଖି ଲେଖିବା ପାଇଁ ଚେଷ୍ଟା କରନ୍ତୁ ।

ପ୍ରଥମେ ଭୁଲ୍ ହୋଇପାରେ, ତାପରେ ଧୀରେ ଧୀରେ ପାଠଟି ସଂପୂର୍ଣ୍ଣ ଭାବରେ ମନେ ରହିଯିବ । ପ୍ରତିଦିନର ପାଠର ସମସ୍ତ ସବଜେକ୍ଟକୁ ଏକ ରୋଟିନ କରି ଦିଅନ୍ତୁ । ତାପରେ ଯେଉଁ ଦିନ ଯାହା ଥିବା ସେହି ଅନୁସାରେ କିଛି କିଛି ଭଲ ଭାବରେ ପଢିବାକୁ ଚେଷ୍ଟା କରନ୍ତୁ । ବହୁତ ପିଲା ଥାନ୍ତି । ଯେଉଁ ମାନେ ବର୍ଷ ସାରା ପାଠ ପାଇଁ କିଛି ପରିଶ୍ରମ ନକରି ପରୀକ୍ଷା ବେଳକୁ ଏକା ବେଳକରେ ପଢିବାକୁ ଆରମ୍ଭ କରିଦେଇଥାନ୍ତି । 

ସେପରି କରିବା ଦ୍ଵାରା କେଉଁ ବିଷୟ କେତେ ବେଳେ ପଢିବେ ଏହା ଭାବି ଭାବି ଦ୍ଵନ୍ଦରେ ରହିଯିବେ ଓ ଠିକ ସେ ପଢିପାରିବେ ନାହିଁ । ତେଣୁ ବର୍ଷ ଆରମ୍ଭରୁ ହିଁ ପ୍ରତିଦିନ ସବୁବେଳେ ନିର୍ଦ୍ଧିଷ୍ଟ ସମୟରେ ପଢିବାକୁ ଚେଷ୍ଟା କରନ୍ତୁ । ଯାହା ଦ୍ଵାରା ପାଠ ସହଜରେ ହୋଇବା ସହ ବହୁତ ଦିନ ପର୍ଯ୍ୟନ୍ତ ମନେ ରହିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *