ବିଦ୍ୟାର୍ଥୀ ମାନେ ପାଠ ପଢାରେ ଉନ୍ନତି କରିବାକୁ ଚାହୁଁଥିଲେ, ପ୍ରତ୍ଯେକ ଦିନ ଏହି ମନ୍ତ୍ର ଜପ କରନ୍ତୁ… Saraswati Mantra

ପ୍ରତ୍ଯେକ ବ୍ୟକ୍ତି ନିଜ ଜୀବନରେ ସଫଳତା ପାଇବାକୁ ଆଶା ରଖିଥାଏ । ହେଲେ ଜୀବନରେ ସଫଳତା ପାଇବାକୁ ହେଲେ ବହୁ ପରିଶ୍ରମ ମଧ୍ୟ କରିବାକୁ ପଡିଥାଏ । ଯାହା ପରେ ଯାଇ ସେହି ବ୍ୟକ୍ତି ନିଜ ଜୀବନରେ ସଫଳତାର ସ୍ଵାଦ ଚାଖି ପାରିବ । ତେବେ ବନ୍ଧୁଗଣ ବ୍ୟକ୍ତି ଜୀବନରେ ଉତ୍ତମ ଶିକ୍ଷା ପାଇବା ପାଇଁ ଚାହିଁଥାଏ । ଯାହା ପାଇଁ ସେ ଗୁରୁଙ୍କ ଠାରୁ ବିଦ୍ୟା ନେଇଥାଏ । ଏହା ସହ ଭଗବାନଙ୍କର ପୂଜାଅର୍ଚନା ମଧ୍ୟ କରିଥାଏ । ତେବେ ମା’ ସରସ୍ଵତୀଙ୍କୁ ବିଦ୍ୟାର ଦେବୀ ମଧ୍ୟ କୁହାଯାଇଥାଏ ।

ତେଣୁ ମା’ ସରସ୍ଵତୀ ବୁ ପ୍ରଭୁ ଗଣେଶଙ୍କ ପୂଜା ଅର୍ଚନା ଦ୍ଵାରା ବ୍ୟକ୍ତି ନିଜ ପାଠ ପଢା କ୍ଷେତ୍ରରେ ଉନ୍ନତି କରିପାରିଥାଏ । ବ୍ୟକ୍ତିକୁ ଭଗବାନ ସଦବୁଦ୍ଧି ମଧ୍ୟ ଦେଇଥାନ୍ତି । ତେବେ ନିଷ୍ଠା ସହାକାରେ କରାଯାଉଥିବା ପୂଜାକୁ ଭଗବାନ ମଧ୍ୟ ଗ୍ରହଣ କରିଥାନ୍ତି । ଏଥିସହ ବିଦ୍ୟାର୍ଥୀ ମାନଙ୍କୁ ଆଶ୍ରୀବାଦ ସ୍ୱରୂପ ଜ୍ଞାନ ମଧ୍ୟ ଦେଇଥାନ୍ତି । ତେବେ ଭଲ ବୁଦ୍ଧି ଓ ବିଦ୍ୟା ପାଇବାକୁ ଚାହୁଁଥିଲେ । ମା’ ସରସ୍ଵତୀଙ୍କର ଆରାଧନା ସହ ଏହି ଗୋଟିଏ ମନ୍ତ୍ରକୁ ଜପ କରିବାକୁ ମଧ୍ୟ ପଡିବ ।

ଯାହା ଦ୍ଵାରା ବିଦ୍ୟାର୍ଥୀ ନିଜ ପଢା ଜୀବନରେ ଭଲ ପଦର୍ଶନ କରିପାରିବ । ତାହା ଛଡା ଘରେ ସୁଖ ଓ ସମୃଦ୍ଧି ମଧ୍ୟ ସର୍ବଦା ବନି ରହିଥାଏ । ତେବେ ପୁରାଣରେ ମା’ ସରସ୍ଵତୀଙ୍କର ଏହି ମନ୍ତ୍ର ବିଷୟରେ ଉଲ୍ଲେଖ ରହିଛି । ଯାହା ବିଦ୍ୟାର୍ଥୀ ମାନଙ୍କୁ ନିହାତି ଭାବେ ଉଚାରଣ କରିବା ଉଚିତ । କାରଣ ବିଦ୍ୟାର ପ୍ରାପ୍ତି ପାଇଁ ଏହି ମନ୍ତ୍ରକୁ ବିଦ୍ୟାର୍ଥୀ ମାନେ ପ୍ରତ୍ଯେକ ଦିନ ବୋଲିବା ଉଚିତ ।

ତେବେ ମା’ ସରସ୍ଵତୀଙ୍କର ସେହି ମନ୍ତ୍ରଟି ହେଉଛି । ସରସ୍ଵତୀ ନମସ୍ତୁଭ୍ୟଙ୍ଗ ବରଦେ କାମରୁପିଣୀ ବିଦ୍ୟାରମ୍ଭଂ କରିଶ୍ୟାମୀ ସିଧିର ଭବତୁମେ ସଦା । ଯେଉଁ ମାନେ ପ୍ରତିଦିନ ସକାଳୁ ମା’ ସରସ୍ଵତୀଙ୍କ ଆଗରେ ଏହି ସରସ୍ଵତୀ ମନ୍ତ୍ର ଜପ କରିବେ । ତେବେ ସେମାନଙ୍କୁ ଭଲ ପାଠ ସହ ସବୁ କ୍ଷେତ୍ରରେ ଭଲ ପଦବୀର ସ୍ଥାନ ମିଳିପାରିବ ।

ଏହା ସହ ମା’ ସରସ୍ଵତୀଙ୍କ ଆଶ୍ରୀବାଦ ସଦା ସର୍ବଦା ଆପଣଙ୍କ ଉପରେ ରହିବ । ବିଦ୍ୟାର୍ଥୀ ନିଜ ପାଠ ପଢା କ୍ଷେତ୍ରରେ କେବେବି ପଛୁଆ ରହିବ ନାହିଁ । ତେଣୁ ପ୍ରତ୍ଯେକ ପିଲା ସରସ୍ଵତୀଙ୍କର ଏହି ମନ୍ତ୍ର ଜପ ସହ ନିଜର ପାଠକୁ ଭଲ ଭାବରେ ପଢିବା ଉଚିତ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିଲେ । ଆମ ସହ ଆଗକୁ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *