ପାଠ ପଢିବା ପାଇଁ ଇଚ୍ଛା ହେଉନି କି ! ଏହାକୁ ମାତ୍ର ଥରେ ଶୁଣନ୍ତୁ, ତାପରେ ପାଠ ପଢିବା ପାଇଁ ଆଗ୍ରହ ବଢିବ, Motivational Speech

ନମସ୍କାର ବନ୍ଧୁଗଣ , ଶିକ୍ଷା ଏକ ଏପରି ବିଷୟ ଅଟେ ଯାହାକୁ କେହି  କେବେ ଆପଣଙ୍କ ଠାରୁ ଚୋରୀ କରିପାରିବେ ନାହିଁ । ସଂସାରରେ ଥିବା ସବୁ ଜିନିଷ କୁ ଲୋକମାନେ  ଆପଣଙ୍କ ଠାରୁ ଚୋରୀ କରି ନେଇପାରିବେ । ମାତ୍ର ଶିକ୍ଷା କୁ କେହି ନେଇପାରିବେ ନାହିଁ । ବିଦ୍ୟାଳୟ ରେ ପାଠ ପଢୁଥିବା ଛାତ୍ର ଛାତ୍ରୀଙ୍କ ପାଇଁ ଶିକ୍ଷା କୁ ମନେ ରଖିବା କଠିନ ବିଷୟ ଭାବି ଥାନ୍ତି ।

ମଣିଷ ଜନ୍ମ ଗ୍ରହଣ କରିବା ସମୟରେ ଜନ୍ମ ତାରିଖ ବାମ ପରେ ଲେଖା ଯାଇଥାଏ ଓ ମୃତ୍ୟୁ ପରେ ଡାହାଣ ପାଖ ରେ ଲେଖା ଯାଇଥାଏ । ମଝିରେ ଯେଉଁ ସ୍ଥାନ ଟି ରହିଥାଏ ତାହା ହେଉଛି ଜୀବନ ଆପଣ ଆପଣଙ୍କ ଜୀବନ କୁ କିପରି ନେବାକୁ ଚାହିଥାନ୍ତି ତାହା ଆପଣଙ୍କ  ଉପରେ ନିଭର କରିଥାଏ । କିଛି ଲୋକମାନେ ସକାଳୁ ଉଠିବା ପରେ ଅଜର୍ଥା କାମ ରେ ସମୟ ଅତିବାହିତ କରିଥାନ୍ତି ।

ମୁଖ୍ୟତ ଛାତ୍ର ଛାତ୍ରୀମାନେ ଖେଳ ବୁଲାବୁଲି , ସାଙ୍ଗ ସାଥିମାନଙ୍କ ସହ ମଜାମସ୍ତି ରେ ଲୀନ ରହିଥାନ୍ତି । ଯେତେବେଳେ ପଢିବା ସମୟ ଆସିଥାଏ ତେବେ କାଲି  ପଢିବି କହି ଶୋଇପଡିଥାନ୍ତି । ଏହା କୁ ନିଜ ଜୀବନର ଅଭ୍ୟାସ ଭାବେ ପରିଣତ କରିଥାନ୍ତି । ସକାଳୁ ଉଠିଲା ପରେ ଚିନ୍ତା କରିଥାନ୍ତି କଣ ମ ଏତେ ଶୀଘ୍ର ସକାଳେ ହେଉଛି  ଭଲ ରେ ଶୋଇବି ପାରୁନି । କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି ଯେ ଶୋଇବା ପାଇଁ ପୁରା ଜୀବନ ରହିଛି ।

ମାତ୍ର ପଢିବା ପାଇଁ ଯେଉଁ ସମୟ ଥାଏ , ଯାହା ଥରେ  ଗଲେ ଆଉ ଥରେ ଫେରିନଥାଏ । ଯଦି ଆପଣଙ୍କର ପରୀକ୍ଷା ରେ ଖରାପ କରନ୍ତୁ ତେବେ ଆପଣଙ୍କ ର ଗୋଟାଏ ବର୍ଷ ବ୍ୟଥ ହୋଇଥାଏ । କିନ୍ତୁ ଆପଣ ଏହା ପ୍ରତି  ଧ୍ୟାନ  ନ ଦେଇ ଖେଳ ରେ କାଲି କଣ ଘଟିଲା , କାଲି ସ୍କୁଲ କୁ ସେ ଝିଅ କଣ ପାଇଁ ଆସିନଥାଏ , ତା ସହ କାଲି କଣ ଘଟିଥିଲା ଭଳି ବିଷୟ ଆପଣଙ୍କ କାନ ଦେଇଥାନ୍ତି ।

ଆଉ ଯେବେ ପଢିବା ସମୟ ଆସିଥାଏ ତେବେ ଆଜି ନୁହେଁ କାଲି ପଢିବି କହି ସବୁ  ଦିନ ନିଜେ  ନିଜକୁ   ଧୋକା ଦେଇଥାନ୍ତି । ଆଜି ର ସମୟ କାଲି ଆସିବ କିନ୍ତୁ ଆଜି ର ଏହି ମୁହୁତ୍ତ ପଢିବା ପାଇଁ ନିୟମିତ ସମୟ ଆସିନ ଥାଏ । ବର୍ଷ ସାରା ପାଠ ପଢିନଥାଉ କିନ୍ତୁ ପରୀକ୍ଷା ରେ ଦୁଇ ଦିନ ପୂର୍ବରୁ ପଢି ଶହେ ମାର୍କ ଆସିବାର ଆଶା ରଖିଥାଉ । ଆପଣ କଣ ଜୀବନରେ ଜଣକ ତଳେ ମୂଲ୍ୟୟା କାମ କରି ଅପମାନ ସହିବାକୁ ।

ଶିକ୍ଷା ଏମିତି ଏକ ସିଧି ଅଟେ ଯାହା ଆପଣଙ୍କୁ କେବଳ ସମାଜ ରେ ନୁହେଁ ସମଗ୍ର ଦେଶ ର ଉନ୍ନତ ସ୍ଥାନ କୁ ନେଇଯାଇପାରିବ । ତେଣୁ ଆପଣଙ୍କୁ ଏତିକି କହିବାକୁ ଚାହେ ଜେ ସ୍ଵପ୍ନ ବଡ ଦେଖିବା ସହ ତାହାକୁ ପୂରଣ  କରିବାରେ ଅକ୍ଲାନ୍ତ ପରିଶ୍ରମ କରି ତାହାକୁ ପାଇବା ଉଚିତ୍ । ଜୀବନ ପାଣି ର ଫୁଟୁକା ସଦୃଶ୍ୟ ଆଜି ଅଛି କାଲି ନ ଥିବା । ଆପଣଙ୍କୁ ଯଦି ଆମ ପୋଷ୍ଟ ଭଲ ଲାଗିଥାଏ ତେବେ ଆମ ପେଜ୍ କୁ ଲାଇକ , କମେଣ୍ଟ କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *