ପାପୁଲିର ଅର୍ଦ୍ଧ ଚନ୍ଦ୍ର ଜୀବନସାଥି ବିଷୟରେ କ’ଣ କହିଥାଏ ? Hast Rekha

ବନ୍ଧୁଗଣ ଜ୍ଯୋତିଷ ଶାସ୍ତ୍ରରେ ବିଶ୍ବାସ ରଖୁଥିବା ଲୋକମାନେ ନିହାତି ଭାବେ ଜାଣିଥିବେ । ଯେ ଜ୍ଯୋତିଷ ବିଦ୍ୟା ଅନୁଯାଇ ହାତର ହସ୍ତରେଖାରୁ ଜୀବନସାଥି କିଭଳି ଭାବେ ହୋଇଥିବ ତାହା ଜାଣିହୋଇଥାଏ । ତେବେ ହାତରେ ରହିଥିବା ଅର୍ଦ୍ଧଚନ୍ଦ୍ର ଆମକୁ ଆମ ଜୀବନସାଥି ବିଷୟରେ କଣ ସବୁ ସୂଚନା ପ୍ରଦାନ କରିଥାଏ ଚାଲନ୍ତୁ ଜାଣିବା । ବନ୍ଧୁଗଣ ଦୁଇ ହାତର ଦୁଇ ପାପୁଲିକୁ ଯୋଡିବା ଦ୍ଵାରା ପ୍ରାୟ ସମସ୍ତଙ୍କର ଅର୍ଦ୍ଧ ଚନ୍ଦ୍ର ସୃଷ୍ଟି ହୋଇଥାଏ ।

ପୁରୁଷ ହେଉ ଅବା ଝିଅ ଯଦି ତାଙ୍କର ଦୁଇ ହାତର ପାପୁଲିକୁ ଯୋଡିବା ପରେ ତାଙ୍କ ହାତରେ ସୃଷ୍ଟି ହେଉଥିବା ଅର୍ଦ୍ଧ ଚନ୍ଦ୍ର ବହୁତ ସୁନ୍ଦର ଓ ବଡ ଆକୃତିର ହୋଇ ବାହାରୁଥାଏ । ତେବେ ସେହି ବ୍ୟକ୍ତିକୁ ନିଜ ମନ ପସନ୍ଦର ଜୀବନସାଥିଟିଏ ପ୍ରାପ୍ତ ହୋଇଥାଏ । ସେହି ତାଙ୍କର ଉପଯୁକ୍ତ ଜୀବନସାଥିଟିଏ ହୋଇପାରନ୍ତି । କାରଣ ଉପଯୁକ୍ତ ଜୀବନସାଥି ମିଳିଗଲେ ଦାମ୍ପତ୍ୟ ଜୀବନ ସୁଖମୟ ତଥା ମଧୁରମୟ ହୋଇଯାଇଥାଏ । ବିଶେଷ କରି ପୁଅଙ୍କ ଅର୍ଦ୍ଧ ଚନ୍ଦ୍ର ବିଷୟରେ ଯଦି ଏଠାରେ କହିବାକୁ ଯିବା ।

ତେବେ ତାଙ୍କ ହାତରେ ଯଦି ବଡ ଆକୃତିର ଏକ ଅର୍ଦ୍ଧଚନ୍ଦ୍ର ସୃଷ୍ଟି ହୋଇଥାଏ । ତେବେ ତାଙ୍କୁ ଏକ ସୁନ୍ଦରୀ ଓ ଗୁଣବତୀ ପତ୍ନୀ ପ୍ରାପ୍ତ ହୋଇଥାଏ । ଯଦି ଦୁଇ ହାତର ପାପୁଌକୁ ଯୋଡିବା ପରେ ଅର୍ଦ୍ଧ ଚନ୍ଦ୍ରଟି ଛୋଟ ଆକାରର ଧାରଣ କରିଥାଏ । ତେବେ ମଧ୍ୟ ମନ ବୁଝିଲା ଭଳି ଜୀବନସାଥିଟି ଏ ମିଳିଥାଏ । ତେଣୁ ସେଥିରେ ମଧ୍ୟ କୌଣସି ବ୍ୟସ୍ତ ହେବାର ନାହିଁ । କାରଣ କଥାରେ ଅଛି । ଭଗବାନ କାହା ପାଇଁ କାହାକୁ ନା କାହାକୁ ନିହାତି ଭାବେ ଜଣେ ଅନ୍ୟ ଜଣଙ୍କ ପାଇଁ ଗଢିଥିବେ ।

ତେବେ ସ୍ଵର୍ଗରୁ ଯିଏ ଯାହାଙ୍କ ପାଇଁ ଗଢା ହୋଇ ଆସିଥିବ । ତାଙ୍କୁ ସେହି ଜୀବନସାଥିଟିଏ ହିଁ ଏହି ପୃଥିବୀପୃଷ୍ଠରେ ମିଳିଥାଏ । ତେବେ ହାତର ପାପୁଲିରେ ସୃଷ୍ଟି ହେଉଥିବା ଅର୍ଦ୍ଧ ଚନ୍ଦ୍ର ଉପରେ ଯଦି ଝିଅଙ୍କ ଜୀବନସାଥି ଉପରେ ଏଠାରେ କହିବାକୁ ଯିବା । ତେବେ ହାତରେ ଥିବା ପାଞ୍ଚ ଆଙ୍ଗୁଠି ମଧ୍ୟରୁ ତର୍ଜନୀ ଆଙ୍ଗୁଠିକୁ ଗୁରୁ, ମଝି ଆଙ୍ଗୁଠିକୁ ଶନି, ପରୀ ଆଙ୍ଗୁଠିକୁ ରବି ଓ କାଣୀ ଅଙ୍ଗୁଠିକୁ ବୁଧ ବୋଲି କୁହାଯାଇଥାଏ ।

ତେବେ ଯେଉଁ ମାନଙ୍କର ବାମ ହାତର ଗୁରୁ ପର୍ବତ ଠାରୁ ଡାହାଣ ହାତର ଗୁରୁ ପର୍ବତ ପର୍ଯ୍ୟନ୍ତ ଏକ ବୃହତ ଅର୍ଦ୍ଧ ଚନ୍ଦ୍ର ସୁନ୍ଦର ଭାବେ ଗଢା ହୋଇଥାଏ । ତେବେ ଏହା ସବୁଠାରୁ ଭଲ ଯୋଗ ଜୀବନସାଥି ପାଇବାର ହୋଇଥାଏ । ତେବେ ତାଙ୍କୁ ତାଙ୍କ ମନ ପସନ୍ଦର ଭଲ ଜୀବନସାଥି ଅର୍ଥାତ ଭଲ ବରଟିଏ ମିଳିଥାଏ ।

ତାହା ଠାରୁ ଛୋଟ ଅର୍ଦ୍ଧ ଚନ୍ଦ୍ର ଥିଲେ । ତେବେ ମଧ୍ୟ ମନକୁ ବୁଝିଲା ଭଳି ଜୀବନସାଥିଟିଏ ପ୍ରାପ୍ତ ହୋଇଥାଏ । ଆଶା କରୁଛୁ । ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିବ । ତେବେ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଗୋଟେ ଲାଇକ୍, କମେଣ୍ଟ ଓ ଶେୟାର ମଧ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *