ଏହି ୫ ଟି କଥା ସର୍ଵଦା ଗୁପ୍ତ ରଖନ୍ତୁ- Chanakya Niti

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ଙ୍କ ମଧ୍ୟରେ କିଛି ନା କିଛି ଗୁପ୍ତ କଥା ବା ସିକ୍ରେଟ ରହିଥାଏ । ସେହି କଥା କୁ ସେ କେବଳ ନିଜ ଜୀବନର ଖାସ ବ୍ୟକ୍ତି ଙ୍କ ସହିତ ବାଣ୍ଟି ଥାଏ ।

କିନ୍ତୁ କିଛି ଏଭଳି କଥା ରହିଛି ଯାହାକୁ କେବେବି କୌଣସି ବ୍ୟକ୍ତି କୁ ଅନ୍ୟ ସହିତ ବାଣ୍ଟିବା ଉଚିତ ନୁହେଁ । ହୁଏତ ଏପରି କରିବା ଦ୍ୱାରା ଆପଣଙ୍କୁ ପରେ ଅନୁତାପ କରିବାକୁ ପଡ଼ିଥାଏ ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି ୫ ଟି କଥା କହିବୁ ଯାହାକୁ ସର୍ଵଦା ଗୁପ୍ତ ରଖିବା ଉଚିତ । ଏହି କଥା କୁ କେବେବି ଅନ୍ୟ କୁ କହିବା ଆଦୋୖ ଉଚିତ ନୁହେଁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମ ରେ ହେଉଛି, ଯଦି ଆପଣ ନିଜ ଜୀବନ ରେ କେବେବି ଦାନ ପୁଣ୍ୟ କରିଛନ୍ତି ତେବେ ସେହି କଥା କୁ ଅନ୍ୟ ଙ୍କୁ କୁହନ୍ତୁ ନାହିଁ । କଥା ରେ ଅଛି ଡାହାଣ ହାତ ଦାନ କରିଲେ ବାମ ହାତ ମଧ୍ୟ ଜାଣିବା ଉଚିତ ନୁହେଁ । ଆପଣ ନିଜ ଦାନ କରିବା କଥା ଅନ୍ୟ କୁ ନ କହିବା ଦ୍ବାରା ଆପଣଙ୍କ ପୁଣ୍ୟ ର ଭାର ବଢ଼ିଥାଏ । ଯଦି ଆପଣ ଏହି କଥା କୁ ଅନ୍ୟ ମାନଙ୍କୁ କୁହନ୍ତି ତେବେ ଆପଣଙ୍କ ଦାନ ପୁଣ୍ୟ ର କୌଣସି ଫଳ ଆପଣଙ୍କୁ ପ୍ରାପ୍ତ ହୋଇନଥାଏ । ତେଣୁ ଏହି କଥା କୁ ଅନ୍ୟ ମାନଙ୍କ ଠାରୁ ଗୁପ୍ତ ରଖନ୍ତୁ ।

୨. ବନ୍ଧୁଗଣ ଦ୍ଵିତୀୟ ରେ ହେଉଛି, ଆପଣ କେବେବି ନିଜର ବିଚାର ଧାରା କୁ ଅନ୍ୟ ଙ୍କୁ କୁହନ୍ତୁ ନାହିଁ । କାରଣ ପ୍ରତ୍ୟେକ ବ୍ୟକ୍ତି ର ନିଜସ୍ଵ ବିଚାର ଧାରା ରହିଥାଏ । ତାହା ଅନ୍ୟ କୌଣସି ବ୍ୟକ୍ତି ଗ୍ରହଣ କରିବା କଷ୍ଟକର ହୋଇଥାଏ । ହୋଇପାରେ ଯେ ଯଦି ଆପଣଙ୍କ ନିଜ ବିଚାର ଧାରା ଅନ୍ୟ ଙ୍କୁ କହିବେ ତେବେ ସେ ଆପଣଙ୍କୁ ବିପକ୍ଷ କଥା ମଧ୍ୟ କହିପାରେ । ତେଣୁ ନିଜର ବିଚାର ଧାରା କୁ ନିଜ ମଧ୍ୟରେ ହିଁ ଗୁପ୍ତ ତଥା ସମାହିତ ରଖନ୍ତୁ ।

୩. ବନ୍ଧୁଗଣ ତୃତୀୟ ରେ ହେଉଛି, ପ୍ରତ୍ୟେକ ବ୍ୟକ୍ତି ଙ୍କ ଜୀବନରେ କିଛି ନା କିଛି ଲକ୍ଷ ରହିଥାଏ । କୌଣସି ବ୍ୟକ୍ତି କୁ ନିଜ ଲକ୍ଷ ସମ୍ବନ୍ଧରେ ଅନ୍ୟ କୁ କହିବା ଉଚିତ ନୁହେଁ । କାରଣ ଏହାଦ୍ବାରା ବ୍ୟକ୍ତି ର ଏକାଗ୍ରତା କମିଯାଇଥାଏ ଏବଂ ବ୍ୟକ୍ତି ନିଜର ଲକ୍ଷ ସ୍ଥଳ ରେ ପହଞ୍ଚିପାରି ନଥାଏ । ତେଣୁ ପ୍ରତ୍ୟେକ ବ୍ୟକ୍ତି କୁ ନିଜ ଲକ୍ଷ ଗୁପ୍ତ ରଖିବା ଉଚିତ ।

୪. ବନ୍ଧୁଗଣ ଚତୁର୍ଥ ରେ ହେଉଛି, ପ୍ରତ୍ୟେକ ବ୍ୟକ୍ତି ର ନିଜସ୍ଵ ଲାଇଫ ଷ୍ଟାଇଲ ରହିଥାଏ । କୌଣସି ବ୍ୟକ୍ତି କୁ ନିଜ ଲାଇଫ ଷ୍ଟାଇଲ ସମ୍ବନ୍ଧରେ ଅନ୍ୟ କୁ କହିବା ଉଚିତ ନୁହେଁ । କାରଣ ଏହା ବ୍ୟକ୍ତି ର ନିଜସ୍ଵ ଅଟେ । ତେଣୁ ଏହି ସମ୍ବନ୍ଧରେ ସର୍ବଦା ଗୁପ୍ତ ରଖିବା ଉଚିତ ।

୫. ବନ୍ଧୁଗଣ ପଞ୍ଚମ ରେ ହେଉଛି, ପ୍ରତ୍ୟେକ ମଣିଷ ଜୀବନ ରେ ପାରିବାରିକ ସମସ୍ୟା ରହିଥାଏ । କିନ୍ତୁ ନିଜର ପରିବାର ରେ ଥିବା ସମସ୍ୟା କୁ କେବେବି ଅନ୍ୟ ଆଗରେ କହିବା ଉଚିତ ନୁହେଁ । କାରଣ ଏହାଦ୍ବାରା ବ୍ୟକ୍ତି ଙ୍କ ପରିବାର ର ପରିହାସ ହୋଇଥାଏ ଏବଂ ଅନେକ ଲୋକ ଏହି ସମ୍ବନ୍ଧରେ ଅନେକ କଥା କହିଥାନ୍ତି । ତେଣୁ ନିଜ ପାରିବାରିକ ସମସ୍ୟା କୁ ଅନ୍ୟ ଙ୍କ ଠାରୁ ଗୁପ୍ତ ରଖି ପରିବାର ସଦସ୍ୟ ଏକତ୍ର ହୋଇ ସମାଧାନ କରିବା ଉଚିତ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *