ବନ୍ଧୁଗଣ, ବାସ୍ତୁ ଶାସ୍ତ୍ର ଅନୁସାରେ କିଛି ଗଛ ଏଭଳି ଥାଏ ଯାହାକୁ ଘରେ ଲଗାଇବା ଦ୍ଵାରା ବହୁତ ଶୁଭ ହୋଇଥାଏ । ବାସ୍ତୁ ଅନୁସାରେ ୧୦ ଟି ଦିଶା ରହିଛି । ସବୁ ଦିଶାରେ ସକରାତ୍ମକ ଓ ନକରାତ୍ମକ ଦୁଇ ପ୍ରକାରର ଊର୍ଜା ବିଦ୍ୟମାନ ଥାଏ । କିଛି ଗଛ ଏମିତି ହୋଇଥାନ୍ତି ଯାହା ସୁଖଶାନ୍ତି ବଢ଼ାଇବା ସହିତ ସୌଭାଗ୍ୟକୁ ମଧ୍ୟ ବଢାଇଥାଏ । ଏହାର ଶୁଭ ପରିଣାମ ସେତିକିବେଳେ ମିଳିଥାଏ ଯେତେବେଳେ ଆମ୍ଭେ ଏହି ଗଛକୁ ନିଜ ଘର ଭିତରେ କିମ୍ବା ବାହାରେ ଲଗାଇଥାଉ ।
ଭଗବାନ ଶ୍ରୀକଷ୍ଣଙ୍କ ମଧ୍ୟ ଏମିତି ବହୁତ ଗଛ କଥା କହିଛନ୍ତି ଯାହା ମନ୍ୟୁଷର ଦୁଃଖକୁ ନାଶ କରିଥାଏ । ତେବେ ଆସନ୍ତୁ ଜାଣିବା ସେହି ଗଛ ବିଷୟରେ ଯାହା ଘରର ସୌନ୍ଦର୍ଯ୍ୟ ବଢ଼ାଇବା ସହିତ ଶୁଭ ପରିମାଣ ମଧ୍ୟ ଦେଇଥାଏ । ୧:- ମନିପ୍ଲାଣ୍ଟ ଗଛ, ବାସ୍ତୁ ଅନୁସାରେ ଏହି ଗଛ କୁ ଆପଣ ଦକ୍ଷିଣ ଦିଗରେ ଲଗାଇବେ । ଏହାକୁ ଲଗାଇବା ଦ୍ଵାରା ଘରେ ସୁଖ ସମୃଦ୍ଧି ଆସିଥାଏ ଏବଂ ସକରାତ୍ମକ ଶକ୍ତି ବଢ଼ିଥାଏ । ଲୋକମାନେ ମନିପ୍ଲାଣ୍ଟ ଗଛକୁ ଘରର ସୁନ୍ଦରତା ଏବଂ ପଇସାର ବୃଦ୍ଧି ପାଇଁ ଲଗାଇଥାନ୍ତି ।
୨:- ଆଲୋବେରା, ଆମ୍ଭ ସ୍କିନ ସହିତ ଘର ପାଇଁ ମଧ୍ୟ ଆଲୋବେରା ମଧ୍ୟ ବହୁତ ଶୁଭ ମାନା ଯାଇଥାଏ । ଏହାକୁ ଆପଣ କୌଣସି ଦିଗରେ ଲଗାଇ ପାରିବେ । ଅତ୍ୟଧିକ ପରିଶ୍ରମ ସତ୍ତ୍ଵେ ଫଳ ନ ମିଳୁଥିବା ବ୍ୟକ୍ତିଙ୍କୁ ନିଜ ଘରେ ଆଲୋବେରା ଗଛ ଲଗାଇବା ଉଚିତ । ଏହି ଗଛ ଚାକିରି ମିଳିବା ଓ କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଆଣିଥାଏ । ଏବଂ ଘରର ନକରାତ୍ମକ ଶକ୍ତି କୁ ମଧ୍ୟ ନଷ୍ଟ କରିଥାଏ ।
୩:- ତୁଳସୀ ଗଛ, ତୁଳସୀ ଗଛ ଏକ ମହତ୍ତ୍ଵପୂର୍ଣ୍ଣ ଔଷଧି ସହିତ ଘର ପାଇଁ ଶୁଭ ହୋଇଥାଏ । ଏହି ଗଛ ସମସ୍ତଙ୍କ ଘରେ ଦେଖା ଯାଇଥାଏ । ଏହି ଗଛ ଦ୍ଵାରା ଘରେ ନକରାତ୍ମକ ଶକ୍ତି ନାଶ ହୋଇଥାଏ । ଏବଂ ସକାରତ୍ମକ ଶକ୍ତିର ସଞ୍ଚାର ହୋଇଥାଏ । ଏହି ଗଛ ପାଇଁ ଉତ୍ତର ଦିଗ ପୂର୍ବ ଓ ଉତ୍ତର ପୂର୍ବ ଶୁଭ ହୋଇଥାଏ । ଓ ଘରର ମଝି ସ୍ଥାନରେ ମଧ୍ୟ ଏହାକୁ ଲଗାଇବା ଦ୍ଵାରା ଶୁଭ ଫଳ ମିଳିଥାଏ ।
୪:- ନିମ ଗଛ, ସ୍ଵସ୍ଥ ଓ ନିରୋଗୀ ଜୀବନ ବଞ୍ଚିବାକୁ ସମସ୍ତେ ଚାହିଁଥାନ୍ତି । ଆମ୍ଭର ଏହି ଇଛାକୁ ନିମ ଗଛ ପୂରଣ କରିଥାଏ । ଘରର ଦକ୍ଷିଣ ଦିଗରେ ଏହି ଗଛକୁ ଲଗାଇଲେ ଆମ୍ଭ ଜୀବନର ସବୁ ଦୁଃଖ ଓ ସଙ୍କଟ କୁ ଦୂର କରିଥାଏ ।
୫:- ଅଶୋକ ଗଛ, ଏହା ଏକ ପବିତ୍ର ଗଛ ଅଟେ । ଯାହାର ପତ୍ର ପୂଜାପାଠ ରେ ବ୍ୟବହାର କରାଯାଇଥାଏ । ଏହି ଗଛକୁ ପଶ୍ଚିମ ଦିଗରେ ଲଗାଇଲେ ଘରର ଦୁଃଖ ଦୂର ହେବାକୁ ଲାଗିଥାଏ । ଯେଉଁ ବ୍ୟକ୍ତି ଘରେ ବେଲ ଗଛ ଲଗାଇ ଥାନ୍ତି ମାଲକ୍ଷ୍ମୀ ତାଙ୍କ ଘରେ ପିଢ଼ି ପରେ ପିଢ଼ି ବାସ କରିଥାନ୍ତି । ଏବଂ ଯେଉଁ ବ୍ୟକ୍ତି ନିଜ ଅଗଣାରେ ଅଁଳା ଗଛ ରୋପଣ କରିଥାନ୍ତି ତାଙ୍କୁ ବ୍ରାହ୍ମଣଙ୍କ ଆଶୀର୍ବାଦ ସର୍ବଦା ମିଳିଥାଏ ।
ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ