ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗୁଥିଲେ କଣ କରିବେ ? ଏହା ସହିତ ଆହୁରି ମଧ୍ୟ ପଢନ୍ତୁ ଆଜିର 20ଟି Anuchinta

ବନ୍ଧୁଗଣ ସାଧାରଣତଃ ସମସ୍ତ ମଣିଷଙ୍କୁ କିଛି ଗୁରୁତ୍ଵପୂର୍ଣ୍ଣ କଥା ଗୁଡିକର ପାଳନ କରିବା ଉଚିତ । ଏହା ଦ୍ଵାରା ମଣିଷ ଜୀବନ ସୁଖ ସମୃଦ୍ଧିରେ ଭରିଯିବ । ଏହା ସହିତ ମଣିଷକୁ କେବେ ହେଲେ କୌଣସି ସମସ୍ଯାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆଜିର କିଛି ଅନୁଚିନ୍ତା ବିଷୟରେ । ଜୀବନରେ ସୁଖ ଶାନ୍ତି ପ୍ରାପ୍ତ କରିବାକୁ ହେଲେ କେଉଁ ନୀତି ନିୟମ ପାଳନ କରିବା ଆବଶ୍ୟକ ? ଆସନ୍ତୁ ତାହା ସମ୍ବନ୍ଧରେ ଜାଣିବା ।

୧- ଶନି ଦଶା ପଡିଥିଲେ କାଉକୁ ଖାଇବାକୁ ଦିଅନ୍ତୁ ଏବଂ ଘୋଡା ନାଲକୁ ଆଙ୍ଗୁଠିରେ ପିନ୍ଧନ୍ତୁ, ଆପଣଙ୍କ ର ମଙ୍ଗଳ ହେବ ।

୨- ଘରର ମୁଖ୍ୟ ଦ୍ଵାର ରେ କଣ୍ଟା ଗଛ କିମ୍ବା ଭାଙ୍ଗି ଯାଇଥିବା ଜିନିଷ ରଖନ୍ତୁ ନାହିଁ ।

୩- ମାଟି ସୋରେଇ ରେ ଜଳ ରଖି ତାକୁ ଘରର ଉତ୍ତର ପୂର୍ବ କୋଣରେ ରଖିଲେ ବସ୍ତୁ ସମସ୍ୟା ଦୂର ହୋଇଥାଏ ।

୪- ୭ ଟି ଦ୍ଵିତୀୟା ଚନ୍ଦ୍ର ଦର୍ଶନ କଲେ, ସମସ୍ତ ମନବାଞ୍ଛା ପୂର୍ଣ୍ଣ ହୋଇଥାଏ ।

୫- ପୁରୁଷ ହୁଅନ୍ତୁ ଅଥବା ମହିଳା ନିଜ ବେକ କେବେ ଖାଲି ରଖନ୍ତୁ ନାହିଁ । ଏହା ଅଶୁଭ ହୋଇଥାଏ ।

୬- ପ୍ରତିଦିନ ସକାଳେ ୨ ଟି ନିମ୍ବ ପତ୍ର ଖାଇଲେ, ମୁହଁ ର ଦାଗ ଲିଭିବା ସହିତ ତେଜ ବଢିଥାଏ ।

୭- ସକାଳୁ ଉଠି ବାସୀ ମୁହଁ ରେ ଏକ ଗ୍ଳାସ ପାଣି ପିଇଲେ, ମଙ୍ଗଳ ହୋଇଥାଏ ।

୮- ପିତୃ ମାତୃ ଶ୍ରାଦ୍ଧ ଦିନ ପାନ ଖାଆନ୍ତୁ ନାହିଁ ଅଥବା ଅନ୍ୟ ର ଘରେ ଖାଆନ୍ତୁ ନାହିଁ ।

୯- ଦିନ ସମୟରେ ଅଧିକାଂଶ ସମୟ ନିରବ ରହିଲେ, ମଙ୍ଗଳ ହୋଇଥାଏ ।

୧୦- ଭୂମି ଉପରେ ଆସନ ପାରି ବସି ଖାଇଲେ ମଙ୍ଗଳ ହୋଇଥାଏ ।

୧୧- ସ୍ଵାମୀ ଏବଂ ସ୍ତ୍ରୀ ମଧ୍ୟରେ ଝଗଡା ଲାଗୁଥିଲେ ୨ ଟି ମୟୁର ପଙ୍ଖ ବିବାହ ଆଲବମ ରେ ରଖିଲେ, ଶୁଭ ହୋଇଥାଏ ।

୧୨- ଗାଧୁଆ ଘରେ ଉଲଗ୍ନ ହୋଇ ଗାଧୋଇବା ଉଚିତ ନୁହେଁ, କାରଣ ପିତୃ ପୁରୁଷ ଅସନ୍ତୁଷ୍ଠ ହୋଇଥାନ୍ତି ।

୧୩- ସିନ୍ଧୁର ପିନ୍ଧିଲା ବେଳେ କଣ୍ଟା କିମ୍ବା ଝିଙ୍କ କାଠିରେ ସିନ୍ଧୁର ପିନ୍ଧିଲେ ଶୁଭ ହୋଇଥାଏ ।

୧୪- ସନ୍ଧ୍ୟା ସମୟରେ ଖାଇବା, ଶୋଇବା, ଓ ପାଠ ପଢିବା ଉଚିତ ନୁହେଁ ।

୧୫- ସକାଳୁ ଉଠିବା ପରେ ନିଜ ମୁହଁ ଆଇନା ରେ ଦେଖନ୍ତୁ ନାହିଁ, ଠାକୁର ଦର୍ଶନ ପରେ ଦେଖିବା ଉଚିତ ।

୧୬- ଯଦି ପୁରୁଷ ଙ୍କ ଡାହାଣ ହାତ ପାପୁଲି ତଥା ମହିଳା ଙ୍କ ବାମ ହାତ ପାପୁଲି କୁଣ୍ଡାଇ ହୁଏ ତେବେ, ଧନପ୍ରାପ୍ତି ହୋଇଥାଏ ।

୧୭- ଦୋକାନ ଘର ମୁଖ୍ୟ ଦ୍ଵାର ଉପରେ ଲାଲ ରଙ୍ଗର ଶ୍ଵସ୍ତିକ ଚିହ୍ନ ଆଙ୍କିଲେ ଶୁଭ ହୋଇଥାଏ ।

୧୮- ଗ୍ରହଣ ଲାଗିବା ସମୟରେ କିଛି ଖାଇବା ଉଚିତ ନୁହେଁ ଏବଂ ଗ୍ରହଣ ଲାଗି ଛାଡି ସାରିବା ପରେ ଗାଧୋଇବା ଉଚିତ ।

୧୯- ପୋଡି ଯାଇଥିବା ବସ୍ତ୍ର ପିନ୍ଧନ୍ତୁ ନାହିଁ ଅଥବା ନିଆଁ ଭଳି କଣା ହୋଇଥିବା ବସ୍ତ୍ର ପିନ୍ଧନ୍ତୁ ନାହିଁ, ଅମଙ୍ଗଳ ହୋଇଥାଏ ।

୨୦- ମାଙ୍କଡ ଘର ଭିତରେ ପଶିଲେ, ଅର୍ଥ ହାନି ର ସୂଚନା ମିଳିଥାଏ । ଏଣୁ ମଙ୍ଗଳ ବାର ଦିନ ହନୁମାନ ଚାଳିଶା ର ପାଠ କରନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ମହତ୍ଵପୂର୍ଣ୍ଣ ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *