Vastu Shastra- ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ଏହି 5 ଜିନିଷ ହୋଇଥାଏ ଦରିଦ୍ରତାର କାରଣ, ମା’ ଲକ୍ଷ୍ମୀ ହୁଅନ୍ତି କ୍ରୋଧିତ

ନମସ୍କାର ବନ୍ଧୁଗଣ । ପ୍ରତ୍ଯେକ ମଣିଷ ମାତା ଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରିବା ପାଇଁ ଭିନ୍ନ ଭିନ୍ନ ପ୍ରଯତ୍ନ ମାନ କରିଥାନ୍ତି । କିନ୍ତୁ ମାତା ଲକ୍ଷ୍ମୀ କେଉଁଠାରେ ମଧ୍ୟ ସ୍ଥାୟୀ ରୂପେ ବାସ କରି ନଥାନ୍ତି, ତେଣୁ ତାଙ୍କୁ ଚଞ୍ଚଳା ବୋଲି ମଧ୍ୟ କୁହାଯାଇଥାଏ । ସେଥିପାଇଁ ସେ ସବୁବେଳେ ପ୍ରସନ୍ନ ରହିବା ଆବଶ୍ୟକ । ଯେଉଁ ସ୍ଥାନରେ ମା ଲକ୍ଷ୍ମୀ ଙ୍କର ବାସ ନ ଥାଏ ସେହି ସ୍ଥାନରେ ଦରିଦ୍ରତାର ବାସ ଥାଏ । ଯାହା ଆଜିର ସମୟରେ ମଣିଷ ମାନଙ୍କର ଦୁଃଖର ବଡ କାରଣ ଅଟେ ।

ମଣିଷ ନିଜ ଜୀବନରେ ଜ୍ଞାତ ଅଜ୍ଞାତ ଅବସ୍ଥାରେ କିଛି ଏପରି କର୍ମ କରି ଦେଇଥାଏ, ଯାହା କାରଣରୁ ମାତା ଲକ୍ଷ୍ମୀ ରାଗି ଯାଇଥାନ୍ତି । ତେଣୁ ପ୍ରତ୍ଯେକ ମଣିଷ କୁ ନିଜର ଦୈନଦିନ ଜୀବନ ରେ କାର୍ଯ୍ୟ କରିବା ସମୟରେ ଧର୍ମ ଶାସ୍ତ୍ର କୁ ନଜର ରେ ରଖି କାର୍ଯ୍ୟ କରିବା ଉଚିତ । ନଚେତ ମଣିଷ କୁ ତାର ସେହି ଭୁଲ ଯୋଗୁଁ ଦରିଦ୍ରତା ର ସାମ୍ନା କରିବାକୁ ପଡିଥାଏ ।

ଯେପରିକି ପ୍ରଥମେ ହେଉଛି ମଣିଷ କୁ କେବେ ମଧ୍ୟ ଖାଇବା ଥାଳି ରେ ଖାଇବା ଅଧା ଛାଡିବା ଠିକ ହୋଇ ନଥାଏ । ଏହାସହ ଖାଦ୍ୟ କୁ କେବେ ନଷ୍ଟ କରିବା ଠିକ ହୋଇ ନଥାଏ । ସେଥିପାଇଁ ଯେତିକି ଆବଶ୍ୟକ ସେତିକି ମାତ୍ରାରେ ହିଁ ଖାଦ୍ୟ ଥାଳି ରେ ନେଇ ଖାଇ ବସିବା ଉଚିତ ।

ଦ୍ଵିତୀୟ ରେ ବନ୍ଧୁଗଣ ସୂର୍ଯ୍ୟାସ୍ତ ପରେ କେବେ ମଧ୍ୟ ଘର ଝାଡୁ କରିବା ଉଚିତ ହୋଇ ନଥାଏ । ଏହା ଦ୍ଵାରା ଘର କୁ ଦରିଦ୍ରତା ମାଡି ଆସିଥାଏ । ତୃତୀୟ ରେ ବନ୍ଧୁଗଣ ଯଦି ଆପଣଙ୍କ ଘରେ ସବୁବେଳେ କ୍ଷୀର ଉତୁରି କରି ପଡେ ତେବେ ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ । ଚତୁର୍ଥ ରେ ରବିବାର ଦିନ ତୁଲସୀ ଗଛରେ ରବିବାର ଦିନ ଜଳ ଦେବା ଅନୁଚିତ ହୋଇଥାଏ । ଏହା ସହ ତୁଳସୀ ଗଛ ଚାରି ପାଖରେ ସବୂବେଳେ ସାଫା ସୁତୁରା ରହିବା ଆବଶ୍ୟକ ।

ଏପରି କରିବା ଦ୍ଵାରା ମାତା ଲକ୍ଷ୍ମୀ ପ୍ରସନ୍ନ ରହିଥାନ୍ତି । ଯେଉଁ ଘରେ ସବୁବେଳେ କଲି ଝଗଡା ଲାଗି ରହିଥାଏ ସେହି ଘରେ ମାତା ଲକ୍ଷ୍ମୀ କେବେ ମଧ୍ୟ ରହିବାକୁ ପସନ୍ଦ କରି ନଥାନ୍ତି । ତେଣୁ ଘରେ ସବୁବେଳେ ମଧୁରତାର ସହ କଥା ବାର୍ତ୍ତା କରିବା ଉଚିତ । ବାଥରୁମ କୁ ଅସନା ରଖିବା ଦ୍ଵାରା ଘରେ ନକରାତ୍ମକତା ଶକ୍ତି ବୃଦ୍ଧି ହୋଇଥାଏ । ଖାଇ ସାରିଲା ପରେ ଯଦି ଅଧିକ ସମୟ ଧରି ଅଇଁଠା ବାସନ ପଡି ରହେ ତେବେ ମଧ୍ୟ ସେହି ଘରେ ମା ଲକ୍ଷ୍ମୀ ରହି ନ ଥା’ନ୍ତି ।

ଏହା ଛଡା ଯଦି ଘରେ ଜୋତା ଚପଲ ସବୁ ଏଣେ ତେଣେ ହୋଇ ପଡି ରହିଥାଏ, ତେବେ ମଧ୍ୟ ମାତା ଲକ୍ଷ୍ମୀ ରାଗି ଯାଇଥାନ୍ତି । ତେଣୁ ପ୍ରତ୍ଯେକ କାମ କୁ କରିବା ସମୟରେ ଶାସ୍ତ୍ର କୁ ନଜର ରେ ରଖି କାର୍ଯ୍ୟ କରିବା ଉଚିତ । ତେବେ ବନ୍ଧୁଗଣ ଆପଣଙ୍କୁ ଯଦି ଆଜିର ଏହି ପୋଷ୍ଟ ଟି ଭଲ ଲାଗେ ତେବେ ଆପଣ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି ।

Leave a Reply

Your email address will not be published. Required fields are marked *