ପଣଷ ମଞ୍ଜିରେ ବି ରହିଛି ଅନେକ ଫାଇଦା ! ଥରେ ଏହାକୁ ଖାଇକି ଦେଖନ୍ତୁ, ଶରୀରର ଅନେକ ସମସ୍ଯାକୁ ଦୂର କରନ୍ତୁ… Health Tips

ପଣଷ ଦୁନିଆର ସବୁଠାରୁ ବଡ ଫଳ ଅଟେ । ଏହି ପଣଷକୁ ଆମେ ଖାଦ୍ୟ ରୂପେ ଗ୍ରହଣ କରିଥାଉ । ଏହାକୁ କଞ୍ଚା ବେଳେ ତରକାରୀ କରି ଖାଉଥିବା ବେଳେ ପାଚିଲା ସମୟରେ ଏହାର ରସୁଆଳ ଫଳ ମଧ୍ୟ ଆମେ ଖାଦ୍ୟ ରୂପେ ଗ୍ରହଣ କରିଥାଉ । ହେଲେ ଆଜି ଆମେ ପଣଷ ମଞ୍ଜିର ଫାଇଦା ବିଷୟରେ କହିବାକୁ ଯାଉଛୁ । ଯାହା ହୁଏ ବୋଧ ଆପଣ ଆଗରୁ କେବେ କେଉଁଠାରୁ ଶୁଣିବାକୁ ପାଇନଥିବେ ।

ପଣଷରେ ପ୍ରୋଟିନ, ଭିଟାମିନ-ବି ଓ ପୋଟାସିୟମ ଭଳି ଅନେକ ପୋଷକ ତତ୍ଵ ଭରି ହୋଇ ରହିଛି । ପଣଷ ମଞ୍ଜିରେ ରାଇବୋଫ୍ଲୋବିନ ନାମକ ତଥା ଅନ୍ୟାନ୍ୟ ପୋଷକ ରହିଅଛି । ଏହା ଆମ ଖାଉଥିବା ଖାଦ୍ୟକୁ ଶକ୍ତିରେ ପରିଣତ କରିବାରେ ସାହାଜ୍ଯ କରିଥାଏ । ଆଖି, ଚର୍ମ ଓ କେଶକୁ ମଧ୍ୟ ସୁସ୍ଥ ରଖିଥାଏ ।

1- ଯେଉଁ ମାନଙ୍କର ଚେହେରାରେ ଚର୍ମ କୁଞ୍ଚନ ଭଳି ସମସ୍ଯା ଦେଖାଯାଉଥିବ । ସେମାନେ ପଣଷର ଗୋଟିଏ ମଞ୍ଜି ନେଇ ଥଣ୍ଡା କ୍ଷୀର ମଧ୍ୟରେ କିଛି ସମୟ ପାଇଁ ରଖନ୍ତୁ । ଏହା କିଛି ସମୟ ଭେଦି ସାରିଲା ପରେ ତାହାକୁ ଗ୍ରାଇଣ୍ଡିଙ୍ଗରେ ପେଷ୍ଟ କରନ୍ତୁ । ପରେ ସେଥିରେ ଅଧା ଚାମଚ ମହୁ ମିଶାନ୍ତୁ ।

 

ତାପରେ ଭଲ ଭାବେ ଏହାକୁ ଗୋଳାଇ ଯେଉଁ ମାନଙ୍କ ଚର୍ମ କୁଞ୍ଚନ ଭଳି ସମସ୍ଯା ରହୁଥିବ । ସେମାନେ ତାହାକୁ ନିଜ ଫେସରେ ଭଲ ଭାବେ ଲଗାନ୍ତୁ । ପରେ ଏହା ଶୁଖିଲା ପରେ ସାମାନ୍ୟ ନଖ ଉଷୁମ ପାଣିରେ ମୁହଁକୁ ଧୋଇ ଦିଅନ୍ତୁ । ଏହା ଫେସର ଋଙ୍କିଲକୁ ଦୂର କରି ଚେହେରାର ଯୌବନତା ଓ ସୁନ୍ଦରତା ପୁଣି ଥରେ ଫେରାଇ ଆଣେ ।

2- ପ୍ରଥମେ ପଣଷ ମଞ୍ଜିକୁ ଶୁଖାଇ ଦିଅନ୍ତୁ । ପରେ ତାହାକୁ ଗ୍ରାଇଣ୍ଡିଙ୍ଗ କରି ତାହାର ପାଉଡର ପ୍ରସ୍ତୁତ କରନ୍ତୁ । ଯେଉଁ ମାନେ କୋଷ୍ଠ କାଠିନ୍ୟ ଭଳି ସମସ୍ଯାରେ ପୀଡିତ ରହୁଥିବେ । ସେମାନେ ଏହି ପଣଷ ମଞ୍ଜିର ପାଉଡରର ସେବନ କରନ୍ତୁ । ପଣଷ ମଞ୍ଜି ଆଇରନର ଏକ ଉତ୍ତମ ଉତ୍ସ ଅଟେ । ତେଣୁ ଶରୀରରେ ରକ୍ତହୀନତା ଭଳି ସମସ୍ଯା ରହୁଥିଲେ । ପଣଷ ମଞ୍ଜିର ସେବନ କରନ୍ତୁ । ଏଥିସହ ହାର୍ଟକୁ ମଧ୍ୟ ସୁସ୍ଥ ରଖିବାରେ ପଣଷ ମଞ୍ଜିର ସେବନ ଦ୍ଵାରା ହୋଇପାରିଥାଏ ।

ମାନସିକ ବିଷାଦ ବା ଷ୍ଟ୍ରେସରେ ରହୁଥିବା ଲୋକ ମାନେ ମାନସିକ ବିଷାଦରୁ ମୁକ୍ତି ପାଇବା ପାଇଁ ଏହି ପଣଷ ମଞ୍ଜିର ସେବନ କରନ୍ତୁ । ପଣଷ ମଞ୍ଜିର ସେବନରେ କେଶ ମଧ୍ୟ ଝଡିବା କମିଯାଇଥାଏ । ତେବେ ଏହି ସବୁ ଉପୋରୋକ୍ତ ଫାଇଦା ପଣଷ ମଞ୍ଜି ଦ୍ଵାରା ମିଳିଥାଏ । ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଅନ୍ୟ ମାନଙ୍କ ସହ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *