ପଣା ସଙ୍କ୍ରାନ୍ତି (April 14), କରନ୍ତୁ ଏହି 6 ଟି ଉପାୟ, ହେବ ଚମତ୍କାର, ଘରେ ବଢି ଚାଲିବ ଧନ ସମ୍ପତି…

ବନ୍ଧୁଗଣ ମହା ବିଷୁବ ପଣା ସଙ୍କ୍ରାନ୍ତିକୁ ହନୁମାନ ଜୟନ୍ତୀ ଭାବେ ପାଳନ କରାଯାଏ । ଚଳିତ ବର୍ଷ ଏପ୍ରିଲ ୧୪ରେ ହନୁମାନ ଜୟନ୍ତୀ ପଡିବାକୁ ଯାଉଛି । ହିନ୍ଦୁ ଧର୍ମରେ ଏହାର ବିଶେଷ ମହତ୍ଵ ରହିଛି । ଏହି ଦିନ ଭଗବାନ ହନୁମାନଙ୍କୁ ପୂଜା କରିବା ସହ କିଛି ଉପାୟ କରିବା ଦ୍ଵାରା ସବୁ ଇଚ୍ଛା ପୂରଣ ହୋଇଥାଏ । ପ୍ରଭୁ ହନୁମାନଙ୍କୁ ମହାଦେବଙ୍କ ଏକାଦଶ ରୁଦ୍ର ଅବତାର କୁହାଯାଏ ଯାହା ପାଇଁ ସେ ବହୁତ ଜଲ୍ଦି ପ୍ରସନ୍ନ ହୋଇଥାନ୍ତି ।

କିନ୍ତୁ ହନୁମାନ ଜୟନ୍ତୀରେ ଶୁଦ୍ଧତାର ମହତ୍ଵ ରହିଛି । ଆଜି ଆମେ ଆପଣ ମାନଙ୍କୁ ପଣା ସଙ୍କ୍ରାନ୍ତିରେ କେଉଁ କାମ କରିବା ଦ୍ଵାରା ସୁଖ ସମୃଦ୍ଧି ଲାଗି ରହିବ ତାହା ବିଷୟରେ କହିବାକୁ ଯାଉଛୁ । ୧- ହନୁମାନ ଜୟନ୍ତୀ ଦିନ ବ୍ରହ୍ମ ମୂହୁର୍ତ୍ତରେ ଉଠି ସ୍ନାନ କରି ନାଲି ରଙ୍ଗର ବସ୍ତ୍ର ଧାରଣ କରିବା ଉଚିତ । ଏହା ସହ କୌଣସି ହନୁମାନ ମନ୍ଦିରରେ ପୂଜା କରି ନାଲି ରଙ୍ଗର ଉତ୍ତରୀ ଅର୍ପଣ କରନ୍ତୁ । ପ୍ରଭୁ ହନୁମାନ ଧାରଣ କରିଥିବା ଫୁଲମାଳା ଘରକୁ ଆଣି ତାହାକୁ ନାଲି କପଡାରେ ବାନ୍ଧି ନିଜ ବ୍ୟବସାୟ ସ୍ଥଳ ବା ଆଲମାରିରେ ରଖିବା ଦ୍ଵାରା ଆର୍ଥିକ ସମସ୍ଯା ଦୂର ହୋଇଥାଏ ।

୨- ହନୁମାନ ଜୟନ୍ତୀ ଦିନ ସ୍ନାନ କରିବା ପରେ ଓସ୍ତଗଛର ପତ୍ର ଆଣି ଯେପରିକି ପତ୍ର ଫଟା ନ ଥିବ । ଏହାକୁ ଧୋଇ ପାତ୍ରରେ ଶ୍ରୀରାମଙ୍କ ନାମ ଲେଖି ପ୍ରଭୁ ହନୁମାନଙ୍କ ପାଖରେ ରଖନ୍ତୁ । ତା ପର ଦିନ ଏହାକୁ ନିଜ ପର୍ସରେ ରଖିବା ଦ୍ଵାରା ଟଙ୍କା ପଇସା ର ଅଭାବ ହୁଏ ନାହି ।

୩- ହନୁମାନ ଜୟନ୍ତୀ ଦିନ ପାରଦରେ ନିର୍ମିତ ହନୁମାନଙ୍କ ପ୍ରତିମା ସ୍ଥାପନ କରନ୍ତୁ । ପାରଦରେ ନିର୍ମିତ ହନୁମାନ ଙ୍କ ମୂର୍ତ୍ତି କୁ ପୂଜା କରିବା ଦ୍ଵାରା ସବୁ କାମରେ ପୂର୍ଣ୍ଣ ସଫଲାତ ପ୍ରାପ୍ତ ହୋଇଥାଏ । ପାରଦରେ ନିର୍ମିତ ମୂର୍ତ୍ତି ଗୃହରେ ରଖିଲେ ବାସ୍ତୁ ଦୋଷ ଦୂର ହୋଇଥାଏ ।

୪- ପଣା ସଙ୍କ୍ରାନ୍ତି ଦିନ ହନୁମାନ ମନ୍ଦିର କୁ ଯାଇ ଶୁଦ୍ଧ ଗାଈ ଘିଅ ବା ରାଶି ତେଲରେ ଦୀପ ଜଳନ୍ତୁ । ଦୁଇଟି ଅଖଣ୍ଡ ଦୀପ ଜାଳିବା ଦ୍ଵାରା ହନୁମାନ ଚାଳିଶା ପାଠ କରନ୍ତୁ । ଏହା ଦ୍ଵାରା ପ୍ରଭୁ ହନୁମାନଙ୍କ ଙ୍କ କୃପା ଲାଭ ହୋଇଥାଏ । ଏହି ଦିନ ଧଳା ବସ୍ତ୍ର ଧାରଣ କରିବା ଶୁଭ ହୋଇଥାଏ ।

୫- ଏହି ଦିନ ସ୍ନାନ କରି ପୂଜା କରିବା ପରେ ଭଗବାନ ହନୁମାନଙ୍କୁ ପାନ ପତ୍ରରେ ଗୁଡ ଓ ଚଣା ରଖି ଭୋଗ ଅର୍ପଣ କରନ୍ତୁ । ଏପରି କରିବା ସମୟରେ ନିଜର ଦୁଖ ପ୍ରଭୁଙ୍କୁ ଜଣାନ୍ତୁ । ଏହା ଦ୍ଵାରା ଗୃହରେ କେବେ ଅସାନ୍ତି ବା କ୍ଲେଶ ଦେଖାଯାଏ ନାହି ।

୬- ପ୍ରଭୁ ହନୁମାନଙ୍କୁ ପ୍ରସନ୍ନ କରିବା ପାଇଁ ଏହି ଦିନ ଗୋଲାପ ଫୁଲ ଅର୍ପଣ କରିବା ସହ ନଡିଆରେ ସ୍ଵସ୍ତିକ ଚିହ୍ନ ଆଙ୍କି ଭଗବାନ ହନୁମାନଙ୍କୁ ଅର୍ପଣ କରନ୍ତୁ । ଏପରି କରିବା ଦ୍ଵାରା ଆପଣଙ୍କର ଖରାପ ସମୟ ଚାଲିଥିଲେ ତାହା ଦୂର ହେବ ।

ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *