Jyotish Shastra- ପଡିଲା ଶନିଦେବଙ୍କ କୋପ ଦୃଷ୍ଟି, ଏହି ୭ ଟି ରାଶି ରୁହନ୍ତୁ ସାବଧାନ

ନମସ୍କାର ବନ୍ଧୁଗଣ ଶନିବାର ହେଉଛି ଶନିଦେବଙ୍କ ଦିନ । ପୁରାଣ ଅନୁସାରେ ଶନିଦେବ ସୂର୍ଯ୍ୟ ଦେଵତା ଙ୍କ ପୁତ୍ର ଅଟେ । ବ୍ରହ୍ମା ଙ୍କ ଆଶୀର୍ବାଦ ଯୋଗୁଁ ତାଙ୍କ ପିତାଙ୍କ ଠାରୁ ମଧ୍ୟ ସେ ଶକ୍ତିଶାଳୀ ଥିଲେ ।

ପ୍ରତ୍ୟେକ ରାଶି ରେ ସୂର୍ଯ୍ୟ କେବଳ ଗୋଟିଏ ମାସ ପାଇଁ ଚନ୍ଦ୍ର ଦୁଇ ମାସ ପର୍ଯ୍ୟନ୍ତ ମଙ୍ଗଳ ଦେଢ଼ ମାସ ପର୍ଯ୍ୟନ୍ତ ବୁଧ ଏକ ମାସ ଶୁକ୍ର ଗୋଟିଏ ମାସ ବୃହସ୍ପତି ତେର ମାସ ପର୍ଯ୍ୟନ୍ତ କିନ୍ତୁ ଶନିଦେବ ଅଢେ଼ଇ ବର୍ଷ ରୁ ଆରମ୍ଭ କରି ସାଢ଼େ ସାତ ବର୍ଷ ପର୍ଯ୍ୟନ୍ତ ରହିଥାନ୍ତି । ଏହି ଥିରୁ ଆମେ ଜାଣି ପାରିବା କି ଶନିଦେବ କେତେ ଶକ୍ତିଶାଳୀ ଏବଂ ତାଙ୍କ ମହିମା ମଧ୍ୟ ଅନେକ । ଆଜି ଆମେ ଶନିବାର ଦିନ କେଉଁ କେଉଁ ଵସ୍ତୁ କୁ ଘରକୁ ନ ଆଣିବା ସେ ବିଷୟରେ ଆଲୋଚନା କରିବା ତେବେ ଆସନ୍ତୁ ଜାଣିନେବା ସେ ବିଷୟରେ ।

ଜାତକର କୁଣ୍ଡଳୀ ହିସାବରେ ଶନି ଆସିବାର ତିନି ମାସ ପୂର୍ବରୁ ହିଁ ତାର ପ୍ରଭାବ ଦେଖାଇବା ଆରମ୍ଭ କରି ଦେଇ ଥାଏ । ପ୍ରତ୍ୟେକ ମନୁଷ୍ୟ ଜୀବନରେ ଶନିଦେବ ତିନି ରୁ ଚାରି ଥର ଆସିଥାନ୍ତି । ପ୍ରତ୍ୟେକ ମନୁଷ୍ୟ ନିଜର ଗ୍ରହ ହିସାବରେ ହିଁ ତାଙ୍କ ଉପରେ ଶନି ଙ୍କ ପ୍ରଭାବ ପଡ଼ିଥାଏ । ସର୍ଵଦା ଶନିଦେବଙ୍କ ଵକ୍ର ଦୃଷ୍ଟି ରୁ ବଞ୍ଚିବା ଆବଶ୍ୟକ । ଶନିଙ୍କ ସଂଖ୍ୟା ହେଉଛି ଆଠ । ଏହି ବର୍ଷ ୨୮ ମଇ ରୁ ଅକ୍ଟୋବର ୧୧ ପର୍ଯ୍ୟନ୍ତ ନିଜ ରାଶି ମକର ରେ ଵକ୍ର ଚଳନ କରୁଛନ୍ତି । ଏହା ଅକ୍ଟୋବର ୧୧ ରେ ସକାଳ ୭:୫୮ ପର୍ଯ୍ୟନ୍ତ ରହିବେ । ତେବେ ଏହାର ପ୍ରଭାବ କେଉଁ କେଉଁ ରାଶି ମାନଙ୍କ ଉପରେ କି ପ୍ରଭାବ ପକାଇବ ତାହା ଜାଣିନେବା ।

୧- ପ୍ରଥମ ରାଶି ମେଷ ରାଶି । ମେଷ ରାଶି ର ଜାତକ ରେ ଶନି ଦଶମ ସ୍ଥାନରେ ଵକ୍ର ହେବେ ତା ଦ୍ୱାରା ସେମାନଙ୍କ କାମ ଉପରେ ଅଧିକ ପ୍ରଭାବ ପକାଇବ ସେମାନେ ନିଜ କାମ ପାଇଁ ଟିକେ ଅସୁବିଧା ର ସାମ୍ନା କରିବେ ।

୨- ଦ୍ଵିତୀୟ ରେ ହେଉଛି ବୃଷ ରାଶି । ଶନିଦେବଙ୍କ ଵକ୍ର ହେବା ଯୋଗୁଁ ଏହି ରାଶି ମାନଙ୍କ ଉପରେ ଧନ କୁ ନେଇ କିଛି ଅସୁବିଧା ଆସି ପାରେ ।

୩- ତୃତୀୟ ରେ ହେଉଛି ମିଥୁନ ରାଶି । ଏହି ରାଶି ର ବ୍ୟକ୍ତି ମାନଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡି ପାରେ ତେଣୁ ଏମାନେ ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦେବା ଆବଶ୍ୟକ ।

୪- ଚତୁର୍ଥ ରେ ହେଉଛି କର୍କଟ । ଏହି ରାଶି ମାନଙ୍କ ଦାମ୍ପତ୍ୟ ଜୀଵନ ରେ ବାଦ ବିବାଦ ଆସିବ । ଏହା ଛଡା ପଇସା କିମ୍ବା ବିବାହ ଆଦି କାର୍ଯ୍ୟ ରେ ଅସୁବିଧା ହୋଇ ପାରେ ।

୫-ପଞ୍ଚମ ରେ ହେଉଛି ସିଂହ ରାଶି । ଏହି ରାଶି ମାନଙ୍କ ଉପରେ ଶନି ଙ୍କ ଵକ୍ର ଯୋଗୁଁ ସ୍ୱାସ୍ଥ୍ୟ ରେ ପରିବର୍ତ୍ତନ ଆସିପାରେ । ସେମାନେ କୌଣସି ବେମାରୀ ର ଶିକାର ମଧ୍ୟ ହୋଇ ପାରନ୍ତି ।

୬- ଷଷ୍ଠ ରେ ହେଉଛି କନ୍ୟା । ଏହି ରାଶି ମାନଙ୍କ ଉପରେ ଶିକ୍ଷା କୁ ନେଇ ଅସୁବିଧା ଆସିପାରେ । ଖର୍ଚ୍ଚ ଅଧିକ ହେବ ଏବଂ ନିଜ ଲୋକଙ୍କ ସହିତ ବାଦ ବିବାଦ ହୋଇପାରେ ।

୭- ସପ୍ତମ ରେ ହେଉଛି ତୁଳା । ଏହି ରାଶି ର ବ୍ୟକ୍ତି ମାନଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡିପାରେ । ଏହା ଛଡା ଆୟ ମଧ୍ୟ କମ ହେବ ।

୮- ଅଷ୍ଟମ ରେ ହେଉଛି ବିଛା ରାଶି । ଏହି ରାଶି ର ବ୍ୟକ୍ତି ମାନଙ୍କ ର ବାଦ ବିବାଦ ବଢ଼ିପାରେ । ଏହା ଛଡା ଖର୍ଚ୍ଚ ମଧ୍ୟ ବଢି ପାରେ ।

୯- ନବମ ରେ ଧନୁ ରାଶି । ଏହି ରାଶି ର ଲୋକମାନେ ଧନର ଅଭାବ ହୋଇ ପାରେ । କଥା ବାର୍ତ୍ତା ରେ ସଂଯମ ରଖିବା ଆବଶ୍ୟକ ।

୧୦- ଦଶମ ରେ ହେଉଛି ମକର । ଏହି ରାଶି ର ବ୍ୟକ୍ତି ମାନେ ମାନସିକ କଷ୍ଟ,ରୋଗ ଏବଂ ଚିନ୍ତା ଅଧିକ ହୋଇ ପାରେ ।

୧୧- ଏକାଦଶ ରେ ହେଉଛି କୁମ୍ଭ ରାଶି । ଏହି ରାଶି ର ବ୍ୟକ୍ତି ମାନଙ୍କ ଅଧିକ ଖର୍ଚ୍ଚ ଏବଂ ଧୋର୍ୟ୍ଯ ର ସହିତ କାର୍ଯ୍ୟ କରିବେ ।

୧୨- ଦ୍ୱାଦଶ ରେ ହେଉଛି ମୀନ । ଏହି ରାଶି ର ବ୍ୟକ୍ତି ମାନେ ଖର୍ଚ୍ଚ କୁ ସମ୍ଭାଳିକରି କରିବା ଆବଶ୍ୟକ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ ।

ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *