ପାଦର ଆକୃତି ରୁ ଜାଣନ୍ତୁ ଆପଣ କେତେ ବୁଦ୍ଧିମାନ, ଭାଗ୍ୟଶାଳୀ ଓ ଧନବାନ (Personality Test)

ବନ୍ଧୁଗଣ,ଆଜି ଆମ୍ଭେ ଆପଣ ମାନଙ୍କୁ ଏକ ବିଶେଷ ତଥ୍ୟ ସମ୍ବନ୍ଧରେ କହିବାକୁ ଯାଉଅଛୁ । ଯାହା ଦ୍ଵାରା ଆପଣ ମାନେ ଜାଣି ପାରିବେ ଯାହାକି ଆମର ପାଦ ସହ ଜଡ଼ିତ ହୋଇ ରହିଅଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପାଦର ଆକାର କିଭଳି ଆମର ଜୀବନକୁ ପ୍ରଭାବିତ କରେ, ତାହା ସମ୍ବନ୍ଧରେ ଆମ୍ଭେ ଆପଣଙ୍କୁ କହିବାକୁ ଯାଉଅଛୁ । ଓଦା ପାଦ ଭୂମିରେ ରଖିଲେ ଯାହାର ପାଦ ସମ୍ପୂର୍ଣ୍ଣ ଭାବରେ ଭୂମିରେ ଛପି ଯାଏ ସେମାନେ ଅତ୍ୟନ୍ତ ଜିଦଖୋର୍ ହୋଇଥାନ୍ତି ।

ସେମାନେ ସମସ୍ତଙ୍କ ଠାରୁ ଶୁଣନ୍ତି କିନ୍ତୁ ନିଜର ଇଚ୍ଛା ଅନୁସାରେ କାର୍ଯ୍ୟ କରିଥାନ୍ତି । କିନ୍ତୁ ବାସ୍ତବ ଜୀବନରେ ସେମାନେ ଅତି ସଫା ହୃଦୟର ଲୋକ ଅଟନ୍ତି । ସେମାନେ ବହୁତ ଶାନ୍ତ ମଧ୍ୟ ରୁହନ୍ତି । ପାଠ ପଢାରେ ମଧ୍ୟ ଅନ୍ୟ ଲୋକ ମାନଙ୍କ ତୁଳନାରେ ସେମାନେ ଯଥେଷ୍ଟ ଅଧିକ ଆଗରେ ରହିଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏପରି ବ୍ୟକ୍ତି ଧନୀ ହୋଇଥାନ୍ତି । ଏମାନେ ଆଳସ୍ୟ ପ୍ରବୃତିର ମଧ୍ୟ ଅଟନ୍ତି ।

ସବୁ କାମକୁ ଆଜି ତଥା କାଲି କରିବା କହି ବିଳମ୍ବ କରିଥାନ୍ତି । ସେଥିପାଇଁ ଜୀବନରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏମାନଙ୍କ ମଧ୍ୟରେ ଧର୍ଯ୍ୟ ନଥାଏ । ଏମାନେ ସଠିକ୍ ଭାବରେ କାମ କଲେ ଜୀବନରେ ବହୁତ ଆଗକୁ ଯାଇ ପାରିବେ । ବିବାହ ପରେ ଏମାନଙ୍କ ଭାଗ୍ୟ ଅତି ଉଜ୍ଜଳ ହୋଇଥାଏ ।

ଯେଉଁ ବ୍ୟକ୍ତି ମାନଙ୍କର ପାଦ ଭୂମିରେ ଛପି ଥାଏ ଓ ସେଥିରେ ଟିକେ ଫାଙ୍କ ରହିଥାଏ ସେମାନେ ନିଜ ଜୀବନରେ ବହୁତ କର୍ମନିଷ୍ଠ ହୋଇଥାନ୍ତି । ବେଳେବେଳେ ଏମାନେ କେଉଁ କାମ କେମିତି କରନ୍ତି ବୁଝିପାରନ୍ତି ନାହିଁ । ଏମାନଙ୍କ ବୁଦ୍ଧି ଟିକିଏ କମ୍ ହୋଇଥାଏ । କିନ୍ତୁ ବୁଝି ବିଚାରି କାମ କଲେ ଏମାନେ ବୋହୁତ ଆଗକୁ ଯାଇପାରନ୍ତି । ଏହି ବ୍ୟକ୍ତି ମାନେ ନିଜେ ନିଜର କର୍ମ ଉପରେ ବିଶ୍ୱାସ କରନ୍ତି ।

ଶାସ୍ତ୍ର ଅନୁସାରେ ଏଭଳି ବ୍ୟକ୍ତିଙ୍କ ଭାଗ୍ୟ ତିରିଶି ବର୍ଷ ପରେ ଉଦୟ ହୋଇଥାଏ । ଯେଉଁ ବ୍ୟକ୍ତି ଭୂମିରେ ପାଦ ରଖିଲେ ମଝି ଭାଗ ଛଡ଼ା ବାକି ସମସ୍ତ ଭାଗ ଛପିଥାଏ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି । ଏମାନେ ନିଜ ସମାଜରେ ନିଜର ସମ୍ମାନ ବଜାୟ ରଖିବାକୁ ଚେଷ୍ଟା କରିଥାନ୍ତି ।

ଏମାନେ ଧନବନ୍ ହୋଇଥାନ୍ତି ଓ ଅସରନ୍ତି ବୁଦ୍ଧିର ଅଧିକାରୀ ହୋଇଥାନ୍ତି । ଏମାନେ ଅନ୍ୟ ମାନଙ୍କ ସହ ସୁସମ୍ପର୍କ ଅତି ସହଜରେ ସ୍ଥାପନା କରିଥାନ୍ତି । ଅନ୍ୟ ଭାଷାରେ କହିଲେ ଜୀବନରେ ସବୁ ଖୁସି ଏମାନଙ୍କୁ ମିଳିଥାଏ । ଏହିଭଳି ଭାବେ ପାଦର ଆକୃତିକୁ ନେଇ ବିଭିନ୍ନ ତଥ୍ୟ ଆମ ଶାସ୍ତ୍ରରେ ଉଲ୍ଲେଖ ରହିଛି । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *