ପବିତ୍ର ମହା ପଞ୍ଚୁକରେ କରନ୍ତୁ ଏହି 5 ଗୋଟି କାର୍ଯ୍ୟ ! କୋଟି ପୂଣ୍ୟର ଫଳ ପ୍ରାପ୍ତ ହୋଇବ ! Pavitra panchuk

କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ଠାରୁ ସମସ୍ତେ ପବିତ୍ର ପଞ୍ଚୁକ 5 ଦିନ ଧରି ପାଳନ କରିଥାନ୍ତି । ତେବେ 12 ଟି ମାସ ମଧ୍ୟରୁ କାର୍ତ୍ତିକ ମାସ ପୂଣ୍ୟର ମାସ ବୋଲି କୁହାଯାଇଥାଏ । ଏହି କାର୍ତ୍ତିକ ମାସରେ ସବୁଠାରୁ ପବିତ୍ର ପଞ୍ଚୁକର 5 ଦିନକୁ କୁହାଯାଇଥାଏ । ତେବେ ଏହି ପଞ୍ଚୁକ ସମୟରେ କିଛି ନିୟମ ଉପରେ ଧ୍ୟାନ ରଖିବାକୁ ପଡିବ । ଯାହା ଦ୍ଵାରା ପଞ୍ଚୁକର ଉଚିତ ପୂଣ୍ୟଫଳ ବ୍ୟକ୍ତିବିଶେଷଙ୍କୁ ପ୍ରାପ୍ତ ହୋଇଥାଏ ।

1- କାର୍ତ୍ତିକ ମାସ ପଞ୍ଚୁକରେ ପ୍ରଭୁ ରାଧାକୃଷ୍ଣଙ୍କର ପୂଜାଅର୍ଚନା କରନ୍ତୁ । ତୁଳସୀ କାଠରେ ଚନ୍ଦନ ଘୋରି ପ୍ରଭୁଙ୍କୁ ଲଗାନ୍ତୁ । ଯାହା ଦ୍ଵାରା ରାଧାକୃଷ୍ଣ ଅତ୍ୟନ୍ତ ଏହି କାର୍ଯ୍ୟ ଦ୍ଵାରା ପ୍ରସନ୍ନ ହୋଇଯାଇଥାନ୍ତି । 2- ପଞ୍ଚୁକ ପାଞ୍ଚ ଦିନ ପର୍ଯ୍ୟନ୍ତ ସକାଳୁ ଭୋର ଭୋର ସମୟରୁ ଉଠିଯିବା ଉଚିତ । ଏହା ସହିତ ଘରକୁ ପରିଷ୍କାର, ପରିଚ୍ଛନ କରିନେବା ଉଚିତ ।

3- ପଞ୍ଚୁକ ପାଞ୍ଚ ଦିନ ପ୍ରାତଃ ସ୍ନାନ କରି ତୁଳସୀ ପୂଜନ କରନ୍ତୁ । ଏହାପରେ ନିଜ ଠାକୁର ଘରେ ଓ ବୃନ୍ଦାବତୀ ନିକଟରେ ମୁରୁଜ ପକାନ୍ତୁ । 4- ପଞ୍ଚୁକ 5 ଦିନରେ ନୀଳ ରଙ୍ଗର ଅପରାଜିତା ଫୁଲ ନେଇ ଭଗବାନ ଜଗନ୍ନାଥଙ୍କୁ ଅର୍ପଣ କରନ୍ତୁ । ଯାହା ଦ୍ଵାରା ପ୍ରଭୁ ଜଗନ୍ନାଥଙ୍କର ଅସୀମ ମହିମା ଓ କୃପା ଦ୍ରୁଷ୍ଟି ଆପଣଙ୍କ ଉପରେ ତଥା ଆପଣଙ୍କ ପରିବାର ଉପରେ ସର୍ବଦା ବନି ରହିବ ।

5- ପଞ୍ଚୁକର ଶେଷ ଦିନ ଅର୍ଥାତ ଡଙ୍ଗା ଭଷା ଦିନ କଦଳୀ ପଟୁଆରେ ଡଙ୍ଗା କରି ଭଷାଇବା ଦ୍ଵାରା ଅନେକ ପୂଣ୍ୟଫଳ ପ୍ରାପ୍ତି ହୋଇଥାଏ । ଏଥିସହ ଆପଣଙ୍କର ଅନେକ ମନୋସ୍କାମନା ମଧ୍ୟ ବହୁତ ଜଲ୍ଦି ପୂରଣ ହେବାକୁ ଲାଗିଥାଏ । ଯଦି ଆପଣ ମାନେ କାଗଜ ବା ସୋଲରେ ତିଆରି ଡଙ୍ଗା ଭଷାଉଥାନ୍ତି । ତେବେ ଯେପରି ସେଥିରେ ରଖାଯାଇଥିବା ଦୀପ ଦ୍ଵାରା ଡଙ୍ଗାଟି ନଜଳିଯାଉ ସେଥିପ୍ରତି ଆପଣଙ୍କୁ ବିଶେଷ ଧ୍ୟାନ ରଖିବାକୁ ପଡିବ ।

କାରଣ ଡଙ୍ଗା ପୋଡିଯିବା ଅଶୁଭ ସଂକେତ ଅଟେ । ପଞ୍ଚୁକ ସମୟରେ ଖଟ ଉପରେ ବସି କୌଣସି ପ୍ରକାର ମନ୍ତ୍ର ଉଚାରଣ କରନ୍ତୁ ନାହିଁ । ପଞ୍ଚୁକ ସମୟରେ ଦକ୍ଷିଣ ଦିଗକୁ ଯାତ୍ରା କରିବା ଉଚିତ ମନା ଯାଇନଥାଏ । ପଞ୍ଚୁକ ସମୟରେ କୌଣସି ଶବର ଅନ୍ତିମ ସଂସ୍କାର କରିବା ପୂର୍ବରୁ କୌଣସି ପଣ୍ଡିତଙ୍କର ପରାମର୍ଶ ନେଇ ଏହି କାର୍ଯ୍ୟ କରନ୍ତୁ । ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଅନ୍ୟ ମାନଙ୍କ ସହ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *