ବନ୍ଧୁଗଣ, ନୂଆବର୍ଷ ୨୦୨୨ ସମ୍ପୂର୍ଣ୍ଣ ୧୨ ଗୋଟି ରାଶି ପାଇଁ କିପରି ରହିବ ? ନୂଆବର୍ଷର ଅପେକ୍ଷା ଆମେ ସମସ୍ତେ କରିଥାନ୍ତି । ଏହାସହିତ ଆହୁରି ମଧ୍ୟ ଯଦି ଆସିବାକୁ ଥିବା ନୂଆବର୍ଷରେ ଦିନ ଗୁଡ଼ିକ କିପରି କଟିବ କେଉଁ ସବୁ ଖୁସିର ସମୟ ଏହି ନୂଆବର୍ଷ ଆଣିକରି ଆସୁଅଛି ଯଦି ତାହା ଆମେ ଆଗରୁ ଜାଣିପାରିବା ତେବେ ନୂଆବର୍ଷର ଆନନ୍ଦ ଦୁଇ ଗୁଣ ବଢ଼ି ଯାଇଥାଏ । ଆଜି ଆମେ ଆପଣଙ୍କୁ ଜଣାଇବୁ କିପରି ରହିବ ଆପଣଙ୍କ ୨୦୨୨ ଓ କେଉଁ ଜିନିଷ ପ୍ରତି ସାବଧାନ ରହିବେ ? କେଉଁ ରାଶି ମାନଙ୍କ ପାଇଁ ଖରାପ ରହିଅଛି ? ତେବେ ଚାଲନ୍ତୁ ଏହି ବିଷୟରେ ବିସ୍ତାର ଭାବେ ଜାଣିବା ।
୧:- ମେଷ ରାଶି, ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ୨୦୨୨ ବହୁତ ଭଲ ସମୟ ନେଇକରି ଆସିଅଛି । ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ଆପଣଙ୍କୁ ପ୍ରାପ୍ତ ହେବ । ଆପଣ ଯେଉଁ କାର୍ଯ୍ୟକୁ ହାତକୁ ନେବେ ସେଥିରେ ସଫଳତା ପାଇବେ । ଶ୍ଵାସ୍ଥ୍ୟ ଠାରୁ ଆରମ୍ଭ କରି ସମ୍ପତି ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଆପଣ ଉନ୍ନତି ଲାଭ କରିବେ । ଆପଣ ମାନ ସମ୍ମାନ ଏବଂ ଯଶ ଲାଭ କରିବେ ।
୨:- ବୃଷ ରାଶି, ବୃଷ ରାଶିର ବ୍ୟକ୍ତିଙ୍କ ପାଇଁ ମଧ୍ୟ ନବବର୍ଷ ବେଶ ଭଲରେ କଟିବ । ନୂଆବର୍ଷ ଆପଣଙ୍କ ପାଇଁ ଏପରି କିଛି ନେଇ ଆସୁଛି ଯାହା ଆପଣ କେବେ ଚିନ୍ତା ମଧ୍ୟ କରିନଥିବେ । ବୈବାହିକ ଜୀବନ ସୁଖ ଶାନ୍ତିରେ କଟିବ । ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ସମ୍ପର୍କ ସୁଖମୟ ରହିବ । ଧନର ଅଭାବ ରହିବ ନାହିଁ ।
୩:- ମିଥୁନ ରାଶି, ମିଥୁନ ରାଶିର ବ୍ୟକ୍ତି ମାନଙ୍କ ପାଇଁ ନୂଆବର୍ଷ ବିଶେଷ କିଛି ଫଳପ୍ରଦ ହେଉନାହିଁ । ଏମାନଙ୍କର ଜୀବନ ସାଧାରଣ ପରି ଜଣାପଡୁଛି । ଯେକୌଣସି ମହତ୍ତ୍ଵପୂର୍ଣ୍ଣ ନିର୍ଣ୍ଣୟ ନେବା ପୁର୍ବରୁ ବୁଝି ବିଚାରି ନିଅନ୍ତୁ । ନଚେତ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।
୪:- କର୍କଟ ରାଶି, ଏହି ରାଶିର ବ୍ୟକ୍ତିମାନେ ଯେମିତି ଚାହିଁବେ ସେମିତି ଜୀବନ କାଟିବେ । ପ୍ରତେକ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ । ପରିଶ୍ରମ ଅନୁଯାୟୀ ଫଳ ମଧ୍ୟ ଆପଣ ପାଇବେ । ଭାଗ୍ୟ ଉପରେ ଭରସା ରଖି ବସି ରୁହନ୍ତୁ ନାହିଁ କର୍ମ କରି ଚାଲନ୍ତୁ । ଯେମିିତି କର୍ମ କରିବେ ଆପଣଙ୍କୁ ସେମିତି ଫଳପ୍ରାପ୍ତି ହେବ ।
୫:- ସିଂହ ରାଶି, ଏମାନଙ୍କ ପାଇଁ ନୂଆବର୍ଷ ମାନ ସମ୍ମାନ ପଦ ପଦବୀର ଉନ୍ନତି ନେଇକରି ଆସୁଅଛି । ସମାଜରେ ଆପଣଙ୍କର ଖ୍ୟାତି ବଢିବ । ଲୋକମାନଙ୍କ ପାଇଁ ଆପଣ ଆଦର୍ଶ ବନି ପାରନ୍ତି । କ୍ୟାରିଅର କ୍ଷେତ୍ରରେ ବେଶ ଉନ୍ନତି କରିବେ । ଅବିବାହିତ ମାନଙ୍କ ପାଇଁ ବିବାହର ଯୋଗ ଖୋଲୁଅଛି ।
୬:- କନ୍ୟା ରାଶି, ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ପୁରା ବର୍ଷ ଭାଗ୍ୟ ସାଥ ଦେଉଅଛି । ଯେତେ ଅଧିକ ପରିଶ୍ରମ କରିବେ ସେହି ଅନୁଯାୟୀ ଫଳ ମଧ୍ୟ ପ୍ରାପ୍ତ କରିବେ । ବିବାହର ଯୋଗ ମଧ୍ୟ ରହୁଅଛି । ବିବାହ ଜନିତ ଯେଉଁ ସମସ୍ୟା ସବୁ ରହୁଥିଲା ତାହା ଦୂରୀଭୂତ ହେବ । ଦାମ୍ପତ୍ୟ ଜୀବନ ମଧ୍ୟ ସୁଖମୟ ରହିବ ।
୭:- ତୁଳା ରାଶି, ଆପଣଙ୍କ ପାଇଁ ନୂଆବର୍ଷ ସୁଖ ସମୃଦ୍ଧି ଆଣିକରି ଆସିଅଛି । ପରିବାର ମଧ୍ୟରେ ଯାହା ସବୁ କଳହ ରହୁଥିଲା ତାହା ସବୁ ଦୂରୀଭୂତ ହେବ । ନୂଆ ଯାନବାହାନ କିଣିବାର ଯୋଗ ବନୁଅଛି ।
୮:- ବିଛା ରାଶି, ଏହି ରାଶିର ବ୍ୟକ୍ତିମାନେ କାର୍ଯ୍ୟକ୍ଷେତ୍ରରେ ଆଖିଦୃଷ୍ଟିଆ ସଫଳତା ପାଇବେ । ଚାକର ବାକର ର ସୁଖ ପ୍ରାପ୍ତ କରିବେ । କୌଣସି କ୍ଷେତ୍ରରେ ଧନ ନିବେଶ କରିବା ପାଇଁ ମନ ବଳାଇବେ ।
୯:- ଧନୁ ରାଶି, ଏହି ରାଶିର ବ୍ୟକ୍ତିମାନଙ୍କୁ ବିଭିନ୍ନ ଦିଗରୁ ସଫଳତା ମିଳିବ । କିଛି ଉନ୍ନତି ମୂଳକ କାର୍ଯ୍ୟ କରିବାକୁ ମନ ବଳେଇବେ । ବୈବାହିକ ଜୀବନ ଭଲରେ କଟିବ । ପୂର୍ବରୁ ଥିବା ମତାନ୍ତର ଦୂରୀଭୂତ ହେବ ।
୧୦:- ମକର ରାଶି, ଏହି ରାଶିର ବ୍ୟକ୍ତିମାନଙ୍କୁ ନୂଆବର୍ଷ ବେଶୀ କିଛି ଫଳପ୍ରଦ ହେଉନାହିଁ । ଅଯଥାରେ କିଛି ଖର୍ଚ୍ଚ ବଢିପାରେ । ଆର୍ଥିକ ସମସ୍ୟା ନ ଦେଖାଦେଲେ ମଧ୍ୟ ଯାହା ଆପଣ ଆୟ କରିବେ ତାହା ବ୍ୟୟ ହୋଇଯିବ । ବିଦ୍ୟାର୍ଥୀ ମାନେ ପାଠପଢ଼ାରେ ଉନ୍ନତି ଲାଭ କରିବେ ।
୧୧:- କୁମ୍ବ ରାଶି, ପ୍ରତେକ ଗ୍ରହ ମାନଙ୍କର ସପୋର୍ଟ ଆପଣଙ୍କ ପକ୍ଷରେ ରହିବ । ଆର୍ଥିକ ସ୍ଥିତି ହେଉ, ଦାମ୍ପତ୍ୟ ଜୀବନ ହେଉ କିମ୍ୱା ପାରିବାରିକ ସ୍ଥିତି, ସ୍ଵାସ୍ଥ୍ୟ କ୍ଷେତ୍ର ଓ ଚାକିରି କ୍ଷେତ୍ର, ପ୍ରତେକ ଦୃଷ୍ଟିରୁ ଆପଣଙ୍କ ପାଇଁ ଶୁଭ ଫଳ ନେଇକରି ଆସୁଅଛି ।
୧୨:- ମୀନ ରାଶି, ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ନୂଆବର୍ଷ ବହୁତ କିଛି ସଫଳତା ନେଇକରି ଆସୁଅଛି । ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ । ଅଧିକ ରୁ ଅଧିକ ଲୋକ ଆପଣଙ୍କ ସହ ମିଶିବାକୁ ବା ମିତ୍ରତା କରିବାକୁ ପସନ୍ଦ କରିବେ । କାର୍ଯ୍ୟକ୍ଷେତ୍ରରେ ବେଶ ଉନ୍ନତି ହେବ । ପୁରା ବର୍ଷ ଆପଣଙ୍କର ବହୁତ ଖୁସିରେ କଟିବ ।
ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ