ନିଜର ହସ୍ତର ପାପୁଲିରୁ ଜାଣନ୍ତୁ ନିଜର ସଂପୂର୍ଣ୍ଣ ଭାଗ୍ୟ ଭବିଷ୍ୟତ ! ଜାଣନ୍ତୁ ନିଜର ଚାକିରୀ, ବାହାଘର, ସନ୍ତାନ, ଘର ସମ୍ପତ୍ତି ବିଷୟରେ… Hast Rekha Sign

ନମସ୍କାର ବନ୍ଧୁଗଣ, ମଣିଷର ଭାଗ୍ୟ ଭଗବାନ ନିରୂପଣ କରି ତାହାର ଚିଠା ଆମ ହାତରେ ରେଖା ମାଧ୍ୟମରେ ଦେଇଥାନ୍ତି । କିନ୍ତୁ ମଣିଷ ତ ଏହା ଜାଣିନଥାଏ । ସବୁବେଳେ ଭଗବାନଙ୍କୁ ଦୋଷ ଦେଇ ଚାଲିଥାଏ କାହିଁକି ଆଗରୁ ଜଣେଇଲାଣି କାହିଁକି ଏଭଳି କଲ ଭଗବାନ । ତେବେ ଆଉ ଭଗବାନଙ୍କୁ ଦୋଷ ନ ଦେଇ ନିଜେ ନିଜର ଭାଗ୍ୟ ସମ୍ପର୍କରେ ହାତର ରେଖାରୁ ସୂଚନା ପାଆନ୍ତୁ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ହାତରେ ରହିଥିବା ସମସ୍ତ ରେଖା ସମ୍ପର୍କରେ ସମ୍ପୂର୍ଣ ଭାବରେ ।

ଆମ ହାତର ବୁଢା ଆଙ୍ଗୁଠିରୁ ବାହାରିଥାଏ ଜୀବନ ରେଖା । ବୁଢା ଆଙ୍ଗୁଠି ରୁ ବାହାରି ତାହା ମଣିବନ୍ଧ ରେଖା ଆଡକୁ ଯାଇଥାଏ । ସେହି ଜୀବନ ରେଖାର ଭିତର ପଟେ ଯଦି ଆଉ ଛୋଟ ଛୋଟ ରେଖା ମାନ ଥାଏ । ତେବେ ଏହାର ଅର୍ଥ ହୋଇଥାଏ କି ଆପଣଙ୍କ ଜୀବନରେ କେହି ନା କେହି ଏଭଳି ମଣିଷ ଅଛନ୍ତି ଜିଏକି ଆପଣଙ୍କୁ ବହୁତ ସପୋର୍ଟ କରୁଛନ୍ତି ।

ଆପଣଙ୍କ ସଫଳତା ପଛରେ ଅନ୍ୟ ଜଣଙ୍କ ହାତ ରହିବ । ସେ ଆପଣଙ୍କ ଜୀବନସାଥୀ ମଧ୍ୟ ହୋଇପାରନ୍ତି । ଆପଣଙ୍କ ହାତର ମସ୍ତିସ୍କ ରେଖା ଯଦି ବହୁତ ଅଧିକ ଲାମ୍ବା ଥାଏ ତେବେ ଏହାର ଅର୍ଥ ଆପଣଙ୍କ ମେମୋରି ବହୁତ ଅଧିକ ଅଟେ । ଆପଣ ବହୁତ ଅଧିକ ବୁଦ୍ଧିମାନ ଅଟନ୍ତି । ମସ୍ତିସ୍କ ରେଖା ଏବଂ ଜୀବନ ରେଖା ଯଦି ଆପଣଙ୍କ ବିଶି ଆଙ୍ଗୁଠି ତଳେ ମିଶି ଯାଇଥାନ୍ତି ତେବେ ଆପଣ କୌଣସି କାର୍ଯ୍ୟ କରିବା ପୂର୍ବରୁ ସର୍ବଦା ଅନ୍ୟ ମାନଙ୍କ ଉପଦେଶ ଗ୍ରହଣ କରିଥାନ୍ତି ।

ହୃଦୟ ରେଖା ଆପଣଙ୍କ କାଣୀ ଆଙ୍ଗୁଠି ତଳୁ ଶନି ପର୍ବତ ଆଡକୁ ଯାଇଥାଏ । ଏଭଳି ଲୋକ ସବୁ ଜିନିଷରେ ଲାଭକୁ ଦେଖିଥାନ୍ତି ତାପରେ ଯାଇ କାମ ଆରମ୍ଭ କରିଥାନ୍ତି । ଯଦି ହୃଦୟ ରେଖା ବୃହସ୍ପତି ପର୍ବତ ଆଡକୁ ଯାଇଥାଏ ତେବେ ଏଭଳି ଲୋକ ଭଲ ପାଇବାରେ କେବେ କମି ରଖିନଥାନ୍ତି । ସାଥୀକୁ ଖୁବ ଭଲ ପାଇବା ଦେଇଥାନ୍ତି ବିନା ସ୍ଵାର୍ଥରେ ।

କାଣୀ ଆଙ୍ଗୁଠି ଏବଂ ହୃଦୟ ରେଖା ମଝିରେ ଯେଉଁ ଛୋଟ ରେଖାଟି ଥାଏ ତାହାକୁ ବିବାହ ରେଖା କୁହାଯାଏ । ଯଦି ଏହି ରେଖା ମଝିଆ ମଝି ଥାଏ ତେବେ ଆପଣଙ୍କ ବିବାହ 25 ବର୍ଷରୁ 30 ବର୍ଷ ଭିତରେ ବିବାହ ହୋଇଯିବ । ଯଦି ଏହି ରେଖା ଆପଣଙ୍କ ହୃଦୟ ରେଖା ପାଖରେ ଥାଏ ତେବେ ଆପଣଙ୍କ ବିବାହ ଶୀଘ୍ର ହେବାର ସମ୍ଭାବନା ରହିଥାଏ । 25 ବର୍ଷ ଭିତରେ ଆପଣଙ୍କ ବିବାହ ହୋଇଯାଇଥାଏ ।

ଯଦି ଏହି ରେଖା କାଣୀ ଆଙ୍ଗୁଠି ପାଖକୁ ଥାଏ ତେବେ ଆପଣଙ୍କ ବିବାହ ଡେରିରେ ହୋଇଥାଏ । ଯଦି ଆପଣଙ୍କ ମଣିବନ୍ଧ ରେଖା ଗୋଟିଏ ହେବ ସହ ସିଧା ଥାଏ ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଯଦି ଗୋଟିଏ ରୁ ଅଧିକ ରେଖା ଥାଏ ମଣିବନ୍ଧରେ ତେବେ ଆପଣଙ୍କୁ ବହୁତ ଅଧିକ ମାନ ସମ୍ମାନ ମିଳିବ । ହାତରେ m ରେଖା ଥିବା ଲୋକ କଠିନ ପରିଶ୍ରମ କରିଥାନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *