ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଯେଉଁ ବ୍ୟକ୍ତି ମଧ୍ୟରେ ଦେଖାଦିଏ ଏହି ୯ ଟି ସଂକେତ, ସେମାନେ କୌଣସି ସାଧାରଣ ମଣିଷ ନୁହଁନ୍ତି, ଥାଏ ଈଶ୍ବରୀୟ ଶକ୍ତି

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଏହି ସଂପୂର୍ଣ୍ଣ ବ୍ରହ୍ମାଣ୍ଡରେ ସର୍ବଶକ୍ତିମାନ ଇଶ୍ଵର ହିଁ ଅଟନ୍ତି । ତାଙ୍କ ଇଛା ବିନା ଗଛରେ ପତ୍ରଟିଏ ମଧ୍ୟ ହଲିପାରିନଥାଏ । ତେଣୁ ଏହି ଇଶ୍ଵରଙ୍କର ଅଲୌକିକ ଶକ୍ତି ସଦା ସର୍ବଦା କିଛି ଲୋକଙ୍କ ଠାରେ ଦେଖିବାକୁ ମିଳିଥାଏ । ଯେଉଁ ମାନଙ୍କର ପାଖରେ କିଛି ଏପରି ସଂକେତ ଦେଖିବାକୁ ମିଳିବ । ସେହି ବ୍ୟକ୍ତିଙ୍କର ଉପରେ ଭଗବାନଙ୍କର ପ୍ରତେକ୍ଷ ଭାବରେ ଅଶ୍ରୀବାଦ ରହିଥାଏ ।

ଏହି ବ୍ୟକ୍ତି ସାଧାରଣ ମଣିଷ ହୋଇନଥାନ୍ତି । ପ୍ରଥମେ ହେଉଛି ଯେଉଁ ବ୍ୟକ୍ତି ମାନଙ୍କ ଠାରେ କୌଣସି ପ୍ରକାର ହିଂସାତ୍ମକ ଭାବନା ରହିନଥାଏ । ଯେମିତି କାହାକୁ ଦେଖି ଈର୍ଷା କରିବା, ଅନ୍ୟର ନିନ୍ଦା କରିବା, ସବୁବେଳେ ଯେତେ ପାଇଲେ ମଧ୍ୟ ଅଧିକ ପାଇବାର କାମନା ରଖିବା । ଏହିସବୁ ଭାବନା ଜମାରୁ ନଥାଏ । ସେହି ବ୍ୟକ୍ତିଙ୍କୁ ଭଗବାନ ବହୁତ ଅଧିକ ଭଲ ପାଇଥାନ୍ତି ।

ସେମାନଙ୍କ ଉପରେ ସର୍ବଦା ନିଜର କୃପାଦ୍ରୁଷ୍ଟି ବଜାୟ ରଖିଥାନ୍ତି । ଦିତୀୟରେ ଯେଉଁ ବ୍ୟକ୍ତି ମାନଙ୍କୁ ସ୍ଵପ୍ନରେ ବାରମ୍ବାର ଭଗବାନଙ୍କର ଦର୍ଶନ ମିଳିଥାଏ । ସେହି ବ୍ୟକ୍ତି ମାନେ ଭଗବାନଙ୍କ ସହିତ ହୃଦୟରୁ ଯୋଡି ହୋଇ ରହିଥାନ୍ତି । ତୃତୀୟରେ ଯେଉଁ ବ୍ୟକ୍ତିଙ୍କର ଇଶ୍ଵରଙ୍କର ଉପରେ ସଂପୂର୍ଣ୍ଣ ଆସ୍ତା ଓ ଭରସା ରହିଥାଏ । ଏହା ସହିତ ବ୍ୟକ୍ତି ଯେତେ ମଧ୍ୟ କାର୍ଯ୍ୟ ବ୍ୟସ୍ତତା ଭିତରେ ରହିଥାଉ ।

ସେ ତା’ ର ବ୍ୟସ୍ତତା ମଧ୍ୟରୁ ଭଗବାନଙ୍କ ପାଇଁ ସମୟ କାଢି ଈଶ୍ବରୀୟ ଭାବନାରେ ଲୀନ ରହିଥାଏ । ସେହି ବ୍ୟକ୍ତି ମଧ୍ୟ ଭଗବାନଙ୍କର ପ୍ରିୟ ହୋଇଥାନ୍ତି । ଚତୁର୍ଥରେ ଯେଉଁ ବ୍ୟକ୍ତି ସମାଜରେ ନିଜର କର୍ମ କରିବା ସହ ଅନ୍ୟକୁ ସାହାଜ୍ଯ କରିବାର ମନଭାବ ରଖିଥାଏ । ସେହି ବ୍ୟକ୍ତି ଜୀବନରେ ବହୁତ ପୂଣ୍ୟ ଅର୍ଜନ କରିଥାଏ ।ପଞ୍ଚମରେ ଯେଉଁ ବ୍ୟକ୍ତି ମାନେ ଭବିଷ୍ୟତରେ ଘଟିବାକୁ ଯାଉଥିବା ଘଟଣାର ଅନୁମାନ ଲଗାଇଦେଇଥାଏ ।

ଏହି ବ୍ୟକ୍ତି କୌଣସି ସାଧାରଣ ମନୁଷ୍ୟ ହୋଇନଥାନ୍ତି । ଏମାନଙ୍କ ଉପରେ ଇଶ୍ଵରଙ୍କର ଆଶ୍ରୀବାଦ ରହିଥାଏ । ଷଷ୍ଠରେ ଯେଉଁ ବ୍ୟକ୍ତି ମାନେ ସର୍ବଦା ନିଜେ ସକାରାତ୍ମକ ଶକ୍ତିର ଆଭାସ ପାଇବା ସହ ଅନ୍ୟକୁ ସକାରାତ୍ମକ ଦିଗରେ ଚାଲିବା ପାଇଁ ପ୍ରୟାସ କରିଥାନ୍ତି । ସେମାନେ ମଧ୍ୟ ଇଶ୍ଵରଙ୍କର ବହୁତ ଖାସ୍ ହୋଇଥାନ୍ତି । ସପ୍ତମରେ ଯେଉଁ ବ୍ୟକ୍ତି ମାନଙ୍କର ସକାଳର ବ୍ରହ୍ମ ମୂହୁର୍ତ୍ତରେ ମନକୁ ମନ ସବୁବେଳେ ନିଦ ଭାଙ୍ଗିଯାଉଥାଏ ।

ତେବେ ସେହି ବ୍ୟକ୍ତିଙ୍କ ସହିତ ଭଗବାନଙ୍କର ଘନିଷ୍ଟ ସମ୍ପର୍କ ରହିଥାଏ । ଭଗବାନ ସେହି ବ୍ୟକ୍ତିକୁ କିଛି ଅଲୌକିକ ଶକ୍ତିର ଆଭାଷ କରାଇବା ପାଇଁ ଚାହିଁଥାନ୍ତି । ଅଷ୍ଟମରେ ଯେଉଁ ବ୍ୟକ୍ତିମାନଙ୍କର ଯେତେ ମଧ୍ୟ ଜୀବନରେ ସମସ୍ଯା ରହିଥିଲେ ସୁଦ୍ଧା ସେହି ବ୍ୟକ୍ତି ନିଜର ମନକୁ ଏକାଗ୍ରତାର ସହ ଭଗବାନଙ୍କର ନାମ ସଙ୍କୀର୍ତ୍ତନରେ ନିଜକୁ ବାନ୍ଧି ରଖିପାରିଥାଏ ।

ସେହି ବ୍ୟକ୍ତି ମାନେ ଈଶ୍ବରୀୟ ସନ୍ତାନ ହୋଇଥାନ୍ତି । ନବମରେ ସେମାନଙ୍କ ପାଖରେ ଈଶ୍ବରୀୟ ଶକ୍ତି ସର୍ବଦା ବିଦ୍ୟମାନ ହୋଇ ରହିଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *