ନଖ ଉପରେ ଥିବା ଅର୍ଦ୍ଧ ଚନ୍ଦ୍ରର ଅର୍ଥ କ’ ଣ ? ଜାଣନ୍ତୁ ରହସ୍ୟ 

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମଣିଷ ଶରୀରରେ ଥିବା କିଛି ଚିହ୍ନ ମଧ୍ୟ ଆମକୁ କିଛି ବିଶେଷ ସଂକେତ ଦେଇଥାନ୍ତି । ଶରୀରରେ ଅନେକ ପ୍ରକାର ଦାଗ ଓ ଚିହ୍ନ ଦେଖିବାକୁ ମିଳିଥାଏ। ଯାହା ଆମକୁ କିଛି ଭଲ ସଂକେତ ଦେଉଥିବା ବେଳେ କିଛି ଅଶୁଭ ସଂକେତ ଦେଇଥାନ୍ତି । ହାତର ନଖରେ ଏପରି କିଛି ଚିହ୍ନ  ରହିଥାଏ । ଯାହା ଆମକୁ କିଛି ସୂଚିତ କରାଇଥାନ୍ତି । ଯେପରି ଆମ ହାତର ନଖରେ ଅର୍ଦ୍ଧ ଚନ୍ଦ୍ର ଆକୃତିର ଏକ ଚିହ୍ନ ଥାଏ । ଏହି ଚିହ୍ନ ଆମକୁ ଦେଉଥିବା ସୂଚନା ବିଷୟରେ ଆପଣମାନେ ସବିଶେଷ ଜାଣିବାକୁ ପାଇବେ ।

ଯେଉଁ ବ୍ୟକ୍ତିମାନଙ୍କର ନଖ ଉପରେ ଧଳା ରଙ୍ଗର ଅର୍ଦ୍ଧ ଚନ୍ଦ୍ର ଆକୃତିର ଚିହ୍ନ ରହିଥାଏ । ସେହି ବ୍ୟକ୍ତିମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ସବୁ ବ୍ୟକ୍ତିଙ୍କ ହାତର ଆଙ୍ଗୁଳୀର ନଖ ଉପରେ ଏହି ଚିହ୍ନ ଦେଖିବାକୁ ମିଳିନଥାଏ । ଏହି ଅର୍ଦ୍ଧ ଚନ୍ଦ୍ର ଆକୃତିର ଚିହ୍ନ ଯେଉଁ ବ୍ୟକ୍ତି ମାନଙ୍କର ହୋଇଥାଏ । ସେହି ବ୍ୟକ୍ତିମାନେ ନିଜର ସଂପୂର୍ଣ୍ଣ ଜୀବନ କାଳ ଖୁସିରେ ବିତେଇଥାନ୍ତି ।

ଏହି ଲୋକମାନେ ବହୁତ କଠିନ ପରିଶ୍ରମ କରିଥାନ୍ତି । ଯେଉଁ କାରଣରୁ ଭଗବାନ ତାଙ୍କ ପରିଶ୍ରମର ମୂଲ୍ୟ ମଧ୍ୟ ତାଙ୍କୁ ଦେଇଥାନ୍ତି । କାରଣ ବିନା ପରିଶ୍ରମରେ କେବେ ମଧ୍ୟ କେହି ସଫଳତାର ସ୍ଵାଦ ଚାଖିନଥାନ୍ତି । ନଖରେ ଏପରି ଚିହ୍ନ ଥିବା ଲୋକଙ୍କୁ ବହୁତ ଭଲ ଜୀବନସାଥିଟି ମିଳିଥାଏ । ଦୁହିଁଙ୍କ ଦାମ୍ପତ୍ୟ ଜୀବନ ଅତ୍ୟନ୍ତ ମଧୁର ହୋଇଥାଏ ।

ଅର୍ଦ୍ଧ ଚନ୍ଦ୍ରମା ଆକୃତି ନଖ ଉପରେ ଥିବା ଲୋକମାନେ କର୍ମଠ ହୋଇଥିବା କାରଣରୁ ସେମାନେ ଯେଉଁ କାର୍ଯ୍ୟ କରିବାକୁ ମନସ୍ଥ କରିଥାନ୍ତି । ସେହି କାର୍ଯ୍ୟକୁ ସୂଚାରୁ ରୂପରେ ସଫଳ କରିବା ପାଇଁ ଅନେକ ପରିଶ୍ରମ କରିଥାନ୍ତି । ସେହି ଭାଗ୍ୟଶାଳୀ ଲୋକମାନେ ନିଜ ଜୀବନରେ ବହୁତ ଉନ୍ନତି କରିବାର ପ୍ରାୟତଃ ଦେଖିବାକୁ ମିଳିଥାଏ । ଅନେକ କ୍ଷେତ୍ରରେ ଏପରି ଲୋକ ନିଜ ଦେଶ ପ୍ରତି ବହୁତ ସୁନାମ ଅର୍ଜନ କରିଥାନ୍ତି ।

ଏହି ବ୍ୟକ୍ତିମାନେ ଦେଶ ପାଇଁ ଅନେକ ଗୌରବ ଓ କ୍ଷାତି ଆଣିଦେଇଥାନ୍ତି । ତାଙ୍କର ନିଷ୍ଟା ଓ ସଚୋଟପଣ ଗୁଣ କାରଣରୁ ଏମାନେ କେଉଁ ସ୍ଥାନରେ ଅପଦସ୍ତ ହୁଅନ୍ତି ନାହିଁ । ସମସ୍ତ ଏହି ଲୋକଙ୍କ କାର୍ଯ୍ୟରେ ମୁଗ୍ଧ ହୋଇ ତାଙ୍କରି ପ୍ରଶଂସା କରିବାରେ ଲାଗିଯାଇଥାନ୍ତି । ଯେଉଁ ଲୋକଙ୍କର ମଧ୍ୟ ହାତର ଆଙ୍ଗୁଳୀରେ ଧଳା ରଙ୍ଗର ଅର୍ଦ୍ଧ ଚନ୍ଦ୍ରମା ଆକୃତି ହୋଇଥାଏ । ସେମାନେ ବହୁତ ହିଁ ଖାସ୍ ହୋଇଥାନ୍ତି ।

ଏମାନେ ନିଜର ସଫଳତା ଯୋଗୁ ସମସ୍ତଙ୍କର ପ୍ରିୟର ପାତ୍ର ହୋଇପାରନ୍ତି । ଏମାନେ ସବୁବେଳେ କିଛି ନୂଆ ନୂଆ କରିବାର ଇଚ୍ଛା ପ୍ରକାଶ କରିଥାନ୍ତି । ଯେତେବେଳେ କୌଣସି ଭଲ ସୁଯୋଗ ଏମାନଙ୍କ ହାତକୁ ଚାଲି ଆସିଥାଏ । ସେମାନେ କେବେ ମଧ୍ୟ ସୁଯୋଗକୁ ହାତ ଛଡା କରିନଥାନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍ କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *