ନବରାତ୍ରିର କୌଣସି ବି ଗୋଟିଏ ଦିନରେ ଏହି ଗଛକୁ ଛୁଇଁ ଦିଅନ୍ତୁ, ଜୀବନରୁ ସବୁ ଦିନ ପାଇଁ ଦୂର ହୋଇଯାଏ ଦରିଦ୍ରତା, ଆସେ ସୁଖର ଦିନ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସବୁଆଡେ ମା ଦୂର୍ଗାଙ୍କର ଆଗମନର ପୂଜା ପ୍ରସ୍ତୁତିର ସରଗରମ ଦେଖିବା ପାଇଁ ମିଳୁଛି । ନବରାତ୍ରିର ପୂଜା ମଧ୍ୟ ମନ୍ଦିର ମାନଙ୍କରେ ନିଷ୍ଟାର ସହ ପାଳନ ହେଉଛି । ଏହି ନବରାତ୍ରିର ପବିତ୍ର ଅବସରରେ ଏପରି କିଛି ବୃକ୍ଷ ଅଛନ୍ତି । ଯାହାକୁ ଛୁଇଁବା ମାତ୍ରେ ଆପଣଙ୍କ ଜୀବନର ସମସ୍ତ ଦୁଃଖ କ୍ଷୟ ହୋଇଥାଏ । ନବରାତ୍ରିକୁ ମଧ୍ୟ ଶକ୍ତିର ପର୍ବ କୁହାଯାଇଥାଏ । ଏପରି କେତେକ ଦେବୀ ବୃକ୍ଷ ଅଛି । ଯେଉଁ ବୃକ୍ଷରେ ମା ପାର୍ବତୀଙ୍କର ଶୁଭ ଦ୍ରୁଷ୍ଟି ରହିଅଛି ।

ପ୍ରଥମେ ହେଉଛି ବେଲ ବୃକ୍ଷ । ଏହି ଗଛ ମା ପାର୍ବତୀଙ୍କ ଝାଳରୁ ସୃଷ୍ଟି ହୋଇଛି ବୋଲି ଶାସ୍ତ୍ରରେ ମାନ୍ୟତା ରହିଅଛି । ଏହି ବୃକ୍ଷରେ ଭଗବାନ ତ୍ରିଦେବଙ୍କ ସହିତ ମା ପାର୍ବତୀ ମଧ୍ୟ ବାସ କରିଥାନ୍ତି । ନବରାତ୍ରି ସମୟ ଅବଧି ମଧ୍ୟରେ ଶିବ ମନ୍ଦିର ପାଖରେ ଥିବା ବେଲ ଗଛ କିମ୍ବା ଦୂର୍ଗା ମନ୍ଦିର ପାଖରେ ରହିଥିବା ବେଲ ଗଛ ପାଖରେ ଘିଅର ଦୀପ ଜାଳିବା ଦ୍ଵାରା ମଙ୍ଗଳ ହୋଇଥାଏ ।

ଏପରି କରିବା ଦ୍ଵାରା ବ୍ୟକ୍ତିର ସମସ୍ତ ମନବାଞ୍ଛା ପୂରଣ ହୋଇଥାଏ । ବ୍ଯକ୍ତିର ଥିବା ଆର୍ଥିକ ସମସ୍ଯା ଦୂର ହୋଇଥାଏ ।ନବରାତ୍ରି ସମୟରେ ଉପବାସ କରିଥିବା ବ୍ୟକ୍ତି ଯଦି ବେଲ ଗଛ ପାଖକୁ ଯାଇ ୭ ଥର ଗଛକୁ ଛୁଇଁ ମା ଦୂର୍ଗାଙ୍କର ଆରାଧନା କରିବ । ତେବେ ନିହାତି ଭାବରେ ବ୍ଯକ୍ତିର ସମସ୍ତ ଥକାପଣ ଦୂର ହୋଇଥାଏ ।

ବେଳ ଗଛ ମୂଳରେ ଯଦି କ୍ଷୀର ଅର୍ପଣ କରନ୍ତି । ତେବେ ସମସ୍ତ ପ୍ରକାର ରୋଗ ବ୍ୟାଧି ଶରୀରରୁ ଦୂରରେ ରହିଥାଏ । ଦିତୀୟ ଦେବୀ ବୃକ୍ଷ ହେଉଛି ଶମୀବୃକ୍ଷ। ଏହି ବୃକ୍ଷରେ ମା ଜଗଦମ୍ବା ବିରାଜମାନ ଥାଆନ୍ତି । ସନ୍ଧ୍ୟା ସମୟରେ ଶମୀ ଗଛ ପାଖରେ ଯଦି ଆପଣ ଧୂପ ଦୀପ ଅର୍ପଣ କରି ପୂଜା ଅର୍ଚନା କରିଥାନ୍ତି । ତେବେ ଆପଣଙ୍କର ଜୀବନର ଦୁଃଖ ମା ଜଗଦମ୍ବା ହରଣ କରିଥାନ୍ତି ।

ଯେଉଁ ବ୍ୟକ୍ତି ନବରାତ୍ରି ସମୟରେ ନିଜର ମନସ୍କାମନା ମନରେ ଧାରଣ କରି ନାଲି ଚୁଡି କପଡାରେ ବାନ୍ଧି ଗଛରେ ବାନ୍ଧିଥାଏ । ତେବେ ସେହି ବ୍ଯକ୍ତିର ବହୁତ ଶୀଘ୍ର ମନବାଞ୍ଛା ପୂରଣ ହୋଇଥାଏ । ଏପରି ମହିଳା ମାନେ କରିବା ଦ୍ଵାରା ତାଙ୍କ ସ୍ବାମୀର ଅନେକ ମଙ୍ଗଳ ହୋଇଥାଏ । ଘରେ କୌଣସି ବ୍ୟକ୍ତିଙ୍କର ସ୍ଵାସ୍ଥ ଅବସ୍ତା ପ୍ରାୟ ସମୟରେ ଖରାପ ରହୁଥିଲେ ।

ସେହି ବ୍ୟକ୍ତି ଉପରେ ୭ ଥର ସିନ୍ଦୁର ବୁଲାଇ ସେହି ବ୍ୟକ୍ତି ସ୍ଵାସ୍ଥର ମଙ୍ଗଳ କାମନା କରି ଶମୀ ଗଛର ମୂଳରେ ସିନ୍ଦୁର ଦେଲେ । ବ୍ୟକ୍ତି ଆରୋଗ୍ୟ ହୋଇଥାଏ । ତୃତୀୟରେ ପାରିଜାତ ଗଛକୁ ମା ଲକ୍ଷ୍ମୀଙ୍କର ପ୍ରତୀକ ରୁପେ ବିବେଚନା କରାଯାଇଥାଏ । ନବରାତ୍ରି ସମୟରେ ପାରିଜାତ ଗଛ ପାଖରେ ସିନ୍ଦୁର ଦେଇ ଦୀପ ଜାଳି ପୂଜା କରନ୍ତୁ । ଗଛକୁ ଛୁଇଁ ପ୍ରଣାମ କରନ୍ତୁ । ଆପଣଙ୍କର ଘର ସୁଖ ସମୃଦ୍ଧିରେ ଭରିଯିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି କରନ୍ତୁ ।ଧନ୍ୟବାଦ

Leave a Reply

Your email address will not be published. Required fields are marked *