ବିନା ମାରି ମୁଶାଙ୍କୁ ଘରୁ ବାହାର କରିବାର ଏମିତି ଉପାୟ, ଯେମିତି ମୂଷା ଆପଣଙ୍କ ଘରେ ଆଉ କେବେ ବି ପଶିବେ ନାହିଁ

ନମସ୍କାର ବନ୍ଧୁଗଣ । ମୂଷା ଏକ ଏପରି ଯିବ ଯେ ଯେଉଁଠି ରହେ ସେ ସ୍ଥାନ କୁ କାଟି କୁଟି ଧ୍ଵଂସ କରି ଦେଇଥାଏ । ସେଥିପାଇଁ ସମସ୍ତେ ଘରେ ମୂଷା କୁ ଦେଖି ଭୟଭୀତ ମଧ୍ୟ ହୋଇ ଯାଇଥାନ୍ତି । ତାହାଛଡା ବନ୍ଧୁଗଣ ମୂଷା କାମୁଡିବା ଦ୍ବାରା ପ୍ଲେଗ୍ ରୋଗ ମଧ୍ୟ ହେଇଥାଏ । କିନ୍ତୁ ମୂଷା ପ୍ରଭୁ ଶ୍ରୀ ଗଣେଶ ଙ୍କର ବାହନ ହୋଇଥିବାରୁ ଏମାନଙ୍କୁ ମାରିବା ପାଇଁ ମଧ୍ୟ ହାତ ଯାଇ ନଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏକ ଏପରି ଉପାୟ ଯାହା ସାହାର୍ଯ୍ୟ ରେ ଆପଣ ମୂଷା ମାନଙ୍କୁ ନ ମାରି ଘରୁ ବାହାର କରି ପାରିବେ ।

ବନ୍ଧୁଗଣ ଘରେ ମୂଷା ଅଧିକ ହେଲେ ଏମାନେ ଖୁବ୍ ଅଧିକ ଉପଦ୍ରବ କରିଥାନ୍ତି । ରୋଷେଇ ଘରୁ ଆରମ୍ଭ କରି ଘରେ ଥିବା ଲୁଗା ପଟା କାଗଜ ପତ୍ର ସବୁକିଛି କାଟି ଧ୍ଵଂସ କରି ଦେଇଥାନ୍ତି । ବେଳେ ବେଳେ ଘରର କିଛି ଦରକାରୀ କାଗଜ ପତ୍ର ମଧ୍ଯ କାଟି ଦେଇଥାନ୍ତି । ଏହି କାରଣରୁ କିଛି ଲୋକ ଘରେ ମୂଷା ମରା ଔଷଧ ମଧ୍ୟ ଆଣି ଦେଇଥାନ୍ତି ।

କିନ୍ତୁ ବନ୍ଧୁଗଣ ଆମ ହିନ୍ଦୁ ଧର୍ମ ଅନୁସାରେ ଭଗବାନ ଶ୍ରୀ ଗଣେଶ ହେଉଛନ୍ତି ଅଷ୍ଟ ସିଦ୍ଧି ଦାତା । ଭଗବାନ ଶ୍ରୀ ଗଣେଶ ଙ୍କର ଆଶୀର୍ବାଦ ହେଲେ ମଣିଷ ତା ଜୀବନରେ ରାତା ରାତି ରଙ୍କ ରୁ ରାଜା ହୋଇ ଯାଇଥାଏ । ଗଣେଶ ଙ୍କ ବାହନ ହେଉଛି ମୂଷା । ଏପରି ରେ ମୂଷା କୁ କୌଣସି ବିଷାକ୍ତ ଔଷଧ ଦେଇ ମାରିବା ଶାସ୍ତ୍ର ଅନୁସାରେ ଉଚିତ ହୋଇ ନ ଥାଏ ।

ତାହାଛଡା ମନ ରେ ଦୟା ମଧ୍ୟ ଆସିଥାଏ କି କିପାରିଉ ଏକ ଜୀବ କୁ ଆମମେ ଏପରେଇ ବିଷ ଦେଇ ମାରି ଦେବୁ । ବନ୍ଧୁଗଣ ଏପରି ରେ ଆପଣ ଆଜିର ଉପାୟ ସାହାର୍ଯ୍ୟ ରେ ମୂଷା ଙ୍କୁ ନ ମାରି ହିଁ ଘରୁ ବାହାର କରି ଦେଇ ପାରିବେ । ଏହା ଏପାଇଁ ଆପଣ ଏନକେଆର ଆବଶ୍ୟକ ପଡିବ ଏକ ତମ୍ବାକୁ ର । ଆପଣ ଏକ ତମ୍ବାକୁ ପ୍ଯାକେଟ କୁ ବଜାର ରୁ କିଣି ଆଣି ଏକ ତାଟିଆ ରେ ଢାଳି ନେଇ ନିଜନ୍ତୁ ଏହା ପରେ ସେଥିରେ ଦେଶୀ ଗୁଆ ଘିଅ 2 ଚାମଚ ନେଇ ଭଲ ବହବରେ ଗୋଳାଇ ଦିଅନ୍ତୁ ।

ଏହା ପରେ ସେଥିରେ ଏକ ଚାମଚ ବା ଦୁଇ ଚାମଚ ବେସନ ଦେଇ କିଛି ପାଣି ଓ ପୁଣି କିଛି ଘିଅ ଦେଇ ଭଲ ଭାବରେ ଗୋଳାଇ ଏକ ଗୋଳା ପ୍ରସ୍ତୁତ କରି ନିଅନ୍ତୁ । ମୂଷା ମାନଙ୍କୁ ବେସନ କ୍ଷ୍ଗାଇବାକୁ ଖୁବ ପସନ୍ଦ ଆସିଥାଏ । ଏହାସହ ଘିଅ ମଧ୍ୟ ଏପରି ରେ ସେମାନେ ଘିଅ ର ବାସ୍ନା ରେ ଆକର୍ଷିତ ହୋଇ ସେଠାକୁ ଟାଣି ହୋଇ ଆସିବେ, ଓ ସେହି ତମ୍ବାକୁ, ଘିଅ ଓ ବେସନ ରେ ପ୍ରସ୍ତୁତ ଗୋଳା ଗୁଡିକୁ ଖାଇବା ଦ୍ଵାରା ସେମାନଙ୍କର ମୁଣ୍ଡ ଘୁରିବାକୁ ଲାଗେ, ଓ ସେ,।

ଏହି ଗୋଳା କୁ ପ୍ରସ୍ତୁତ କରି ଏହାକୁ ଛୋଟ ଛୋଟ କରି କାଟି ମୂଷା ମାନଙ୍କର ଯାତାୟାତ ର ରାସ୍ତା ରେ ଥୋଇ ଦିଅନ୍ତୁ । ଏହା ପରେ ଘରେ ଓ ବାଥରୁମ ରେ ଥିବା ସମସ୍ତ ପାଣି ଥିବା ପାତ୍ର କୁ ଭଲ ଭାବରେ ଘୋଡାଇ ଦିଅନ୍ତୁ ।

ମୂଷା ମାନେ ତମବାକୁ ମିଶ୍ରିତ ସେହି ବେସନ ଗୋଳା ଗୁଡିକୁ ଖାଇ ଯେତେବେଳେ ପାଣି ଖୋଜିବେ ଓ ପାଣି ନ ପାଇବେ, ସେତେବେଳେ ସେମାନେ ଆପଣଙ୍କ ଘରୁ ବାହାରି ଖୁବ ଦୂର କୁ ପଳାଇବେ । ତେବେ ବନ୍ଧୁଗଣ ଆପଣ ମାନେ ଏହି ଉପାୟ ଟିକୁ ନିଜ ଘରେ ପ୍ରୟୋଗ କରି ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ କୁହନ୍ତୁ କି ଆପଣଙ୍କୁ ଏହା କିପରି ଲାଗିଲା । ଧନ୍ୟବାଦ

Leave a Reply

Your email address will not be published. Required fields are marked *