Astrology- ମେଷ ରାଶି ଗୁପ୍ତ ରହସ୍ୟ ! ମେଷ ରାଶି ବ୍ୟକ୍ତିମାନେ ନିଶ୍ଚୟ ଦେଖନ୍ତୁ…

ନମସ୍କାର ବନ୍ଧୁଗଣ । ସୁଚନା ଅନୁସାରେ ଆଜି ଆପଣମାନେ ମେଷ ରାଶି ବିଷୟରେ ସବିଶେଷ ଜାଣିବାକୁ ପାଇବେ । ମେଷ ରାଶିର ଲୋକମାନେ ଅଶ୍ଵିନୀ, କୃତିକା ଓ ଦ୍ଵିଜା ନକ୍ଷତ୍ରରେ ଜନ୍ମ ଗ୍ରହଣ କରିଥାନ୍ତି । ଏହି ରାଶିର ଲୋକମାନଙ୍କର ନାମର ପ୍ରଥମ ଅକ୍ଷର ଚେ, ଚୁ, ଚା, ଲି, ଲୋ, ଡ ଓ ଅ ଏହି ସବୁ ଅକ୍ଷରରୁ ପ୍ରାୟତଃ ଆରମ୍ଭ ହୋଇଥାଏ । ଏମାନେ କର୍ମ ପ୍ରିୟ ହୋଇଥାନ୍ତି । ଭ୍ରମଣ କରିବାରେ ଏମାନଙ୍କର ରୁଚି ରହିଥାଏ ।

ଏହି ରାଶିର ଲୋକମାନଙ୍କର ମନ ବହୁତ ଅସ୍ଥିର ହୋଇଥାଏ । ଏହି ଲୋକମାନେ କୌଣସି ପରିସ୍ଥିତିରେ ପଛ ଘୁଞ୍ଚା ଦେଇନଥାନ୍ତି । ସବୁ କାର୍ଯ୍ୟକୁ ସଠିକ ରୂପରେ କରିବାର ସକ୍ଷମତା ଏମାନଙ୍କ ପାଖରେ ଅଛି । ଏହି ରାଶି ଅଧିପତି ଗ୍ରହ ହେଉଛନ୍ତି ମଙ୍ଗଳ । ମେଷ ରାଶିର ବ୍ୟକ୍ତି ବିଶେଷମାନେ ଅଧିକ ଭାବପ୍ରବଣ ସ୍ଵଭାବର ହୋଇଥାନ୍ତି । ନିଜର କର୍ମ ଉପରେ ଏମାନେ ବିଶ୍ବାସ ରଖିଥାନ୍ତି ।

ଏହି ରାଶିର ଲୋକମାନଙ୍କ ପାଖରେ ଯକୃତ ରୋଗ, ଆଣ୍ଠୁ ଗଣ୍ଠି ଓ ରକ୍ତ ହୀନତା ଭଳି ରୋଗ ଦେଖା ଯାଇଥାଏ । ଅନ୍ୟକୁ ସାହାଜ୍ଯ କରିବାରେ ଆପଣମାନେ ମାହିର ହୋଇଥାନ୍ତି । ସାମାଜିକ କାର୍ଯ୍ୟ ପ୍ରତି ଆଗ୍ରହ ରଖିଥାନ୍ତି । ଶତ୍ରୁକୁ ପରାସ୍ତ କରିବାରେ ଆପଣ ଧୁରନ୍ଧର ବ୍ୟକ୍ତି ଅଟନ୍ତି । ସମୟାନୁବର୍ତ୍ତିତା ଓ ଶୃଙ୍ଖଳିତ ଜୀବନ ବିତେଇବାରେ ଆପଣ ଭଲ ପାଇଥାନ୍ତି । ଆପଣ ଯେତେ କର୍ମ କଲେ ମଧ୍ୟ ସେଥିରେ ସନ୍ତୁଷ୍ଟ ନହୋଇ ଆହୁରି କାର୍ଯ୍ୟ କରିବାକୁ ଆଗ୍ରହୀ ହୋଇଥାନ୍ତି ।

ଭାଇ ମାନଙ୍କ ସହିତ ପ୍ରାୟତଃ ସମ୍ପର୍କ ଏତେ ଭଲ ରହିନଥାଏ । ମନରେ ବେଳେବେଳେ ଅଂହ ଭାବନା ଆଣିବା ଯୋଗୁ ଆପଣ ଅନେକଙ୍କ ସହିତ ବିବାଦ କରିଥାନ୍ତି । ଛୋଟ ଛୋଟ କଥାରେ ଶୀଘ୍ର ରାଗିଯାଇଥାନ୍ତି । ଏହି ରାଶିର ଦାମ୍ପତ୍ୟ ଜୀବନ ବହୁତ ଭଲ ରହିଥାଏ । କିନ୍ତୁ ବେଳେ କୌଣସି କଥାକୁ ନେଇ ପୁରୁଷ କିମ୍ବା ମହିଳାମାନେ ସନ୍ଦେହୀ ଭାବନାର ହୋଇଯାଇଥାନ୍ତି । ଏମାନେ ବହୁତ ରୋମାଣ୍ଟିକ ପ୍ରକୃତିର ହୋଇଥାନ୍ତି ।

ପାରିବାରିକ ସ୍ଥିତିରେ ସେମାନେ ବାପାମାଆଙ୍କୁ ଅତ୍ୟନ୍ତ ଭକ୍ତି କରିଥାନ୍ତି । ଭାଇ ଭଉଣୀ ସହିତ ବହୁତ ସମୟରେ ଦ୍ଵନ୍ଦ ଲାଗିରୁହେ । ସାଙ୍ଗସାଥିଙ୍କ ସହିତ ମଧୁର ସମ୍ପର୍କ ରହିଥାଏ । ଯାହାକୁ ଥରେ ସାଙ୍ଗ ଭାବିନେଇଥାନ୍ତି । ସାଙ୍ଗ ପାଇଁ କିଛି ମଧ୍ୟ କରିବାକୁ ପ୍ରସ୍ତୁତ ହୋଇଯାଇଥାନ୍ତି । ଆପଣ ବନ୍ଧୁ ମାନଙ୍କ ସାଥିରେ ଭଲ ସମ୍ପର୍କ ରଖିଥିବାରୁ ସେମାନେ ମଧ୍ୟ ଆପଣଙ୍କ ସାଥିରେ ଭଲ ସମ୍ପର୍କ ରଖିଥାନ୍ତି ।

ଆପଣଙ୍କର ରାଜନୀତିରେ ବହୁତ ଆଗ୍ରହ ରହିଥାଏ । ଆର୍ଥିକ ସ୍ଥିତି ଅନୁସାରେ ଆପଣମାନେ ଯେତେ ରୋଜଗାର କଲେ ମଧ୍ୟ ଧନୀ ହେବାର ସମ୍ଭାବନା ବହୁତ ଅଳ୍ପ ଦେଖିବାକୁ ମିଳିଥାଏ । ନିଜର ଆୟ ଅପେକ୍ଷା ବେୟ ଅଧିକ ପରିମାଣରେ କରିଥାନ୍ତି । ସାହାଜ୍ଯ ଦୃଷ୍ଟିରୁ ଆପଣମାନେ ବହୁତ ଭଲ ସ୍ଥାନରେ ରହିଥାନ୍ତି । ମାନବ ସେବାକୁ ଆପଣ ମାଧବ ସେବା ରୂପେ ଅଭିହିତ କରିଥାନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *