ମୟୂର ପର ଘରେ କେଉଁଠି ରଖିଲେ ଦଶ ଗୁଣା ବଢିଥାଏ ଧନ- Ajira Anuchinta

ବନ୍ଧୁଗଣ ବର୍ତ୍ତମାନର ଏହି ମହଙ୍ଗା ଦୁନିଆରେ ଧନ ମଣିଷ ପାଇଁ ଭଗବାନ ପାଲଟି ଯାଇଛି । କାରଣ ବର୍ତ୍ତମାନ ଦୁନିଆରେ ଥିବା ସମସ୍ତ ମଣିଷ ଏକ ସୁଖ ଓ ସମୃଦ୍ଧିମୟ ଜୀବନ ଅତିବାହିତ କରିବା ପାଇଁ ଇଛା କରୁଛନ୍ତି ।

ସେଥିପାଇଁ ମଣିଷ ଦିନ ରାତି କଷ୍ଟ କରୁଛନ୍ତି କାରଣ ଏହି ଜୀବନକୁ ବଞ୍ଚିବାକୁ ହେଲେ ଧନର ବହୁତ ଆବଶ୍ୟକତା ରହିଛି । ଏହି ଦୁନିଆରେ ଏପରି କିଛି ଲୋକ ଅଛନ୍ତି ଯେଉଁ ମାନଙ୍କୁ କମ କଷ୍ଟରେ ଅଧିକ ଫଳ ମିଳିଥାଏ ।

ଅନ୍ୟ ପକ୍ଷରେ ଏପରି ମଧ୍ୟ କିଛି ଲୋକ ଅଛନ୍ତି ଯେଉଁ ମାନେ ଯେତେ କଷ୍ଟ କରିଲେ ମଧ୍ୟ ସେମାନଙ୍କୁ ସବୁବେଳେ ଧନର ଅଭାବ ଦେଖାଦେଇଥାଏ । କିନ୍ତୁ ବନ୍ଧୁଗଣ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ କାରଣ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାକୁ କରି ଆପଣ ମାନେ ପ୍ରଚୁର ଧନଲାଭ କରିପାରିବେ । ବନ୍ଧୁଗଣ ଏହି ଉପାୟକୁ କରିବା ପାଇଁ ଆପଣ ମାନଙ୍କୁ କେବଳ ତିନୋଟି ମୟୂର ପଙ୍ଖର ଆବଶ୍ୟକତା ରହିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।

ବନ୍ଧୁଗଣ ମୟୂର ପଙ୍ଖ ଏକ ଶକ୍ତିଶାଳୀ ଜନ୍ତ୍ର ଅଟେ ଯାହା ତନ୍ତ୍ର ବିଦ୍ୟାରେ ବହୁତ କାମରେ ଆସିଥାଏ । ପ୍ରାଚୀନ କାଳରୁ ଏହି ମୟୂର ପଙ୍ଖର ବ୍ୟବହାର କରାଯାଉଛି । ଏହା ସହିତ ଶାସ୍ତ୍ର ଓ ଜ୍ୟୋତିଷ୍ୟରେ ଏହାର ବହୁତ ମାନ୍ୟତା ରହିଛି । ଭଗବାନ ଶ୍ରୀ କୃଷ୍ଣ ନିଜ ମସ୍ତକରେ ଏହି ମୟୂର ପଙ୍ଖକୁ ଧାରଣ କରିଥାନ୍ତି । ଏହା ସହିତ ମାତା ଲକ୍ଷ୍ମୀଙ୍କର ମଧ୍ୟ ଏହି ପଙ୍ଖ ବହୁତ ପ୍ରିୟ ହୋଇଥାଏ ।

 

ଯଦି ବନ୍ଧୁଗଣ ଆପଣଙ୍କ ଘରେ ସବୁବେଳେ କଳହ ବା ବିଶୃଙ୍ଖଳା ଲାଗି ରହୁଛି ଓ ଆପଣ ନିଜର କୌଣସି କାର୍ଯ୍ୟରେ ସଫଳତା ପାଇପାରୁ ନାହାନ୍ତି ତା ହେଲେ ଆପଣ ସନ୍ଧ୍ଯା ସମୟ ଆଳତି ପରେ ଏହି ମୟୂର ପଙ୍ଖକୁ ଜୋର ଜୋର ସେ ହଲାନ୍ତୁ । ଏହା ଆପଣ ସବୁଦିନ କରନ୍ତୁ ଦେଖିବେ ଆପଣଙ୍କ ଘରେ ଥିବା ସମସ୍ତ ନକରାତ୍ମକ ଶକ୍ତି ଦୂର ହୋଇଯିବ ଯାହାଫଳରେ ଆପଣଙ୍କର ଜୀବନରେ ହେଉଥିବା ସମସ୍ତ ସମସ୍ଯା ଦୂର ହୋଇଯିବ ।

ବନ୍ଧୁଗଣ କୌଣସି ଏକ ଶୁଭ ଦିନରେ ଆପଣ ଏକ ମୟୂର ପଙ୍ଖକୁ ନିଜ ଘରର ଏମିତି ଏକ ସ୍ଥାନରେ ରଖନ୍ତୁ ଯାହାଦ୍ୱାରା ମୟୂର ପଙ୍ଖକୁ ସମସ୍ତେ ଦେଖିପାରିବେ । ଏହା କରିବା ଦ୍ଵାରା ଘରକୁ ଆସୁଥିବା ସମସ୍ତ ଖରାପ ଦ୍ରୁଷ୍ଟି ଦୂର ହୋଇଥାଏ । ଏହି ଉପାୟ କରିବା ଦ୍ଵାରା ଆପଣଙ୍କ ଜୀବନରେ ସୁଖ ସମୃଦ୍ଧିର ବୃଦ୍ଧି ହୋଇଥାଏ ।

ବିଦ୍ୟାର୍ଥୀ ମାନେ ନିଜ ବହି ମଧ୍ୟରେ ଏହି ମୟୂର ପଙ୍ଖକୁ ରଖିଲେ ସେ ପରୀକ୍ଷାରେ ସଫଳତା ପାଇବେ । ତେଣୁ ବିଦ୍ୟାର୍ଥୀ ମାନଙ୍କୁ ଏହି ଉପାୟ କରିବା ନିହାତି ଆବଶ୍ୟକ । ଏହା ସହିତ ବନ୍ଧୁଗଣ ଘରର ସମସ୍ତ ରୁମରେ ଗୋଟେ ଗୋଟେ ମୟୂର ପଙ୍ଖ ରଖିଲେ ଘରର ବାସ୍ତୁଦୋଷ ଦୂର ହୋଇଥାଏ । ତା ହେଲେ ବନ୍ଧୁଗଣ ମୟୂର ପଙ୍ଖ ସହ ଜଡିତ ଏହି ସବୁ ଉପାୟକୁ କରନ୍ତୁ ଓ ନିଜ ଜୀବନରେ ସୁଖ ସମୃଦ୍ଧି ପାନ୍ତୁ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *