Motivational Speech;- ମାତ୍ର କିଛି ସମୟ ମଧ୍ୟରେ ହୋଇଯାଆନ୍ତୁ ଚିନ୍ତାରୁ ମୁକ୍ତି ! ସବୁବେଳେ ଖୁସିରେ ରହିବା ପାଇଁ ଜାଣନ୍ତୁ ଏହି ମନ୍ତ୍ର !

ନମସ୍କାର ବନ୍ଧୁଗଣ, ମଣିଷ ଜୀବନକୁ ଚିନ୍ତା ବିଷାଦ ବନାଇ ଦେଇଥାଏ । ଅଯଥା ଚିନ୍ତା ବେଳେବେକେ ଆମ ଦୁଃଖର କାରଣ ବନିଯାଏ । ମଣିଷକୁ ଜଣାନଥାଏ କେଉଁ ଚିନ୍ତା କରିବା ଦରକାର ଏବଂ କେଉଁ ଚିନ୍ତା କରିବା ଅନୁଚିତ । ସର୍ବପ୍ରଥମେ ଆପଣଙ୍କୁ ଏହା ସମ୍ପର୍କରେ ଜାଣିବା ଉଚିତ ନୁହେଁ । ନଚେତ ଅଯଥା ଚିନ୍ତା ଆପଣଙ୍କ ଆଖିର ଲୁହ ପାଲଟିବା ସହ ଦୁଃଖ ଏବଂ ଯନ୍ତ୍ରଣାର କାରଣ ହୋଇଯାଏ । ତେବେ ଆସନ୍ତୁ ଜାଣିବା କିଭଳି ଭାବରେ ଆପଣ ନେଇଥିବା ଚିନ୍ତା ତଥା ଷ୍ଟ୍ରେସରୁ ଆପଣ ଦୂରେଇ ରହିବ । 30 ସେକେଣ୍ଡରେ ନିଜ ଷ୍ଟ୍ରେସକୁ ନିୟନ୍ତ୍ରଣ କରିବା ଶିଖନ୍ତୁ ।

ଯେଉଁ ସମସ୍ୟା ଉପରେ ଆପଣଙ୍କର ନିୟନ୍ତ୍ରଣ ନଥାଏ ଯେମିତିକି କେହି ଜଣେ ବ୍ୟକ୍ତି ରାସ୍ତାରେ ଯାଉଛନ୍ତି ଏବଂ ତାଙ୍କର ଦୁର୍ଘଟଣା ହେବା ଏହା  କଣ ତାଙ୍କ ପରିବାର ଲୋକଙ୍କ ନିୟନ୍ତ୍ରରେ ରହିଛି । ପରିବାରରେ ଯଦି କୌଣସି ସଦସ୍ୟଙ୍କ ମୃତ୍ୟୁ ଘଟି ଯାଉଛି ତେବେ ଏହା କଣ ଆପଣଙ୍କ ନିୟନ୍ତ୍ରଣରେ ଅଛି । ଆପଣଙ୍କ ସ୍ୱାସ୍ଥ୍ୟ ଯଦି ଅଚାନକ ଖରାପ ହୋଇଯାଉଛି କି ଆପଣଙ୍କ ସ୍ୱାସ୍ଥ୍ୟ ଜନିତ କିଛି ବି ସମସ୍ୟା ଦେଖା ଦେଉଛି ତେବେ ତାହା ଆପଣଙ୍କ ନିୟନ୍ତ୍ରଣରେ ଥାଏ ।

ଯଦି ଆପଣ ଭଲ ପାଠ ପଢୁନାହାନ୍ତି, ଦୁଃଖରେ ରହୁଛନ୍ତି, ଆପଣ କିଭଳି ଭାବରେ ଆପଣଙ୍କ ଜୀବନ ବିତାଇବେ ଏହା ଆପଣଙ୍କ ନିୟନ୍ତ୍ରଣରେ ରହିଛି । ତେଣୁ ସମସ୍ୟା ଦୁଇ ପ୍ରକାରର ରହିଛି । ଗୋଟିଏ ଆପଣଙ୍କ ନିୟନ୍ତ୍ରଣ ଭିତରେ ଆଉ ଗୋଟିଏ ନିୟନ୍ତ୍ରଣ ବାହରେ । ଯଦି ଆପଣଙ୍କ ନିୟନ୍ତ୍ରଣ ଭିତରେ ସମସ୍ୟା ରହିଛି ତେବେ ତାହା ନିମନ୍ତେ ଆପଣ ତୁରନ୍ତ କାର୍ଯ୍ୟ କରନ୍ତୁ ।

ପରିଶ୍ରମ କରିବା ଆପଣଙ୍କ ହାତରେ ଅଛି ତାହା ଆପଣ କରନ୍ତୁ । ଯଦି ଏହିସବୁ ଆପଣଙ୍କ ନିୟନ୍ତ୍ରଣରେ ରହିଛି ତେବେ ଆପଣ ଏଥିପାଇଁ କେବେ ମଧ୍ୟ ଦୁଖୀ ହେବା ଉଚିତ ନୁହେଁ । ତେବେ ଯେଉଁ ଜିନିଷ ଆପଣଙ୍କ ନିୟନ୍ତ୍ରରେ ନାହିଁ ସେଥିପାଇଁ ଆପଣ ଦୁଃଖୀ ହେବା ବିଲକୁଲ ବି ଆବଶ୍ୟକ ନୁହେଁ । ତାହ ସର୍ବଦା ଭଗବାନଙ୍କ ଇଛା ହୋଇଥାଏ । ତେଣୁ ସେହିସବୁକୁ ଭଗବାନଙ୍କ ଉପରେ ଛାଡିଦେବା ହିଁ ଠିକ ହୋଇଥାଏ ।

ପରିବାରରେ କାହାର ବିୟୋଗ ଘଟିଲା ଏଥିପାଇଁ ବେଶୀ ଦୁଃଖୀ ହେବାର କଣ ଅଛି ଏହା ତ ଭଗବାନଙ୍କ ହାତର କଥା । ପ୍ରକୃତିର ନିୟମକୁ ନେଇ କେବେ ମଧ୍ୟ ଦୁଃଖୀ ହୋଇ ନିଜ ଜୀବନରେ ଦୁଃଖ କଷ୍ଟକୁ ଆଗମନ କରିବା ଉଚିତ ନୁହେଁ । ଯାହା ଆପଣଙ୍କ ହାତରେ ନାହିଁ ସେଥିପାଇଁ ଆପଣ ଚିନ୍ତିତ ହୋଇ ନିଜ ହାତରେ ତଥା ନିଜ ନିୟନ୍ତ୍ରଣରେ ଥିବା ସମସ୍ୟାକୁ ଆପଣ ବିଗାଡି ଦେବା କେବେ ବି ଉଚିତ ନୁହେଁ ।

ଆପଣଙ୍କ ହାତରେ ନଥିବା ସମସ୍ୟାକୁ ସର୍ବଦା ଭଗବାନଙ୍କ ହାତରେ ଛାଡି ଆପଣଙ୍କ ହାତରେ ଥିବା କାର୍ଯ୍ୟ ପ୍ରତି ଧ୍ୟାନ ଦେବା ଦ୍ଵାରା ହିଁ ଜୀବନରେ ସୁଖ ଆପେ ଆପେ ଆସିଥାଏ ଆଉ ଚିନ୍ତା ଦୂରେଇ ଯାଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *