ମଥାରେ ସିନ୍ଦୁର ଏହିପରି ଲଗେଇଲେ ବଢିଥାଏ ସ୍ଵାମୀର ଆୟୁଷ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସିନ୍ଦୁର ଏକ ପବିତ୍ର ଜିନିଷ ହୋଇଥାଏ । ପ୍ରତ୍ଯେକଟି ହିନ୍ଦୁ ନାରୀ ବିବାହ ସମୟରେ ପ୍ରଥମେ ସିନ୍ଦୁର ପିନ୍ଧିଥାଏ । ଏହା ସହିତ ବିବାହିତା ନାରୀ ପ୍ରତିଦିନ ନିଜ ମଥାରେ ସିନ୍ଦୁର ଧାରଣ କରିଥାଏ । ସିନ୍ଦୁର ହେଉଛି ପ୍ରତ୍ଯେକଟି ହିନ୍ଦୁ ନାରୀର ବିବାହିତାର ପରିଚୟ । ନିଜ ସ୍ଵାମୀର ମଙ୍ଗଳ କାମନା କରି ମହିଳା ମାନେ ସିନ୍ଦୁର ଲଗାଇଥାନ୍ତି । ସିନ୍ଦୁରକୁ ଉପଯୁକ୍ତ ନିୟମ ମାନି ଲଗାଇବା ଦ୍ଵାରା ସିନ୍ଦୁରର ଆପଣଙ୍କ ଜୀବନରେ ମହତ୍ଵ ଅଧିକ ବଢିଯାଇଥାଏ ।

ଯାହାକି ଅତ୍ୟନ୍ତ ଶୁଭ ହୋଇଥାଏ । ଭଗବାନ ହନୁମାନ ପ୍ରଭୁ ଶ୍ରୀରାମକୁ ନିଜ ସ୍ଵାମୀ ମାନୁଥିଲେ । ତେଣୁ ସେ ନିଜ ସଂପୂର୍ଣ୍ଣ ଶରୀରରେ ସିନ୍ଦୁର ଲଗାଉଥିଲେ । ସିନ୍ଦୁରର ସଠିକ ବ୍ୟବହାର କରିବା ନିହାତି ଉଚିତ । ଯେଉଁ ମହିଳା ମାନେ ସିନ୍ଦୁର ମଝି ସିନ୍ତାଣୀରେ ଲମ୍ବା ଓ ଚଉଡା କରି ଲଗାଇଥାନ୍ତି । ସେମାନଙ୍କ ସ୍ଵାମୀର ଆୟୁଷ ବଢିବା ସହ ରୋଜଗାର ମଧ୍ୟ ବୃଦ୍ଧି ହୋଇଥାଏ । ସିନ୍ଦୁର ଲଗାଇବା ସମୟରେ ସର୍ବଦା ମୁଣ୍ଡରେ ଓଢଣା ଦେଇ ସିନ୍ଦୁର ଲଗାଇବା ଉଚିତ ।

ଏହା ଦ୍ଵାରା ସ୍ଵାମୀର ମଙ୍ଗଳ ହୋଇଥାଏ । ଯେଉଁ ମହିଳା ସିନ୍ଦୁରକୁ ଲୁଚାଇ ପିନ୍ଧିଥାଏ । ସେହି ମହିଳାର ସ୍ଵାମୀର ସମାଜରେ ମାନ ସମ୍ମାନ ବଢିପାରିନଥାଏ । ବୈବାହିକ ସମ୍ପର୍କ ଗଭୀର ହୋଇପାରିନଥାଏ । ଯେଉଁ ମହିଳା ନିଜ ସିନ୍ଦୁରକୁ  କର ସିନ୍ତାଣୀ କରି ଲଗାଇଥାଏ । ଏପରି ମହିଳାଙ୍କ ଦାମ୍ପତ୍ୟ ଜୀବନରେ ଦୂରତା ବଢି ପ୍ରେମ କମିଯାଇଥାଏ । ସିନ୍ଦୁର ଲଗାଇବା ସାମୀରେ ଯଦି କିଛି ସିନ୍ଦୁର ନାକ ଉପରେ ଆସି ପଡିଥାଏ । ତେବେ ଏହା ଅତ୍ୟନ୍ତ ଶୁଭ କୁହାଯାଇଥାଏ ।

ସିନ୍ଦୁର ଝୁରା ହେଇଥାଉ କିମ୍ବା ଲିକ୍ଵିଡ୍ ହୋଇଥାଉ । ସବୁ ସୁନ୍ଦର ଶୁଭ ହୋଇଥାଏ । ମହିଳା ଯେଉଁ ସିନ୍ଦୁର ଚାହିଁବ ମଥାରେ ପିନ୍ଧିପାରିବ । ପ୍ରତ୍ଯେକ ଦିନ ମହିଳା ସିନ୍ଦୁର ଲଗାଇବାରିବ କିନ୍ତୁ କେତେକ ଦିନରେ ମହିଳାକୁ ସିନ୍ଦୁର ଲଗାଇବାକୁ ବାରଣ ଥାଏ । ତାହା ହେଉଛି ମହିଳାର ପିରିଅଡ ହୋଇଥିବା ସମୟରେ ସିନ୍ଦୁର ନଲଗାଇ ପିରିଅଡ ସାରିଲା ପରେ ଶୁଦ୍ଧପୁତ୍ତ ହୋଇ ସିନ୍ଦୁର ଲଗାଇବା ଉଚିତ ।

ସନ୍ତାନ ଜନ୍ମ କରିସାରିବା ପରେ ୧୨ ଦିନ ପର୍ଯ୍ୟନ୍ତ ସିନ୍ଦୁର ନଲଗାଇ ନଖ କାଟି ପବିତ୍ର ହୋଇସାରିଲା ପରେ ସିନ୍ଦୁର ଲଗାଇ ପାରିବେ । ଠାକୁର ପୂଜା କରିବା ପୂର୍ବରୁ ବା ପରେ ମଧ୍ୟ ସିନ୍ଦୁର ଲଗାଇ ପାରିବେ । ପୂଜାପର୍ବରେ ଗାଧୋଇ ସିନ୍ଦୁର ଲଗାଇ ମହିଳା ଭଲ ଭାବରେ ସଜବାଜ ହୋଇ ପୂଜା କାର୍ଯ୍ୟ କରିବା ଅତ୍ୟନ୍ତ ଶୁଭ ହୋଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *