Vastu Tips- ମା’ ଲକ୍ଷ୍ମୀଙ୍କର ଏମିତି ମୂର୍ତ୍ତି ଘରେ ଭୁଲରେ ବି ରଖିବେ ନାହିଁ, ଭିକାରି ହେଇଯିବେ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ହିନ୍ଦୁ ଧର୍ମର ପ୍ରାୟତଃ ବ୍ୟକ୍ତି ନିଜ ଘରେ ଅନେକ ଦେବାଦେବୀ ଙ୍କ ମୂର୍ତ୍ତି ସ୍ଥାପନ କରିଥାନ୍ତି । ସେମାନେ ଚାହିଁଥାନ୍ତି ଯେ, ସମସ୍ତ ଦେବାଦେବୀ ଙ୍କ ଆଶୀର୍ବାଦ ସଦା ସର୍ବଦା ତାଙ୍କ ଉପରେ ରହୁ ।

କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ଏଭଳି ଦେବା ଦେବୀ ଅଛନ୍ତି ଯେଉଁ ମାନଙ୍କ ପ୍ରତିମୂର୍ତ୍ତି ଘରେ ସ୍ଥାପନ କରିବା ଏବଂ ପୂଜା କରିବା ଆଦୋୖ ଉଚିତ ନୁହେଁ । ଏହାଦ୍ବାରା ଆପଣଙ୍କ ସର୍ବନାଶ ହୋଇପାରେ ଏବଂ ଆପଣଙ୍କ ଜୀବନରେ ଖରାପ ସମୟ ର ଆଗମନ ହେବାର ସମ୍ଭାବନା ଥାଏ । ଶାସ୍ତ୍ର ରେ ଏଭଳି ଦେବାଦେବୀ ଙ୍କ ପ୍ରତିମୂର୍ତ୍ତି ସମ୍ବନ୍ଧରେ ଉଲ୍ଲେଖନୀୟ ରହିଛି ଯେଉଁ ମାନଙ୍କ ମୂର୍ତ୍ତି ଘରେ ସ୍ଥାପନ କରି ପୂଜା କରିବା ଦ୍ୱାରା ଆପଣଙ୍କ ଜୀବନ ବର୍ବାଦ ହୋଇପାରେ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମତଃ, ସୂର୍ଯ୍ୟ ପୁତ୍ର ଶନିଦେବ ଙ୍କ ପୂଜା ସ୍ଥଳ ଅନ୍ୟ ଦେବାଦେବୀ ଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ । ଶନି ମହାରାଜ ଙ୍କୁ ସୂର୍ଯ୍ୟାସ୍ତ ପରେ ପୂଜା କରା ଯାଇଥାଏ ଏବଂ ତାଙ୍କ ପୂଜା ର ଅନେକ ନିୟମ ଓ ବିଧି ବିଧାନ ରହିଛି । ଶନିଦେବ ଙ୍କ ମୂର୍ତ୍ତି ଘରେ ସ୍ଥାପନ କରି ପୂଜା କରିବା ଅନୁଚିତ । ତେଣୁ ଆପଣ ଯଦି ଭଗବାନ ଶନିଦେବ ଙ୍କ ପୂଜା ଆରାଧନା କରିବାକୁ ଚାହୁଁଛନ୍ତି ତେବେ ମନ୍ଦିରରେ ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରି ଆପଣ ପୂଜା କରି ପାରିବେ ।

୨. ବନ୍ଧୁଗଣ ଦ୍ବିତୀୟତଃ, ଭଗବାନ ଭୈରବ ଦେବ ମହାଦେବ ଙ୍କ ର ହିଁ ଏକ ରୂପ ଅଟନ୍ତି । କିନ୍ତୁ ଭୈରବ ଦେବ ତନ୍ତ୍ର ମନ୍ତ୍ର ବିଧା ର ଭଗବାନ ଅଟନ୍ତି । ତେଣୁ ଭୈରବ ଦେବ ଙ୍କ ପ୍ରତିମୂର୍ତ୍ତି ଘର ଭିତରେ ସ୍ଥାପନ କରି ପୂଜା କରିବା ଉଚିତ ନୁହେଁ । ମହଦେବ ଙ୍କ ଏହି ରୂପକୁ ଘରେ ପ୍ରତିଷ୍ଠା କରିବା ଦ୍ୱାରା ଆପଣଙ୍କ ଅନିଷ୍ଠ ହୋଇପାରେ ।

୩. ବନ୍ଧୁଗଣ ତୃତୀୟତଃ, ଭଗବାନ ଶିବ ଙ୍କ ଅନ୍ୟ ଏକ ରୂପ ନଟ୍ରାଜ ଅଟନ୍ତି । ଭଗବାନ ଶିବ ଙ୍କ ମୂର୍ତ୍ତି କୁ ଘରେ ସ୍ଥାପନ କରି ପୂଜା କରିବା ଅତ୍ୟନ୍ତ ଶୁଭ ଦାୟକ ହୋଇଥାଏ । କିନ୍ତୁ ଭଗବାନ ଶିବ ଙ୍କ ଏହି ନଟ୍ରାଜ ରୂପ ତାଙ୍କର ରୌଦ୍ର ରୂପ ଅଟେ । ଭଗବାନ ଶିବ ଯେତେବେଳେ ବହୁତ ଅଧିକ ରାଗିଥାନ୍ତି ତେବେ ସେ ଏହି ରୌଦ୍ର ରୂପ ଧାରଣ କରନ୍ତି । ଯଦି ଆପଣ ଭଗବାନ ଶିବ ଙ୍କ ଏହି ରୂପ କୁ ନିଜ ଘରେ ସ୍ଥାପନ କରି ପୂଜା କରିବେ ତେବେ ଆପଣଙ୍କ ଘରେ ଅଶାନ୍ତି ସୃଷ୍ଟି ହେବ ।

୪. ବନ୍ଧୁଗଣ ଚତୁର୍ଥତଃ, ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାହୁ ଓ କେତୁ ଙ୍କୁ ପାପୀ ଗ୍ରହ ରୂପରେ ବିବେଚନା କରାଯାଏ । ଏହି ଗ୍ରହ ଯେଉଁ ବ୍ୟକ୍ତି ର କୁଣ୍ଡଳୀ ରେ ପ୍ରବେଶ କରନ୍ତି । ସେମାନଙ୍କ ଜୀବନ ନର୍କ ସଦୃଶ ହୋଇଯାଇଥାଏ । ଗ୍ରହ ଦୋଷରୁ ମୁକ୍ତି ପାଇବା ପାଇଁ ରାହୁ ଓ କେତୁ ଙ୍କୁ ପୂଜା ଆରାଧନା କରାଯାଏ । କିନ୍ତୁ ଯଦି ଆପଣ ରାହୁ ଓ କେତୁ ଙ୍କ ପ୍ରତିମୂର୍ତ୍ତି ଆପଣଙ୍କ ଘରେ ସ୍ଥାପନ କରିବେ ତେବେ ଆପଣଙ୍କ ଜୀବନରେ ଖରାପ ସମୟର ଆଗମନ ହେବାର ସମ୍ଭାବନା ରହିଥାଏ । ତେଣୁ ରାହୁ ଓ କେତୁ ଙ୍କ ମୂର୍ତ୍ତି କୁ ଘର ବାହାରେ ଅର୍ଥାତ ମନ୍ଦିର ରେ ହିଁ ସ୍ଥାପନ କରି ପୂଜା କରିବା ଉଚିତ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *