ମନ୍ଦିର ଯାଉଛନ୍ତି କି ? ମନ୍ଦିରରେ ପ୍ରବେଶ କରିବା ପୂର୍ବରୁ ନିଶ୍ଚୟ କରନ୍ତୁ ଏହି କାମ…

ନମସ୍କାର ବନ୍ଧୁଗଣ, ମଣିଷ ଯେତେବେଳେ ଜନ୍ମ ନିଏ ତା ସହିତ ଅନେକ ନୀତି ନିୟମ ଯୋଡି ହୋଇଯାଏ ଯେଉଁସବୁକୁ ପାଳନ କରି ଚାଲିବା ଦ୍ଵାରା ଜୀବନ ମଙ୍ଗଳମୟ ହୋଇଥାଏ ବୋଲି କୁହାଯାଏ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଏପରି କିଛି ଅନୁଚିନ୍ତା ଜଣାଇବା ପାଇଁ ଯାଉଛୁ ଯାହାକୁ ପାଳନ କରିବା ଦ୍ଵାରା ଆପଣଙ୍କ ଜୀବନ ବଦଳି ଯିବ । କରୁଥିବା ଭୁଲର ସଂଶୋଧନ ମଧ୍ୟ ହେବ ଯାହା ଦ୍ଵାରା ଆପଣଙ୍କ ଖରାପ ସମୟ ଭଲରେ ପରିଣତ ହେବ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

1- ଗାଧୋଇସାରି ଠାକୁର ପୂଜା କରିସାରିବା ପରେ ଆପଣ ପାଟିରେ ଟିକେ ଲୁଣ ପକାନ୍ତୁ । ଏହା ଆପଣଙ୍କ ପାଇଁ ମଙ୍ଗଳ । ଗାଧୋଇସାରିବା ପରେ ତେଲ, ମୁଢି କେବେ ମଧ୍ୟ ସ୍ପର୍ଶ କରିବେ ନାହିଁ ନ ଖାଇବା ପର୍ଯ୍ୟନ୍ତ । 2- ଆପଣ ମନ୍ଦିର ଭିତରକୁ ଯିବା ପୂର୍ବରୁ ପ୍ରଥମେ ବାହନକୁ ମୁଣ୍ଡିଆ ମାରିବେ । ଯେକୌଣସି ମନ୍ଦିର ଯାଅନ୍ତୁ ନା କାହିଁକି ପ୍ରଥମେ ସେହି ମନ୍ଦିର ଦୁଆର ସାମ୍ନାରେ ଥିବା ବାହାନକୁ ମୁଣ୍ଡିଆ ମାରି ସାରିବା ପରେ ମନ୍ଦିର ଯାଆନ୍ତୁ ।

ବାହନକୁ ମୁଣ୍ଡିଆ ମାରି ସାରିବା ପରେ ଯାଇ ଘଣ୍ଟି ବାଡାନ୍ତୁ । ଏହାପରେ ଯାଇ ଆପଣ ମନ୍ଦିରର ଗର୍ଭ ଗୃହ ଭିତରକୁ ପ୍ରବେଶ କରି ଠାକୁର ଦର୍ଶନ କରନ୍ତୁ । ଦର୍ଶନ କରିସାରି ଫେରିବା ପରେ ମନ୍ଦିରର ଚାଳାରେ କିଛି ସମୟ ବସନ୍ତୁ । ଏହାପରେ ଯାଇ ଆପଣ ଘରକୁ ଫେରନ୍ତୁ । ଏହା କରିବା ଦ୍ଵାରା ଠାକୁର ଦର୍ଶନର ସିଦ୍ଧି ଲାଭ ହୋଇଥାଏ ।

3- ଯଉତୁକ କହିଲେ ସମସ୍ତେ ବୁଝନ୍ତି ପଇସା । କିନ୍ତୁ ଏହାର ପ୍ରକୃତ ଅର୍ଥ ଆଉ କିଛି ବୁଝାଏ । ଯ- ମାନେ ହେଉଛି ଯମ ପାଖରୁ ଫେରାଇ ଆଣିବା । ଊ- ମାନେ ହୋଇଥାଏ ଉତ୍ତର ଫେରାଇବା ଉଚିତ ନୁହେଁ ବିବାହ ପରେ । ତୁ- ମାନେ ତୁ ସମସ୍ତଙ୍କ ଠାରୁ ଶୁଣିବୁ କିନ୍ତୁ କାହାକୁ ତୁ ବୋଲି କାହାକୁ କହିବୁ ନାହିଁ ।

କ- ମାନେ କନ୍ୟା ଥିଲୁ ଏବେ କୁଳ ବୋହୁ ହେଲୁ । ଏବଂ କୁଳର ସମ୍ମାନ ରଖିବୁ । ଯେଉଁମାନେ ବୋହୁ ପାଖରୁ ଏହି 4ଟି ଜିନିଷ ଚାହିଁଥାନ୍ତି ସେମାନେ ଟଙ୍କା ପଇସା ଚାହିଁବା ଉଚିତ ହୋଇନାଥାଏ । ଆଉଆ ଯଦି ଆପଣ ଟଙ୍କା ପଇସା ଚାହିଁବେ ତେବେ ଏହି ଚାରୋଟି ଜିନିଷ ପାଇବେ ନାହିଁ ବୋହୁ ପାଖରୁ ମନେ ରଖିବେ ।

4- ବାସନ ମାଜିବା ବେଳେ ଶବ୍ଦ କମ ହେବା ଆବଶ୍ୟକ । ନାରୀମାନେ ହାତରେ ପିନ୍ଧିଥିବା ଚୁଡିର ଶବ୍ଦ ମଧ୍ୟ କମ ହେବା ଆବଶ୍ୟକ । ଯଦି ବାସନ ମଜାର ଶବ୍ଦ ଏବଂ ଚୁଡିର ଶବ୍ଦ ଅଧିକ ହୁଏ ତେବେ ଲକ୍ଷ୍ମୀ ଆପଣଙ୍କ ଘରୁ ଚାଲିଯାଇଥାନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *